ଆପଲ୍‌ ଟିଭିରେ ପ୍ରସାରିତ ହେବ ସଲମାନଙ୍କ ‘ରାଧେ’

ମୁମ୍ବାଇ: ବଲିଉଡ୍‌ ଷ୍ଟାର ସଲ୍‌ମାନ ଖାନ୍‌ଙ୍କ ‘ରାଧେ’ ଚଳଚ୍ଚିତ୍ର ଆପଲ୍‌ ଟିଭିରେ ପ୍ରସାରିତ ହେବ। ଏହା ବେଲଜିୟମ, ଡେନ୍‌ମାର୍କ, କାନାଡା, ଫିଜି, ମ୍ୟାଲେସିଆ, ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା ଏବଂ ମରିସସ୍‌ ସମେତ ୬୫ରୁ ଊର୍ଦ୍ଧ୍ୱ ଦେଶରେ ଉପଲବ୍ଧ ହୋଇପାରିବ। ଆପଲ୍‌ ଟିଭିରେ ଲାଇଭ୍‌ ପ୍ରସାରଣ ହେବାରେ ରାଧେ ହେବ ବଲିଉଡ୍‌ର ପ୍ରଥମ ସିନେମା। ୧୦୦ରୁ ଊର୍ଦ୍ଧ୍ୱ ଦେଶରେ ଅଧିକ ପ୍ଲାଟଫର୍ମରେ ଉକ୍ତ ସିନେମାକୁ ଉପଲବ୍ଧ କରାଇବା ଲାଗି ଏହାର ପ୍ରଯୋଜକମାନେ ଯୋଜନା କରୁଛନ୍ତି। ଗତ ୧୩ ତାରିଖରେ ଉକ୍ତ ଚଳଚ୍ଚିତ୍ର ଜି୫ରେ ପ୍ରଥମେ ପ୍ରଦର୍ଶିତ ହୋଇଥିଲା। ଏବେ ଜି-ପ୍ଲେକ୍ସରେ ଏହା ପେ’ ପର୍‌ ଭିଉ ଫର୍ମାଟରେ ଉପଲବ୍ଧ ହେଉଛି। ବହୁସଂଖ୍ୟାରେ ଦର୍ଶକ ଏହାକୁ ଓଟିଟି ପ୍ଲାଟଫର୍ମରେ ଦେଖୁଛନ୍ତି। ନିକଟରେ ଅନ୍‌ଲାଇନରେ ରାଧେ ଲିକ୍‌ ହେବା ପରେ ହ୍ବାଟ୍ସଆପ୍‌ ଏବଂ ଫେସ୍‌ବୁକ୍‌ର ୩ ଜଣ ୟୁଜରଙ୍କ ବିରୋଧରେ ଏତଲା ଦାଏର ହୋଇଥିଲା। ସେମାନେ ସଲମାନଙ୍କ ଚଳଚ୍ଚିତ୍ରର ପାଇରେଟେଡ୍‌ ଭର୍ସନକୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଛାଡ଼ିଥିବା ଅଭିଯୋଗ ହୋଇଥିଲା।

Share