ଆଫଗାନିସ୍ତାନରେ ପୁଣି ବିସ୍ଫୋରଣ: ୪ ମୃତ

କାବୁଲ,୨୮।୭: ଆଫଗାନିସ୍ତାନରେ ଏକ କାର ବୋମା ବିସ୍ଫୋରଣରେ ରବିବାର ୪ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୧୦ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବି ବନ୍ଦ ପ୍ରଦେଶରେ ସୈନ୍ୟଶିବିର ନିକଟରେ ଏହି ବିସ୍ଫୋରଣ ଘଟିଥିବା କୁହାଯାଉଛି। ତାଲିବାନ୍‌ ଆତଙ୍କବାଦୀ ସଂଗଠନ ପକ୍ଷରୁ ଏହା କରାଯାଇଥିବା ନେଇ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଘଜ୍‌ନୀ ପ୍ରଦେଶରେ ଶନିବାର ସକାଳେ ଏକ ବିସ୍ଫୋରଣ ୪ ଜଣଙ୍କ ମୃତ୍ୟୁ ହେବା ସହିତ ୨୦ରୁ ଅଧିକ ଆହତ ହୋଇଥିଲେ। ସେହିପରି ଗୁରୁବାର କାବୁଲରେ ହୋଇଥିବା ଏକ ଆତ୍ମଘାତୀ ବିସ୍ଫୋରଣରେ ୫ ଜଣଙ୍କ ମୃତ୍ୟୁ ହେବା ସହିତ ୧୦ରୁ ଅଧିକ ଜଣ ଲୋକ ଆହତ ହୋଇଥିଲେ।

Share