ଆନ୍ଧ୍ରରେ ଓମିକ୍ରନ ଚିହ୍ନଟ ପରେ ତତ୍ପର ଓଡ଼ିଶା

ଭୁବନେଶ୍ୱର,୧୩।୧୨(ବ୍ୟୁରୋ): ପଡୋଶୀ ଆନ୍ଧ୍ରରେ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେବା ପରେ ଓଡ଼ିଶା ସଜାଗ ହୋଇଛି। ରାଜ୍ୟର ସମସ୍ତ ବର୍ଡର ଜିଲାଗୁଡିକୁ ସରକାର ସଜାଗ କରାଇ ଦେଇଛନ୍ତି। ଏ ନେଇ ପ୍ରତିକ୍ରିୟା ରଖି ଡିଏମ୍‌ଇଟି କହିଛନ୍ତି, ଆନ୍ଧ୍ରରେ ଓମିକ୍ରନ ବାହାରିବା ନେଇ ଆମ ପାଖରେ ଖବର ଅଛି । କିନ୍ତୁ ଏଥିପାଇଁ ରାଜ୍ୟବାସୀ ଭୟଭୀତ କି ଆତଙ୍କିତ ହୁଅନ୍ତୁ ନାହିଁ । ଯେଉଁମାନେ ବିଦେଶରୁ ଆସୁଛନ୍ତି ସେମାନଙ୍କର ବିମାନ ବନ୍ଦରରେ ଟେଷ୍ଟିଂ କରାଯାଉଛି । ଏ ପର୍ଯ୍ୟନ୍ତ ଓଡ଼ିଶାରେ କେହି ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି । କ୍ଲଷ୍ଟରରୁ ପଜିଟିଭ୍‌ ହେଉଥିବା କିମ୍ବା ବିଦେଶ ଫେରନ୍ତାଙ୍କର ଜେନମ ସିକ୍ୟୁଏନ୍ସିଂ କରାଯାଉଛି ।