ଆବାସ ଯୋଜନା ପାଇଁ କଲ ସେଣ୍ଟର

ଭୁବନେଶ୍ୱର, ୨୬।୧୦(ବ୍ୟୁରୋ): ଏଣିକି ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନା ପାଇଁ କଲ ସେଣ୍ଟର ପ୍ରତିଷ୍ଠାହେବ। ପ୍ରତି ଜିଲାରେ କଲ ସେଣ୍ଟର ପ୍ରତିଷ୍ଠା କରାଯିବ ବୋଲି ବିଭାଗୀୟ ନିର୍ଦ୍ଦେଶକଙ୍କ ପକ୍ଷରୁ ସୂଚନା ମିଳିଛି। ଏ ନେଇ ସବୁ ଜିଲାର ପିଡି ଡିଆର୍‌ଡିଏଙ୍କୁ ବିଭାଗୀୟ ନିର୍ଦ୍ଦେଶକଙ୍କ ପକ୍ଷରୁ ଚିଠି ଲେଖାଯାଇଛି। ହିତାଧିକାରୀଙ୍କୁ ଯାବତୀୟ ସୁବିଧା ଦେବାକୁ ଏହି କଲ ସେଣ୍ଟର କରାଯାଇଛି। ଦୈନିକ କଲ୍‌ ସେଣ୍ଟରରୁ ହିତାଧିକାରୀଙ୍କ ନିକଟରୁ ଟେଲିଫୋନ୍‌ ଯିବ। କେହି ହଇରାଣ କରୁଛନ୍ତି କି, କେହି ଟଙ୍କା ମାଗୁଛନ୍ତି କି ବୋଲି କର୍ମଚାରୀମାନେ ପଚାରିବେ। ଦୈନିକ ଅତି କମ୍‌ରେ ୫୦ଟି ଟେଲିଫୋନ କଲ୍‌ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।