ଆବାସ ହିତାଧିକାରୀଙ୍କ ଘର ଆଗରେ ପ୍ରଶାସନର ଧାରଣା

କୁଜଙ୍ଗ,୨୬ା୨(ଡି.ଏନ.ଏ.): ସରକାରୀ ଯୋଜନା ବାଟବଣା ହେଲେ କିମ୍ବା ସରକାରୀ ସହାୟତା ଠିକ୍‌ରେ ନ ମିଳିଲେ ଜନସାଧାରଣ ଏହାର ପ୍ରତିବାଦ କରିଥାନ୍ତି। ରାସ୍ତାରୋକୋ, ଗଣଧାରଣା ମାଧ୍ୟମରେ ଏସବୁର ପ୍ରତିବାଦ କରାଯାଏ। ତେବେ କୁଜଙ୍ଗ ବ୍ଲକ ଅଞ୍ଚଳରେ ଘଟିଛି ଏକ ଭିନ୍ନ ଘଟଣା। ଜଣେ ହିତାଧିକାରୀ ଆବାସ କାର୍ଯ୍ୟାଦେଶ ପାଇ ଘର ନ କରିବାରୁ ବ୍ଲକ ପ୍ରଶାସନିକ ଅଧିକାରୀ ତାଙ୍କ ଘର ଆଗରେ ଧାରଣା ଦେଇଛନ୍ତି। ପରେ ହିତାଧିକାରୀ ଘର କରିବାକୁ ରାଜି ହେବାରୁ ପ୍ରଶାସନିକ ଅଧିକାରୀ ଧାରଣାରୁ ଓହରି ଯାଇଛନ୍ତି।
ସୂଚନା ଅନୁସାରେ, କୁଜଙ୍ଗ ବ୍ଲକ ଅଧୀନ ବାଲିଆ ପଞ୍ଚାୟତ ବଡ଼ଙ୍ଗ ଗ୍ରାମର ଗୋବିନ୍ଦ ଚନ୍ଦ୍ର ଭୋଳଙ୍କ ସ୍ତ୍ରୀ ମଧୁସ୍ମିତାଙ୍କ ନାମରେ ୨୦୧୮-୧୯ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏକ ଘର ବ୍ଲକ ପ୍ରଶାସନ ପକ୍ଷରୁ ଦିଆଯାଇଥିଲା। ମଧୁସ୍ମିତା ପ୍ରଥମ କିସ୍ତିରେ ୨୦ ହଜାର ଟଙ୍କା ପାଇଥିଲେ। ହେଲେ ଘର କରି ନ ଥିଲେ। ଫଳରେ ବ୍ଲକ ପ୍ରଶାସନ ପକ୍ଷରୁ ବିଭିନ୍ନ ସମୟରେ ତାଙ୍କୁ ଘର କରିବାକୁ ପରାମର୍ଶ ଓ ତାଗିଦ୍‌ କରାଯାଇଥିଲା। ଏପରି କି ବିଡିଓ, ଅତିରିକ୍ତ ବିଡିଓ, ପଞ୍ଚାୟତ ନିର୍ବାହୀ ଅଧିକରୀ ପ୍ରମୁଖ ଆସି ମଧୁସ୍ମିତାଙ୍କ ଘର କରିବାକୁ ବୁଝାଇବା ସହିତ ତାଗିଦ କରି ଆସୁଥିଲେ। ମାତ୍ର ସେ ଏସବୁକୁ କର୍ଣ୍ଣପାତ କରୁ ନ ଥିଲେ। ମଧୁସ୍ମିତାଙ୍କ ପରିବାର ଏବେ ନଡା ଛପର ଘରେ ଜରିପାଲ ପକାଇ ରହୁଛନ୍ତି। ବାରମ୍ବାର ପରାମର୍ଶ ଓ ତାଗିଦକୁ ମଧୁସ୍ମିତା ଗ୍ରହଣ ନ କରିବାରୁ ମଙ୍ଗଳବାର ଝିପିଝିପି ବର୍ଷା ସତ୍ତ୍ୱେ ବ୍ଲକ ପ୍ରଶାସନ ପକ୍ଷରୁ ଏବିଡିଓ ସନ୍ତୋଷ ଶତପଥୀ, ମଣ୍ଡଳ ପ୍ରକଳ୍ପ ସଂଯୋଜକ ଜିତେନ୍ଦ୍ର ରାଉତ, ସମ୍ପୃକ୍ତ ପଞ୍ଚାୟତ ନିର୍ବାହୀ ଅଧକାରୀ ପ୍ରତାପ ମହାପାତ୍ର, ଗ୍ରାମ ରୋଜଗାର ସେବକ ପ୍ରକାଶ ଚନ୍ଦ୍ର ବେହେରା, ୩ନମ୍ବର ୱାର୍ଡ ସଭ୍ୟ ପଦଲ ସ୍ବାଇଁ, ପଞ୍ଚାୟତ ପିଅନ ଭାଗ୍ୟଧର ମହାପାତ୍ର ପ୍ରମୁଖ ମଧୁସ୍ମିତାଙ୍କ ଘର ସମ୍ମୁଖରେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଧାରଣାରେ ବସିଥିଲେ। ଶେଷରେ ମଧୁସ୍ମିତାଙ୍କ ସ୍ବାମୀ ଗୋବିନ୍ଦ ପହଞ୍ଚତ୍ ମାର୍ଚ୍ଚ ୩୧ ସୁଦ୍ଧା ଘର ନିର୍ମାଣ ଶେଷ କରିବେ ବୋଲି କହିଥିଲେ। ଏହାପରେ ପ୍ରଶାସନିକ ଅଧିକାରୀମାନେ ଧାରଣାରୁ ଓହରିଯାଇଥିଲେ। ଏ ସମ୍ପର୍କରେ ମଧୁସ୍ମିତାଙ୍କ ସ୍ବାମୀ ଗୋବିନ୍ଦଙ୍କୁ ପଚାରିବାରେ ସେ କହିଥିଲେ, ମା’ ଏବଂ ଶ୍ୱଶୁରଙ୍କ ପର୍ଯ୍ୟାୟକ୍ରମେ ଦେହାନ୍ତ ହେବାରୁ ଘର ନିର୍ମାଣ ହୋଇ ପାରିନାହିଁ। ତେବେ ଆଉ ବିଳମ୍ବ ହେବନି। ଯେଉଁ ତାରିଖ ଦେଇଛି ତାହାରି ମଧ୍ୟରେ କାର୍ଯ୍ୟ ଶେଷ କରିଦେବୁ। ଏ ସମ୍ପର୍କରେ ଏବିଡିଓ ଶତପଥୀଙ୍କୁ ପଚାରିବାରେ ସେ କହିଛନ୍ତି, ହିତାଧିକାରୀ ଅସହଯୋଗ କରିବାରୁ ଆମକୁ ଧାରଣା ଦେବାକୁ ପଡ଼ୁଛି। ଧାରଣା ଦେବା ଫଳରେ ହିତାଧିକାରୀ ଶୀଘ୍ର ଗୃହ ନିର୍ମାଣ ଶେଷ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ତେଣୁ ଏହି ଧାରଣାର ପ୍ରଭାବ ସମସ୍ତ ଅସହଯୋଗୀ ହିତାଧିକାରୀଙ୍କ ଉପରେ ପଡିବା ନିଶ୍ଚିତ ବୋଲି ଶତପଥୀ ଆଶାବାଦୀ ଅଛନ୍ତି। ଏବେ ଦେଖିବାକୁ ଅପେକ୍ଷା ବ୍ଲକ ପ୍ରଶାସନର ଏହି ଭିନ୍ନ ପ୍ରୟାସ କିପରି ସଫଳ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ବର୍ଷରେ ନୂଆ ପଦକ୍ଷେପ

ଯାଜପୁର,୩୧ା୧୨: : କର୍କଟ ପୀଡିତଙ୍କ ପାଇଁ 14 ଇଞ୍ଚ କେଶଦାନ କଲେ ଜୟ ମହାକାଳ ଫାଉଣ୍ଡେସନର ସଦସ୍ୟା ପୂଜାରାଣୀ ବେହେରା । ଇଂରାଜୀ ନୂଆବର୍ଷ ଆରମ୍ଭକୁ...

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍‌କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି

ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ, କହିଲେ ନୂଆ ସରକାରରେ…

ଭୁବନେଶ୍ବର,୩୧ା୧୨: ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ । ସେ ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ।...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri