ଆବାସ ହିତାଧିକାରୀଙ୍କ ଘର ଆଗରେ ପ୍ରଶାସନର ଧାରଣା

କୁଜଙ୍ଗ,୨୬ା୨(ଡି.ଏନ.ଏ.): ସରକାରୀ ଯୋଜନା ବାଟବଣା ହେଲେ କିମ୍ବା ସରକାରୀ ସହାୟତା ଠିକ୍‌ରେ ନ ମିଳିଲେ ଜନସାଧାରଣ ଏହାର ପ୍ରତିବାଦ କରିଥାନ୍ତି। ରାସ୍ତାରୋକୋ, ଗଣଧାରଣା ମାଧ୍ୟମରେ ଏସବୁର ପ୍ରତିବାଦ କରାଯାଏ। ତେବେ କୁଜଙ୍ଗ ବ୍ଲକ ଅଞ୍ଚଳରେ ଘଟିଛି ଏକ ଭିନ୍ନ ଘଟଣା। ଜଣେ ହିତାଧିକାରୀ ଆବାସ କାର୍ଯ୍ୟାଦେଶ ପାଇ ଘର ନ କରିବାରୁ ବ୍ଲକ ପ୍ରଶାସନିକ ଅଧିକାରୀ ତାଙ୍କ ଘର ଆଗରେ ଧାରଣା ଦେଇଛନ୍ତି। ପରେ ହିତାଧିକାରୀ ଘର କରିବାକୁ ରାଜି ହେବାରୁ ପ୍ରଶାସନିକ ଅଧିକାରୀ ଧାରଣାରୁ ଓହରି ଯାଇଛନ୍ତି।
ସୂଚନା ଅନୁସାରେ, କୁଜଙ୍ଗ ବ୍ଲକ ଅଧୀନ ବାଲିଆ ପଞ୍ଚାୟତ ବଡ଼ଙ୍ଗ ଗ୍ରାମର ଗୋବିନ୍ଦ ଚନ୍ଦ୍ର ଭୋଳଙ୍କ ସ୍ତ୍ରୀ ମଧୁସ୍ମିତାଙ୍କ ନାମରେ ୨୦୧୮-୧୯ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏକ ଘର ବ୍ଲକ ପ୍ରଶାସନ ପକ୍ଷରୁ ଦିଆଯାଇଥିଲା। ମଧୁସ୍ମିତା ପ୍ରଥମ କିସ୍ତିରେ ୨୦ ହଜାର ଟଙ୍କା ପାଇଥିଲେ। ହେଲେ ଘର କରି ନ ଥିଲେ। ଫଳରେ ବ୍ଲକ ପ୍ରଶାସନ ପକ୍ଷରୁ ବିଭିନ୍ନ ସମୟରେ ତାଙ୍କୁ ଘର କରିବାକୁ ପରାମର୍ଶ ଓ ତାଗିଦ୍‌ କରାଯାଇଥିଲା। ଏପରି କି ବିଡିଓ, ଅତିରିକ୍ତ ବିଡିଓ, ପଞ୍ଚାୟତ ନିର୍ବାହୀ ଅଧିକରୀ ପ୍ରମୁଖ ଆସି ମଧୁସ୍ମିତାଙ୍କ ଘର କରିବାକୁ ବୁଝାଇବା ସହିତ ତାଗିଦ କରି ଆସୁଥିଲେ। ମାତ୍ର ସେ ଏସବୁକୁ କର୍ଣ୍ଣପାତ କରୁ ନ ଥିଲେ। ମଧୁସ୍ମିତାଙ୍କ ପରିବାର ଏବେ ନଡା ଛପର ଘରେ ଜରିପାଲ ପକାଇ ରହୁଛନ୍ତି। ବାରମ୍ବାର ପରାମର୍ଶ ଓ ତାଗିଦକୁ ମଧୁସ୍ମିତା ଗ୍ରହଣ ନ କରିବାରୁ ମଙ୍ଗଳବାର ଝିପିଝିପି ବର୍ଷା ସତ୍ତ୍ୱେ ବ୍ଲକ ପ୍ରଶାସନ ପକ୍ଷରୁ ଏବିଡିଓ ସନ୍ତୋଷ ଶତପଥୀ, ମଣ୍ଡଳ ପ୍ରକଳ୍ପ ସଂଯୋଜକ ଜିତେନ୍ଦ୍ର ରାଉତ, ସମ୍ପୃକ୍ତ ପଞ୍ଚାୟତ ନିର୍ବାହୀ ଅଧକାରୀ ପ୍ରତାପ ମହାପାତ୍ର, ଗ୍ରାମ ରୋଜଗାର ସେବକ ପ୍ରକାଶ ଚନ୍ଦ୍ର ବେହେରା, ୩ନମ୍ବର ୱାର୍ଡ ସଭ୍ୟ ପଦଲ ସ୍ବାଇଁ, ପଞ୍ଚାୟତ ପିଅନ ଭାଗ୍ୟଧର ମହାପାତ୍ର ପ୍ରମୁଖ ମଧୁସ୍ମିତାଙ୍କ ଘର ସମ୍ମୁଖରେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଧାରଣାରେ ବସିଥିଲେ। ଶେଷରେ ମଧୁସ୍ମିତାଙ୍କ ସ୍ବାମୀ ଗୋବିନ୍ଦ ପହଞ୍ଚତ୍ ମାର୍ଚ୍ଚ ୩୧ ସୁଦ୍ଧା ଘର ନିର୍ମାଣ ଶେଷ କରିବେ ବୋଲି କହିଥିଲେ। ଏହାପରେ ପ୍ରଶାସନିକ ଅଧିକାରୀମାନେ ଧାରଣାରୁ ଓହରିଯାଇଥିଲେ। ଏ ସମ୍ପର୍କରେ ମଧୁସ୍ମିତାଙ୍କ ସ୍ବାମୀ ଗୋବିନ୍ଦଙ୍କୁ ପଚାରିବାରେ ସେ କହିଥିଲେ, ମା’ ଏବଂ ଶ୍ୱଶୁରଙ୍କ ପର୍ଯ୍ୟାୟକ୍ରମେ ଦେହାନ୍ତ ହେବାରୁ ଘର ନିର୍ମାଣ ହୋଇ ପାରିନାହିଁ। ତେବେ ଆଉ ବିଳମ୍ବ ହେବନି। ଯେଉଁ ତାରିଖ ଦେଇଛି ତାହାରି ମଧ୍ୟରେ କାର୍ଯ୍ୟ ଶେଷ କରିଦେବୁ। ଏ ସମ୍ପର୍କରେ ଏବିଡିଓ ଶତପଥୀଙ୍କୁ ପଚାରିବାରେ ସେ କହିଛନ୍ତି, ହିତାଧିକାରୀ ଅସହଯୋଗ କରିବାରୁ ଆମକୁ ଧାରଣା ଦେବାକୁ ପଡ଼ୁଛି। ଧାରଣା ଦେବା ଫଳରେ ହିତାଧିକାରୀ ଶୀଘ୍ର ଗୃହ ନିର୍ମାଣ ଶେଷ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ତେଣୁ ଏହି ଧାରଣାର ପ୍ରଭାବ ସମସ୍ତ ଅସହଯୋଗୀ ହିତାଧିକାରୀଙ୍କ ଉପରେ ପଡିବା ନିଶ୍ଚିତ ବୋଲି ଶତପଥୀ ଆଶାବାଦୀ ଅଛନ୍ତି। ଏବେ ଦେଖିବାକୁ ଅପେକ୍ଷା ବ୍ଲକ ପ୍ରଶାସନର ଏହି ଭିନ୍ନ ପ୍ରୟାସ କିପରି ସଫଳ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri