ଆଫଗାନିସ୍ତାନରେ ୨୪ ଆତଙ୍କବାଦୀ ମୃତ

କାବୁଲ,୨୪।୧୧: ଆଫଗାନିସ୍ତାନର ଉତ୍ତରରେ ଥିବା ଯୋଜଜାନ ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଅତି କମ୍‌ରେ ୨ ଜଣ ଯବାନ ଓ ୨୪ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଦାରଜାବ ଜିଲାରେ ଏକ କ୍ଲିନଅପ୍‌ ଅପରେଶନ ସମୟରେ ଏହି ଘଟଣା ଘଟିଛି। ଏଥିରେ ଅନ୍ୟ ୧୬ ଆତଙ୍କବାଦୀ ଆହତ ମଧ୍ୟ ହୋଇଛନ୍ତି। ଏହାକୁ ନେଇ ତାଲିବାନ ପକ୍ଷରୁ କୌଣସି ମନ୍ତବ୍ୟ ପ୍ରକାଶ ପାଇ ନାହିଁ।

Share