Posted inଫୁରସତ

ଆବୁଧାବିରେ ହେବ ସର୍ବ ବୃହତ୍‌ ଆକ୍ୱାରିୟମ୍‌

ଆବୁଧାବି: ଆବୁଧାବିରେ ନିର୍ମାଣାଧୀନ ମଧ୍ୟପ୍ରାଚ୍ୟର ବୃହତ୍ତମ ଆକ୍ୱାରିୟମକୁ ୨୦୧୯ରେ ହିଁ ସମ୍ପୂର୍ଣ୍ଣ କରାଯିବ। ଅଲ୍‌ କ୍ୱାନା(ୟୁଏଇ) ର ଏହି ୭,୦୦୦ ବର୍ଗ ମିଟର ପରିମିତ ଆକ୍ୱାରିୟମର ୧୦ଟି ଜୋନ୍‌ ରହିବ। ଏଠାକୁ ବର୍ଷକୁ ୧ ମିଲିଅନ୍‌ ପର୍ଯ୍ୟଟକ ଆସିବେ ବୋଲି ଆକଳନ କରାଯାଇଛି। ଏହି ଆକ୍ୱାରିୟମରେ ୩୩,୦୦୦ରୁ ଊର୍ଦ୍ଧ୍ୱ ସାମୁଦ୍ରିକ ଜୀବ ରହିବେ। ଲୋକମାନେ ଏହା ସମ୍ବନ୍ଧରେ ବହୁ ତଥ୍ୟ ପାଇବାକୁ ସକ୍ଷମ ହେବେ। ବିଶ୍ୱର ବଛା ବଛା ୮୦ ଜଣ ମେରାଇନ ଏକ୍ସପର୍ଟ ଏହାର ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି। ଏହାର ନିର୍ମାଣ ଶେଷ ହେବା ପରେ ଶିକ୍ଷା କ୍ଷେତ୍ରରେ ଏହା ମୁଖ୍ୟ ଭୂମିକା ନେବ ବୋଲି କୁହାଯାଉଛି। ଏହି ଆକ୍ୱାରିୟମକୁ ବର୍ଷକୁ ୫୦, ୦୦୦ ସ୍କୁଲ ପିଲା ବୁଲି ଦେଖି ସେଠାରେ ସାମୁଦ୍ରିକ ଜୀବ ସମ୍ବନ୍ଧରେ ଅନେକ କିଛି ଶିଖିପାରିବେ । ପ୍ରଶାନ୍ତ ମହାସାଗର ଅଞ୍ଚଳ ତଥା ଅମାଜନର ମଧୁର ଜଳ ଏବଂ ମେରୁ ଅଞ୍ଚଳର ବହୁ ଜୀବଙ୍କୁ ବି ଏଠାରେ ଦେଖିବାକୁ ମିଳିବ। ନ୍ୟାଶନାଲ ଆକ୍ୱାରିୟମର କେନ୍ଦ୍ର ଭାଗରେ ୟୁଏଇ ଓ ଆରବିୟନ ଗଲ୍ଫର ବହୁ ସାମୁଦ୍ରିକ ଜୀବଙ୍କ ସମ୍ପର୍କରେ ଶିକ୍ଷା ଲାଭ କରିହେବ।


Enter your email to get our daily news in your inbox.

All Right Reserved By Dharitri.Com

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ଆଶ୍ଚର୍ଯ୍ୟ ନୁହେଁ ସତ… ଝିଅ ନୁହେଁ ପୁଅଙ୍କୁ ହାଫ ପ୍ୟାଣ୍ଟ ପିନ୍ଧିବା-ସ୍ମାର୍ଟଫୋନ୍ ରଖିବା ନିଷେଧ

ପଶ୍ଚିମ ଉତ୍ତର ପ୍ରଦେଶର ଖାପ୍ ପଞ୍ଚାୟତ ସବୁବେଳେ ନିଜ ନିଷ୍ପତ୍ତି ପାଇଁ ଶିରୋନାମାରେ ରହିଥାଏ । ସମ୍ପ୍ରତି, ବାଗପତର ବାରୌତରେ ଏକ ଖାପ୍ ପଞ୍ଚାୟତ ବୈଠକରେ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

କାନ୍ଦି କାନ୍ଦି ପୋଲିସ ଷ୍ଟେଶନ ପହଞ୍ଚିଲା ୩ ବର୍ଷର ଶିଶୁ, କହିଲା କେମିତି ହୋମ ଓ୍ବାର୍କ କରିବି ଅଙ୍କଲ…

ରାଜାପୁର,୨୬।୧୨: ମଧ୍ୟପ୍ରଦେଶ ଶୁଜାପୁର ଜିଲାରେ ଏକ ଆକର୍ଷଣୀୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଚେରି ନାମକ ଜଣେ ୩ ବର୍ଷୀୟ ସ୍କୁଲ ଛାତ୍ରୀ ତାଙ୍କ ସ୍କୁଲ...

୧୭୦୦ ଟଙ୍କାର ଚପଲ ପାଇଁ ମ୍ୟାନେଜରଙ୍କ ନାଁରେ ଜାମିନବିହୀନ ୱାରେଣ୍ଟ ଜାରି: ପୂରା ଘଟଣା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨୬।୧୨: ଉତ୍ତର ପ୍ରଦେଶର ସୀତାପୁର ଜିଲାରେ ଗ୍ରାହକ ଅଧିକାର ସମ୍ପର୍କିତ ଏକ ଅତ୍ୟନ୍ତ ଗମ୍ଭୀର ଏବଂ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। କେବଳ ଏକ ଚପଲ...

୩-୩ ପ୍ରେମିକାଙ୍କ ଖର୍ଚ୍ଚ ଉଠାଉଛି… ଫିଜିଓଥେରାପିଷ୍ଟ ଚୋରଙ୍କ କଥା ଶୁଣି ଘୂରିଲା ପୋଲିସ ମୁଣ୍ଡ

ନୂଆଦିଲ୍ଲୀ,୨୫।୧୨: ଉତ୍ତର ପ୍ରଦେଶର ଶାମଲିରେ ଏକ ଅଜବ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ଏସିପି ସୁମିତ ଶୁକ୍ଳା ଏବଂ ଫିଜିଓଥେରାପିଷ୍ଟ ଚୋରଙ୍କ ମଧ୍ୟରେ ହୋଇଥିବା...

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri