ଆଫଗାନିସ୍ତାନ ବିସ୍ଫୋରଣ: ୩ ଆହତ

କାବୁଲ,୮।୧୨: ଆଫନିସ୍ତାନର ଉତ୍ତରରେ ଥିବା କୁଣ୍ଡୁଜ ଅଞ୍ଚଳରେ ରବିବାର ରାସ୍ତା କଡରେ ଲଗାଯାଇଥିବା ଏକ ବୋମା ବିସ୍ଫୋରଣରେ ଅତି କମ୍‌ରେ ୩ ଜଣ ଆହତ ହୋଇଥିବା ଜଣାପଡିଛି। ଏଥିରେ ଛଦ୍ରରା ଜିଲାର ଜିଲାପାଳ ଓ ତାଙ୍କର ୨ ସୁରକ୍ଷାକର୍ମୀ ଆହତ ହୋଇଥିବା ସୂଚନା ମିଳିଛି। ଜିଲାପାଳ ହାଫିଜୁଲ୍ଲା ସାଫି ନିକଟସ୍ଥ ଗାଁରେ ଏକ ଉନ୍ନୟନ କାର୍ଯ୍ୟର ତଦାରଖ କରିବାକୁ ଯାଉଥିବା ସମୟରେ ରାସ୍ତାକଡରେ ଆତଙ୍କବାଦୀଙ୍କ ଦ୍ୱାରା ଲଗାଯାଇଥିବା ଏକ ବୋମା ବିସ୍ଫୋରଣ ହୋଇଥିଲା। ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିବା ସହ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Share