ଆପୋଲୋ-୧୧ ମିଶନ୍‌ର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରଦର୍ଶନୀ

ଓ୍ବାଶିଂଟନ୍‌: ଆପୋଲୋ-୧୧ ଚନ୍ଦ୍ରପୃଷ୍ଠକୁ ଜୁଲାଇ ୧୬,୧୯୬୯ ମସିହାରେ ତିନି ଜଣ ମହାକାଶଚାରୀ ନିଲ୍‌ ଆର୍ମଷ୍ଟ୍ରଙ୍ଗ, ଏଡ୍‌ଓ୍ବିନ୍‌ ଆଲ୍‌ଡ୍ରିନ୍‌ ଓ ମାଇକେଲ୍‌ କୋଲିନ୍‌ଙ୍କୁ ନେଇ ଯାଇଥିଲା। ଏହା ଜୁଲାଇ ୨୦ରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିଥିଲା। ମିଶନର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ୩୬୩ ଫୁଟ୍‌ର ସାଟର୍ଣ୍ଣ ଭି ରକେଟ୍‌କୁ ଓ୍ବାଶିଂଟନ ମନୁମେଣ୍ଟ୍‌ର ପୂର୍ବ ପାଖରେ ଏକ ବିରାଟ ସ୍କ୍ରିନରେ ପ୍ରଦର୍ଶନ କରାଯାଇଛି। ଏହାର ଶେଷ ଭାଗରେ ୧୭ ମିନିଟ୍‌ର ସ୍ବତନ୍ତ୍ର ଶୋ’ଆପୋଲୋ ଫିଫ୍ଟି ଗୋ ଫର୍‌ ଦ ମୁନ୍‌’ ରହିଛି, ଯାହା ଆପୋଲୋ -୧୧ର ଉତ୍‌କ୍ଷେପଣକୁ ସ୍ମରଣ କରାଇଦେଉଛି। ଏହି ଶୋ’ରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବାର ପୂରା କାହାଣୀ ସ୍ଥାନ ପାଇଛି। ପ୍ରୋଜେକ୍ଟର ନିର୍ଦ୍ଦେଶକ ହେଉଛନ୍ତି ରିଚାର୍ଡ ସ୍ଲାନେ ଓ ମ୍ୟୁଜିକ ଦେଇଛନ୍ତି ଏମି ଆଓ୍ବାର୍ଡ। ଏହାକୁ ନ୍ୟାଶନାଲ ଏୟାର ଆଣ୍ଡ୍‌ ସ୍ପେସ୍‌ ମ୍ୟୁଜିୟମ୍‌ ଏବଂ ଦି ୟୁସ୍‌ ଡିପାର୍ଟମେଣ୍ଟ ଅଫ୍‌ ଇଣ୍ଟେରିୟର୍‌ ଆଣ୍ଡ୍‌ ୫୯ ପ୍ରଡକ୍‌ସନ୍‌ ଦ୍ୱାରା ପୂରା ଫ୍ରିରେ ପ୍ରଦର୍ଶନ କରାଯାଉଛି । ସିଏଟଲସ୍ଥିତ ଫ୍ଲାଇଟ୍‌ ମ୍ୟୁଜିୟମରେ ବି ’ଡେଷ୍ଟିନେସନ ମୁନ’୍‌ ଶୀର୍ଷକ ପ୍ରଦର୍ଶନୀର ଆୟୋଜନ କରାଯାଇଛି। ଆସନ୍ତା ବର୍ଷ ଜାନୁୟାରୀ ପର୍ଯ୍ୟନ୍ତ ଏହାକୁ ପ୍ରଦର୍ଶନ କରାଯିବ। ଆପୋଲୋ ମିଶନ୍‌ କଣ୍ଟ୍ରୋଲ୍‌ ରୁମ୍‌ ମଧ୍ୟ ସର୍ବସାଧାରଣଙ୍କ ଲାଗି ଖୋଲାଯାଇଛି।୧୯ ଜୁଲାଇରେ ନାସାର ଫ୍ଲାଇଟ୍‌ ଡାଇରେକ୍ଟର ଜିନ୍‌ କ୍ରେଂଜ୍‌ଙ୍କ ସହ କଥା ହେବାର ସୁଯୋଗ ବି ମିଳିବ। ଚନ୍ଦ୍ରପୃଷ୍ଠରେ ନିଲ୍‌ ଆର୍ମଷ୍ଟ୍ରଙ୍ଗ୍‌ ରଖିଥିବା ପ୍ରଥମ ପାଦର ଭିଡିଓ ପ୍ରଦର୍ଶନ କରାଯିବ। ନାସାର ପ୍ରମୁଖ ଉତ୍‌କ୍ଷେପଣ ସମ୍ବନ୍ଧରେ ବୈଜ୍ଞାନିକମାନଙ୍କର ଅନୁଭବ ଓ ଆପୋଲୋର ଇଞ୍ଜିନିୟରଙ୍କ ଦ୍ୱାରା ପ୍ରସ୍ତୁତ ଏକ କାର୍ଯ୍ୟକ୍ରମ ବି ଏଥିରେ ସ୍ଥାନୀତ କରାଯାଇଛି। ସ୍ମିଥସନ ମ୍ୟୁଜିୟମରେ ନିଲ୍‌ ଆର୍ମଷ୍ଟ୍ରଙ୍ଗଙ୍କ ପୋଷାକକୁ ବି ସୁରକ୍ଷିତ ରଖାଯାଇଛି। ଫ୍ଲାଇଟ୍‌ ମ୍ୟୁଜିୟମରେ ମହାକାଶଚାରୀ ଏଡ୍‌ଓ୍ବିନ ଆଲ୍‌ଡ୍ରିନ ପିନ୍ଧିଥିବା ଗ୍ଲୋବ୍ସକୁ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri