ଆନ୍ଧ୍ରରେ ଫଶିଛନ୍ତି ୪୨ ପରୀକ୍ଷାର୍ଥୀ: ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ

ବାରିପଦା ଅଫିସ, ୨୪ା୩- ଓଡ଼ିଶାରୁ ବିଏଡ ଟିଚିଙ୍ଗ୍‌ ପରୀକ୍ଷା ଦେବା ପାଇଁ ଆନ୍ଧ୍ରକୁ ଯାଇଥିବା ୪୨ ପରୀକ୍ଷାର୍ଥୀ ସେଠାରେ ଫଶି ରହିଛନ୍ତି। କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ଲାଗି ଟ୍ରେନ୍‌ ବାତିଲ ହୋଇଯାଇଥିବାରୁ ପରୀକ୍ଷାର୍ଥୀମାନେ ସେଠାରୁ ଆସିପାରୁନାହାନ୍ତି। ଓଡ଼ିଶା ଆଣିବାକୁ ସେମାନେ ଏକ ଭିଡିଓ ପୋଷ୍ଟ କରି ଅନୁରୋଧ କରିଛନ୍ତି। ଫସି ରହିଥିବା ୪୨ ଜଣଙ୍କ ମଧ୍ୟରୁ ୧୮ ପୁରୁଷ ଓ ୨୪ ଜଣ ମହିଳା ଅଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ମହିଳା ଗର୍ଭବତୀ ରହିଛନ୍ତି। ୪୨ ଜଣଙ୍କ ମଧ୍ୟରୁ ମୟୂରଭଞ୍ଜ ଜିଲାର ୫, ବାଲେଶ୍ୱର ଜିଲାର ୩୨ ଓ ଭଦ୍ରକ ଜିଲାର ୫ ଜଣ ରହିଛନ୍ତି। ପ୍ରକାଶ ଯେ, ପରୀକ୍ଷାର୍ଥୀମାନେ ଗତ ୧୬ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ବିଏଡ ପରୀକ୍ଷା ଦେବା ପାଇଁ ଆନ୍ଧପ୍ରଦେଶ ରାଜ୍ୟ ପ୍ରକାଶନ ଜିଲା ମାର୍କାପୁର ଟାଉନକୁ ଯାଇଥିଲେ। ସେଠାରେ ଜଣେ ବ୍ୟକ୍ତିଙ୍କ ଭଡ଼ା ଘରେ ରହି ପରୀକ୍ଷା ଦେଉଥିଲେ। ପରୀକ୍ଷା ଶେଷ ହେବା ପରେ ୨୨ତାରିଖରେ ଟ୍ରେନ୍‌ ଟିକେଟ ହୋଇଥିଲା। ୨୨ ତାରିଖରେ ଜନତା କର୍ଫ୍ୟୁ ଲାଗି ଟ୍ରେନ ଟିକେଟ ବାତିଲ ହୋଇଯାଇଥିଲା। ପରେ ୨୩ ତାରିଖରେ ଟିକେଟ ହୋଇଥିବା ବେଳେ ତାହା ମଧ୍ୟ ବାତିଲ ହୋଇଥିଲା ୩୧ ତାରିଖ ପର୍ଯ୍ୟନ୍ତ କୌଣସି ଟିକେଟ ହୋଇପାରିବ ନାହିଁ। ବର୍ତ୍ତମାନ ସେମାନେ ଅସୁବିଧାରେ ଥିଲା ବେଳେ ତାଙ୍କ ପାଖରେ ଖର୍ଚ୍ଚ କରିବାକୁ ଟଙ୍କା ନାହିଁ। ସେଠାରେ ଫଶି ରହିଥିବା ମୟୂରଭଞ୍ଜର ଚିନ୍ମୟ ଦାସ ପ୍ରକାଶ କରିଛନ୍ତି। ସେହିଭଳି ସେଠାରେ ଲକ୍‌ଡାଉନ ପରିସ୍ଥିତ ହୋଇଥିବବାରୁ କିଛି ଖାଇବାକୁ ମିଳୁନାହିଁ। ମଙ୍ଗଳବାର ସକାଳେ ସେମାନେ ବିସ୍କୁଟ ଖାଇଥିବା କହିଛନ୍ତି। ଏଣୁ ସେମାନେ ରାଜ୍ୟ ସରକାରଙ୍କୁ ଓଡ଼ିଶାକୁ ଫେରାଇ ଆଣିବା ପାଇଁ ଅନୁରୋଧ କରିଛନ୍ତି। ଏନେଇ ସେମାନେ ଏକ ଭିଡିଓ ସୋସିଆଲ୍‌ ମିଡିଆରେ ପୋଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

୭୦% ଚାଷୀଙ୍କୁ ମିଳୁନି କେସିସି ଋଣ

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା): ରାଜ୍ୟରେ ଚାଷୀଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା...

୧୦ମ ଶ୍ରେଣୀ ଇତିହାସ, ରାଜନୀତି ବିଜ୍ଞାନ ବହିରେ ଭୁଲ୍‌ ତଥ୍ୟ

ଭଦ୍ରକ,୨୮।୧୨(ସନାତନ ରାଉତ): ୨୦୧୩ ମସିହାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ମୁଦ୍ରିତ ଓ ପ୍ରକାଶିତ ୧୦ମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହିରେ...

ପହିଲାରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ରାଜ୍ୟରେ ପ୍ରବଳ ଶୀତ ସହ କୁହୁଡ଼ି ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି। ୩୧ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ।...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri