ଆଫଗାନିସ୍ତାନ: ପୃଥକ ପୃଥକ ବିସ୍ଫୋରଣରେ ୧୦ ମୃତ, ୧୭ ଆହତ

ଖୋଷ୍ଟ,୧୭।୧୨: ରାଜୌକ ଆଫଗାନ ନ୍ୟୁଜର ସୂଚନା ଅନୁଯାୟୀ ମଙ୍ଗଳବାର ସକାଳେ ଆଫଗାନିସ୍ତାନର ଖୋଷ୍ଟ ଅଞ୍ଚଳରେ ରାସ୍ତାକଡ଼ରେ ଖଞ୍ଜାଯାଇଥିବା ବୋମା ବିସ୍ଫୋରଣରେ ଅତିକମ୍‌ରେ ୧୦ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେହିପରି ବଲ୍‌ଖ ଅଞ୍ଚଳରେ ଥିବା ମଜାର-ଇ-ଶରିଫରେ ହୋଇଥିବା ବିସ୍ଫୋରଣରେ ୫ ଟ୍ରାଫିକ ପୋଲିସ ଓ ୧୨ ସାଧାରଣ ନାଗରିକ ଆହତ ହୋଇଥିବା ସୂଚନା ମିଳିଛି। ଏହି ବିସ୍ଫୋରଣ ପାଇଁ କୌଣସି ସଙ୍ଗଠନ ନିଜକୁ ଦାୟୀ କରି ନାହାନ୍ତି।

Share