Posted inଖେଳ

ଆଫଗାନିସ୍ତାନ ବିପକ୍ଷରୁ ଅଷ୍ଟ୍ରେଲିଆ ଅଭିଯାନ

ଲଣ୍ଡନ,୧।୬(ଏଏଫ୍‌ପି)- ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆ ଶନିବାର ବ୍ରିଷ୍ଟଲସ୍ଥିତ କାଉଣ୍ଟି ଗ୍ରାଉଣ୍ଡରେ ଆଫଗାନିସ୍ତାନ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ। ଷ୍ଟିଭ୍‌ ସ୍ମିଥ୍‌ ଓ ଡେଭିଡ ଓ୍ବାର୍ନର ପୁଣି ଥରେ ଏହି ବିଶ୍ୱକପ୍‌ରେ ଦିନିକିଆ କ୍ୟାରିୟର ସଜାଡିବାର ଅପୂର୍ବ ସୁଯୋଗ ହାସଲ କରିବେ। ବଲ୍‌ ଟ୍ୟାମ୍ପରିଂ ମାମଲାରେ ଏହି ଦୁଇ ଖେଳାଳି ବର୍ଷେ ବାସନ୍ଦ ହୋଇଥିଲେ। ଏବେ ଏହି ଦୁଇ ତାରକା ଦିନିକିଆ ଫର୍ମାଟକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଗତ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ୍‌)ରେ ସ୍ମିଥ୍‌ ଓ ଓ୍ବାର୍ନର ଦମ୍‌ଦାର ପ୍ରଦର୍ଶନ କରିଥିଲେ। ଆଇପିଏଲ୍‌ରେ ଓ୍ବାର୍ନର ସର୍ବାଧିକ ରନ ସଂଗ୍ରହ କରିଥିଲେ। ସ୍ମିଥ୍‌ ମଧ୍ୟ ଶତକ ହାସଲ କରି ଇଂଲଣ୍ଡ ବିପକ୍ଷ ଓ୍ବାର୍ମଅପ୍‌ ଗେମ୍‌ରେ ଅଷ୍ଟ୍ରେଲିଆକୁ ଜିତାଇଥିଲେ। ଆରୋନ ଫିଞ୍ଚ୍‌ଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ମଧ୍ୟ ଠିକ୍‌ ସମୟରେ ଲୟକୁ ଫେରିଛି ଓ ବିଶ୍ୱକପ୍‌ର ଅନ୍ୟତମ ଫେଭରାଇଟ୍‌ ଦଳ ଭାବେ ବିବେଚିତ ହେଉଛି। ଗତ ମାର୍ଚ୍ଚରେ ଭାରତକୁ ୩-୨ରେ ଦିନିକିଆ ସିରିଜରେ ପରାସ୍ତ କରିବା ପରେ ଅଷ୍ଟ୍ରେଲିଆ ସ୍ମିଥ୍‌ ଓ ଓ୍ବାର୍ନରଙ୍କୁ ଦଳରେ ସ୍ବାଗତ କରିଥିଲା। ଏହି ଦୁଇଜଣ ଭଲ ପ୍ରଦର୍ଶନ କରିବେ ବୋଲି ପୂର୍ବତନ ଦ୍ରୁତ ବୋଲର ବ୍ରେଟ ଲୀ କହିଛନ୍ତି। ପ୍ୟାଟ କୁମିନ୍ସ, ମିଚେଲ ଷ୍ଟାର୍କ, ଜାସନ ବେହରେନଡୋର୍ଫ, ନାଥନ କୁଲ୍ଟର ନିଲ୍‌ ଓ କେନ ରିଚାର୍ଡସନଙ୍କୁ ନେଇ ଅଷ୍ଟ୍ରେଲିଆ ଦ୍ରୁତ ବୋଲିଂ ବେଶ ଦୃଢ ମନେହେଉଛି। ସେହିପରି ଆଡାମ ଜାମ୍ପା ଓ ନାଥନ ଲିୟନଙ୍କୁ ନେଇ ସ୍ପିନ୍‌ ବିଭାଗ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିବା ଲକ୍ଷ୍ୟରେ ରହିଛି। ୫ଥର ଟାଇଟଲ ହାସଲ କରିଥିବା ଅଷ୍ଟ୍ରେଲିଆ ଆଫଗାନିସ୍ତାନ ବିପକ୍ଷରେ ଫେଭରାଇଟ ମନେହେଉଛି। ଆସୋସିଏଟ ଦେଶରୁ ଆଫଗାନିସ୍ତାନ କ୍ରିକେଟର ଏଲିଟ ଗ୍ରୁପ୍‌ରେ ସ୍ଥାନ ପାଇ ଯଥେଷ୍ଟ ଉନ୍ନତି କରିଛି। ସେତେ ଜଣାଶୁଣା ନ ଥିବା ଗୁଲବଦିନ ନାଇବଙ୍କୁ ନେତୃତ୍ୱ ପ୍ରଦାନ କରାଯାଇଛି। ଅସଘର ଆଫଗାନଙ୍କ ବଦଳରେ ତାଙ୍କୁ ଅଧିନାୟକ ନିଯୁକ୍ତ କାରଯାଇଥିଲା। ଅବଶ୍ୟ ଦଳରେ କେତେକ ବରିଷ୍ଠ ସଦସ୍ୟ ଏହାକୁ ନାପସନ୍ଦ କରିଥିଲେ। ବିଶ୍ୱକପ୍‌ରେ ଆଫଗାନିସ୍ତାନ ଏଥର କିଛି କରିଦେଖାଇବା ଲକ୍ଷ୍ୟରେ ରହିଛି। ଅସଘରଙ୍କ ଅଭିଜ୍ଞତାରୁ ଫାଇଦା ଉଠାଇବୁ ବୋଲି ଗୁଲବଦିନ କହିଛନ୍ତି। ଷ୍ଟାର ସ୍ପିନର ରସିଦ ଖାଁ ଉପରେ ସମସ୍ତଙ୍କ ନଜର ରହିଛି। ବିଶ୍ୱ ଟି୨୦ ର଼୍ୟାଙ୍କିଙ୍ଗ୍‌ରେ ଶୀର୍ଷରେ ରହିଛନ୍ତି। ସେହିପରି ଦିନିକିଆ ର଼୍ୟାଙ୍କିଙ୍ଗ୍‌ରେ ସେ ତୃତୀୟ ସ୍ଥାନରେ ରହିଛନ୍ତି। ବିଶ୍ୱକପ୍‌ ଓ୍ବାର୍ମଅପ୍‌ ମ୍ୟାଚ୍‌ରେ ଆଫଗାନିସ୍ତାନ ପାକିସ୍ତାନକୁ ହରାଇ ବିପର୍ଯ୍ୟୟ ଘଟାଇଥିଲା। ଆଫାଗାନିସ୍ତାନ ଏଥର ସେମିଫାଇନାଲ ଖେଳିବାର ଲକ୍ଷ୍ୟରେ ରହିଛି। ରସିଦ ଓ ମୁଜିବ ଉର ରହମାନଙ୍କ ଭଳି ଖେଳାଳି ଦଳରେ ରହିଛନ୍ତି। ଏଥର ବିଶ୍ୱକପ୍‌ରେ କେତୋଟି ବିପର୍ଯ୍ୟୟ ଘଟାଇବା ଲକ୍ଷ୍ୟରେ ରହିଛି ବୋଲି ଆଫଗାନିସ୍ତାନ ମୁଖ୍ୟ ଚୟନକର୍ତ୍ତା ଦଲସ ଖାଁ ଅହମଦଜାଇ କହିଛନ୍ତି। ତେଣୁ ପ୍ରଥମ ମ୍ୟାଚ୍‌ରେ ଆଫଗାନିସ୍ତାନ ଅଷ୍ଟ୍ରେଲିଆକୁ ସହଜରେ ବାଟ ଛାଡିବ ନାହଁି ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠ, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri