Categories: ଜାତୀୟ

ଆନ୍ଦୋଳନକୁ ଓହ୍ଲାଇଲେ ହିନ୍ଦୁରାଓ ହସ୍ପିଟାଲର ଡାକ୍ତର: ଓପିଡି ସେବା ବ୍ୟାହତ

ନୁଆଦିଲ୍ଲୀ,୧।୭: ରାଜଧାନୀ ଦିଲ୍ଲୀରେ ଥିବା ବାଡା ହିନ୍ଦୁରାଓ ହସ୍ପିଟାଲର ରେସିଡେନ୍ସ ଡାକ୍ତର ଆସୋସିଏସନ୍‌ର ସମସ୍ତ ଡାକ୍ତର ସୋମବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଫଳରେ ପୂରା ଦିନ ହସ୍ପିଟାଲର ଓପିଡି ସେବା ବାଧାପ୍ରାପ୍ତ ହୋଇଛି। କିନ୍ତୁ ଇମାରଜେନ୍ସୀ ସେବା ଜାରି ରହିଥିବା ବେଳେ ସେଠାରେ ରେସିଡେନ୍ସ ଡାକ୍ତର କେହି ଯୋଗଦେଇନାହାନ୍ତିି। ଯେତେ ପର୍ଯ୍ୟନ୍ତ ଡାକ୍ତରଙ୍କ ସମସ୍ତ ଦାବି ସରକାର ପୂରଣ ନ କରିଛନ୍ତି ସେ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ସଂଘ ଚେତାବନୀ ଦେଇଛି। ସୂଚନାଯୋଗ୍ୟ, ଶନିବାର ରାତିରେ କିଛି ଲୋକ ଇମରଜେନ୍ସୀ ଓ୍ବାର୍ଡରେ ଥିବା ଡାକ୍ତରଙ୍କ ସହ ମାଡ଼୍‌ପିଟ କରିଥିଲେ। ଏଥିସହ ଡ୍ୟୁଟିରେ ଥିବା ଅନ୍ୟ ଡାକ୍ତରଙ୍କୁ ମାଡ଼ ମରାଯିବା ବେଳେ ସେମାନଙ୍କୁ ବଞ୍ଚାଇବାକୁ ଆସିଥିବା ଅନ୍ୟ ଡାକ୍ତରଙ୍କ ସହ ମାଡ଼୍‌ପିଟ କରାଯାଇଥିଲା। ଏହି ଆକ୍ରମଣରେ ଜଣେ ଡାକ୍ତରଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଏହି ଘଟଣାକୁ ନେଇ ଉତ୍ତକ୍ତ୍ୟ ଡାକ୍ତର ଆନ୍ଦୋଳନକୁ ଓହ୍ଲାଇବା ସହ ଏହି ଘଟଣାରେ ସମ୍ପୃକ୍ତ ଥିବା ଲୋକଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ସେମାନେ ଦାବି କରିଛନ୍ତି। ଏଥିସହ ହସ୍ପିଟାଲରେ ସିକ୍ୟୁରିଟି ବଢ଼ାଯିବା ସହ ବର୍ତ୍ତମାନର ସିକ୍ୟୁରିଟି ଇନ୍‌ଚାର୍ଜଙ୍କୁ ବହିଷ୍କାର କରିବା ପାଇଁ ସଂଘ ଦାବି କରିଛି।

Share