ଆବାସ ଯୋଜନାରେ ସହାୟତା ପ୍ରଦାନରେ ବିଳମ୍ବ: ବିଡିଓଙ୍କୁ ଦାବିପତ୍ର ଦେଲେ ହିତାଧିକାରୀ

କୋରେଇ,୨୨ା୧୧(ସ୍ବ.ପ୍ର.): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ଜହ୍ନା ପଞ୍ଚାୟତର ବହୁ ହିତାଧିକାରୀ ୧ ବର୍ଷ ହେବ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ଆବାସ ଯୋଜନାରେ ଘର ନିର୍ମାଣ କରିଛନ୍ତି। ତେବେ ଗୃହ ନିର୍ମାଣ ବାବଦରେ ପ୍ରଥମ କିସ୍ତି ଟଙ୍କା ପାଇଛନ୍ତି। ହେଲେ ଅବଶିଷ୍ଟ କିସ୍ତି ଟଙ୍କା ବର୍ତ୍ତମାନ ପର୍ଯ୍ୟନ୍ତ ପାଇ ପାରି ନାହାନ୍ତି। ଏ ନେଇ ଗୁରୁବାର ଟଙ୍କା ପାଇବାରୁ ବଞ୍ଚତ୍ତ ହୋଇଥିବା ହିତାଧିକାରୀ ବିଡିଓଙ୍କ ଉଦ୍ଦେଶ୍ୟରେ ମୁଖ୍ୟ କିରାଣୀ ସୁନୀଲ ସାହୁଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ବର୍ଷାଧିକ କାଳ ହେବ ସେମାନେ ଘର କରି ବିଲ୍‌ ନ ପାଇବା ଓ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଜିଆରଏସ୍‌ (ଗ୍ରାମ ରୋଜଗାର ସେବକ) ନିୟମିତ କାର୍ଯ୍ୟାଳୟକୁ ଆସୁ ନ ଥିବାରୁ ଆବାସ ଅର୍ଥ ପାଇବାରୁ ବଞ୍ଚତ୍ତ ହେଉଥିବା ଅଭିଯୋଗରେ ଦର୍ଶାଇଛନ୍ତି। ଏଥିସହ ତରନ୍ତ ଗୃହ ନିର୍ମାଣ ବିଲ୍‌ ପ୍ରଦାନ ପାଇଁ ଦାବି କରିଛନ୍ତି।