Categories: ଜାତୀୟ

ଆନ୍ଧ୍ରରେ ଓ୍ବାଇଏସ୍‌ଆରସିପି ସରକାର: ୩୦ରେ ଶପଥ ନେବେ ଜଗନମୋହନ

ଅମରାବତୀ,୨୩ା୫: ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ଓ୍ବାଇଏସ୍‌ଆର୍‌ ଜଗନମୋହନ ରେଡ୍ଡୀଙ୍କ ଦଳ ଓ୍ବାଇଏସ୍‌ଆର୍‌ କଂଗ୍ରେସ ପାର୍ଟି ନିରଙ୍କୁଶ ସଂଖ୍ୟାଗରିଷ୍ଠତା ସହ ସରକାର ଗଢ଼ିବାକୁ ଯାଉଛି। ଜଗନମୋହନ ଆସନ୍ତା ୩୦ ତାରିଖରେ ମନ୍ଦିର ସହର ତିରୁପତିରେ ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଦଳର ଜଣେ ନେତା କହିଛନ୍ତି। ଆସନ୍ତା ଶନିବାର ନବନିର୍ବାଚିତ ଓ୍ବାଇଏସ୍‌ଆରସିପି ବିଧାୟକମାନଙ୍କ ବୈଠକ ବସି ଜଗନମୋହନଙ୍କୁ ସେମାନଙ୍କ ନେତା ନିର୍ବାଚିତ କରାଯିବ ବୋଲି ବରିଷ୍ଠ ନେତା ଉମାରେଡ୍ଡୀ ଭେଙ୍କଟେଶ୍ୱରଲୁ ଖବରଦାତାମାନଙ୍କୁ ସୂଚନା ଦେଇଛନ୍ତି।

Share