ଆଫଗାନୀସ୍ତାନରୁ ଆମେରିକା ସୈନ୍ୟ ହଟିବେ;ଗୋଇନ୍ଦା ବିଭାଗ ପୂର୍ବ ଭଳି ଜାରି ରଖିବ କାର୍ଯ୍ୟ: ଟ୍ରମ୍ପ୍‌

ଓ୍ବାଶିଂଟନ,୨।୭: ତାଲିବାନ୍‌ ଏବଂ ଆମେରିକା ମଧ୍ୟରେ ଶାନ୍ତି ପ୍ରୟାସ ଜାରି ରହିଛି। ଏହା ଅନ୍ତର୍ଗତ ଆମେରିକା ଆଫଗାନୀସ୍ତାନରୁ ସୈନ୍ୟ ହଟାଇବା ପାଇଁ ଯୋଜନା କରିଛି। ତେବେ ଆମେରିକା ଗୋଇନ୍ଦା ବିଭାଗ ପୂର୍ବଭଳି ଆଫଗାନୀସ୍ତାନରେ କାର୍ଯ୍ୟ ଜାରି ରଖିବ ବୋଲି ରାଷ୍ଟ୍ରପ୍ରତି ଡୋନାଲ୍ଡ ଟ୍ରମ୍ପ୍‌ ସୂଚନା ଦେଇଛନ୍ତି। ପୂର୍ବରୁ ଆଫଗାନୀସ୍ତାନରେ ୧୬ ହଜାର ଆମେରିକା ସୈନ୍ୟ ଥିଲେ। ଏବେ ଏହା ୯ ହଜାରରେ ପହଞ୍ଚିଛି। ଅବଶିଷ୍ଟ ସୈନ୍ୟଙ୍କୁ ଖୁବ୍‌ ଶୀଘ୍ର ଆଫଗାନୀସ୍ତାନରୁ ଫେରାଇ ଅଣାଯିବ। ଏହା ଦ୍ୱାରା ତାଲିବାନ୍‌ ସହିତ ଶାନ୍ତି ଆଲୋଚନା ଆଗେଇ ପାରିବାର ସମ୍ଭାବନା ରହିବ ବୋଲି ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ସୂଚନା ଦିଆଯାଇଛି।

Share