Categories: ଜାତୀୟ

ଆଫ୍ରିଦୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ପରାମର୍ଶ: କରୋନାରୁ ବଞ୍ଚିବାକୁ ହେଲେ ମୋଦିଙ୍କ ଆଶ୍ରୟ ନିଅ

ନୂଆଦିଲ୍ଲୀ,୧୩।୬- ପାକିସ୍ତାନର ପୂର୍ବତନ କ୍ରିକେଟର ଶାହିଦ ଆଫ୍ରିଦୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ସେ ଟୁଇଟ କରି ସୂଚନା ଦେଇଛନ୍ତି। ସେ ଟୁଇଟରେ ଉଲ୍ଲେଖ କରିଛନ୍ତି ଯେ, ଗୁରୁବାରଠାରୁ ମୁଁ ଅସୁସ୍ଥତା ଅନୁଭବ କରୁଥିଲି। ମୋର କରୋନା ଟେଷ୍ଟ ହୋଇଛି ହେଲେ ଦୁର୍ଭାଗ୍ୟବଶତଃ ରିପୋର୍ଟ ପଜିଟିଭ ଆସିଛି। ଖୁବଶୀଘ୍ର ସୁସ୍ଥ ହେବା ପାଇଁ ଆପଣମାନଙ୍କ ଆର୍ଶୀବାଦ ଚାହଁୁଛି।


ଅନ୍ୟପକ୍ଷେ ଭାରତର କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଆଫ୍ରିଦୀଙ୍କ ଏହି ଟୁଇଟ ଉପରେ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ସେ ଉଲ୍ଲେଖ କରିଛନ୍ତି, ପାକିସ୍ତାନରେ ଥିବା ସମସ୍ତ ଡାକ୍ତରଖାନା ବିଷୟରେ ମୋତେ ଜଣା। ଆଫ୍ରିଦୀ ଯଦି କରୋନା ମହାମାରୀରୁ ବଞ୍ଚିବାକୁ ଚାହିଁୁଛନ୍ତି ତେବେ ମୋଦିଙ୍କ ଆଶ୍ରୟ ନିଅନ୍ତୁ।

Share