ଆବାସ ଦୁର୍ନୀତି ନେଇ ପଞ୍ଚାୟତିରାଜ ସଚିବଙ୍କ ଚିଠି: ଯୋଗ୍ୟଙ୍କୁ ସାମିଲ କର, ଅଯୋଗ୍ୟଙ୍କୁ କାଟ

ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ବାତ୍ୟା ଫନୀ ପ୍ରଭାବରେ ରାଜ୍ୟର କେତେଗୁଡିଏ ଜିଲାରେ ବ୍ୟାପକ କ୍ଷତି ଘଟିଛି। କ୍ଷତିଗ୍ରସ୍ତ ଜିଲାର ଅନେକ ଲୋକଙ୍କ ଘର ଭାଙ୍ଗିବା ସହ ବହୁ ଗରିବଙ୍କୁ ବାସହରା ହେବାକୁ ମଧ୍ୟ ପଡିଛି। ସେହି ଅନୁଯାୟୀ କ୍ଷତିଗ୍ରସ୍ତଙ୍କୁ ପକ୍କାଘର ଯୋଗାଇ ଦେବାକୁ ଯୋଜନା ରଖିଥିବା ବେଳେ ଅଧିକାଂଶ ତାଲିକାରେ ସାମିଲ ହୋଇ ସହାୟତା ମଧ୍ୟ ପାଇସାରିଛନ୍ତି। ମାତ୍ର ତାଲିକାରେ ବହୁ ଅଯୋଗ୍ୟ ସାମିଲ ହୋଇ ଏକାଧିକ ଘର ହାତେଇଥିବା ନେଇ ଅଭିଯୋଗ ଉଠୁଥିବା ବେଳେ ଅନେକ ଯୋଗ୍ୟ ଏଥିରୁ ବାଦ୍‌ ପଡିଥିବା କୁହାଯାଉଛି। ପକ୍କାଘର ସହାୟତା ପାଇ ନ ଥିବା ବହୁ ଯୋଗ୍ୟ ହିତାଧିକାରୀ ଏଭଳି ଅଭିଯୋଗ ଆଣିବାପରେ ବିରୋଧୀଙ୍କ ପକ୍ଷରୁ ସରକାରକୁ ଘେରିବା ଲାଗି ଏକ ପ୍ରକାର ସୁଯୋଗ ମିଳିଯାଇଛି। କେବଳ ଫନୀ କ୍ଷତିଗ୍ରସ୍ତ ନୁହନ୍ତି କଚ୍ଚାଘରେ ବାସ କରୁଥିବା ଅନେକ ଲୋକ ମଧ୍ୟ ଏ ପର୍ଯ୍ୟନ୍ତ ସରକାରୀ ଯୋଜନାରେ ଘର ପାଇପାରି ନାହାନ୍ତି। ଏଭଳି କେଳେଙ୍କାରୀକୁ ନେଇ ଚାରିଆଡୁ ସମାଲୋଚନା ହେବାପରେ ପଞ୍ଚାୟତିରାଜ ବିଭାଗ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରେ ସାମିଲ କରିବା ଲାଗି ଜୋର୍‌ ଦିଆଯାଇଛି। ସବୁ ଜିଲାପାଳ, ପିଡି ଓ ଡିଆର୍‌ଡିଏଙ୍କୁ ଚିଠି ଲେଖି ପଞ୍ଚାୟତିରାଜ ସଚିବ ଦେଓରଞ୍ଜନ ସିଂ ନିର୍ଦ୍ଦେଶ ଦେଇଛନ୍ତି। ଚିଠିରେ କୁହାଯାଇଛି ଯେ, ଅତୀତରେ ଯେଉଁମାନେ ଆବାସ ଯୋଜନାରେ ଘର ପାଇଛନ୍ତି ସେମାନଙ୍କୁ ତାଲିକାରୁ ବାଦ୍‌ ଦିଆଯିବ। ସେମାନେ ଘର କରିଥାଆନ୍ତୁ ବା ନାହିଁ ତାଲିକାରୁ ତାଙ୍କୁ ବାଦ୍‌ ଦିଅ। ପୁରୁଣା ତାଲିକାର ସଂଶୋଧନ କର। ତାଲିକାରେ ସମ୍ପୂର୍ଣ୍ଣ ସ୍ବଚ୍ଛତା ଅବଲମ୍ବନ ହେବା ଆବଶ୍ୟକ। ଯେଉଁ ଅଫିସରମାନେ ମୂଳ ସର୍ଭେ କରିଥିଲେ ସେମାନେ ପୁଣିଥରେ ସଂଶୋଧନ ଦାୟିତ୍ୱ ନେବେ।

ଅନ୍ୟ ବ୍ଲକର ଅଧିକାରୀଙ୍କୁ ୧୦ପ୍ରତିଶତ ସାମ୍ପୁଲ ତାଲିକା ଯାଞ୍ଚ କରିବାର ଦାୟିତ୍ୱ ଦିଆଯିବ। ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ(ପିଡି) ଏନେଇ ଖସଡା ପ୍ରସ୍ତୁତ କରିବେ। ନଭେମ୍ବର ୩୦ ସୁଦ୍ଧା ଚୂଡାନ୍ତ ତାଲିକା ପ୍ରକାଶ କରିବେ। ଡିସେମ୍ବର ୧୫ ସୁଦ୍ଧା ସାମ୍ପୁଲ ଯାଞ୍ଚ ପ୍ରକ୍ରିୟା ଶେଷ ହେବ। ଏଥିପାଇଁ ଜିଲାପାଳ ଏବଂ ପିଡି ଯୋଜନା ପ୍ରସ୍ତୁତ କରିବେ। ସମ୍ପୂର୍ଣ୍ଣ ସ୍ବଚ୍ଛତାର ସହ ତାଲିକା ପ୍ରସ୍ତୁତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଅପରପକ୍ଷରେ ବିଭାଗୀୟ ସଚିବ ଆହୁରି କହିଛନ୍ତି ଯେ, ଏସ୍‌ଇସିସି ତାଲିକା ଅନୁଯାୟୀ ପୂର୍ବରୁ ୨୭,୪୯,୬୧୭ ଘର ତିଆରି ପାଇଁ ତାଲିକା ପ୍ରସ୍ତୁତ ହୋଇଥିଲା। ସେଥିରୁ ୧୩, ୬୫, ୦୨୫ ବିଭିନ୍ନ କାରଣରୁ ଅଯୋଗ୍ୟ ବିବେଚିତ ହୋଇଥିଲେ। ସର୍ଭେ ତାଲିକାରେ ସେହି ହିତାଧିକାରୀ ଘର ହାତେଇବା ପାଇଁ ପ୍ରୟାସ କରିବେ। ସେହି ଅଯୋଗ୍ୟ ତାଲିକା ଉପରେ ନଜର ରଖିବା ପାଇଁ କୁହାଯାଇଛି। ଅନ୍ୟପଟେ ୨୦୧୬-୧୭ରୁ ବର୍ତ୍ତମାନ ସୁଦ୍ଧା ୧୭,୨୪,୭୭୬ ଘର ପାଇବା ପାଇଁ ଅପେକ୍ଷାକରି ତାଲିକାରେ ଥିଲେ। ସେମାନଙ୍କ ମଧ୍ୟରୁ ୧୦,୨୪,୮୪୧ଙ୍କୁ ଯୋଜନାରେ ସାମିଲ କରାଯାଇସାରିଛି। ଏହି ତାଲିକା ଅନୁଯାୟୀ ଯଦି କୌଣସି ଯୌଥ ପରିବାର ଅଲଗା ହୋଇଥିବେ ଏବଂ ସେମାନଙ୍କ ମଧ୍ୟରୁ କେହି ଘର ପାଇବା ପାଇଁ ଯୋଗ୍ୟ ଥିବେ ସେମାନଙ୍କ କ୍ଷେତ୍ରରେ ଗୁରୁତ୍ୱ ଦେବା ଲାଗି କୁହାଯାଇଛି। ସେହିପରି ଯଦି ପୂର୍ବରୁ କୌଣସି ପରିବାର ଆବାସ ଯୋଜନାରେ ଘର ପାଇଥିବେ ଏବଂ ସେମାନଙ୍କ ଘର ଅବସ୍ଥା ଖରାପ ହୋଇଯାଇଥିବ ତେବେ ସେ କ୍ଷେତ୍ରରେ କ’ଣ କରାଯିବ ସେନେଇ କିଛି ନିଷ୍ପତ୍ତି ହୋଇନାହିଁ। ସେମାନଙ୍କୁ କିନ୍ତୁ ଆବାସ ଯୋଜନାରୁ ବାଦ୍‌ ଦିଆଯିବ। ଏହି କାର୍ଯ୍ୟ ପାଇଁ ୩ଟି ମୋଡାଲିଟି ପ୍ରସ୍ତୁତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri