ଆନ୍ତର୍ଜାତୀୟ ଫୁଟବଲ ରେଫରି କୃଷ୍ଣଚନ୍ଦ୍ରଙ୍କ ହୃଦୟ କଥା: ପ୍ରତିଭା ଅଛନ୍ତି, ସୁଯୋଗ ମିଳୁନି

କେନ୍ଦୁଝର, ୧୫ା୮(ସ୍ବ.ପ୍ର.)ଗତ ୩ରୁ ୬ ତାରିଖ ଯାଏ ଚେନ୍ନାଇରେ ଅନୁଷ୍ଠିତ ଆନ୍ତର୍ଜାତିକ ଫୁଟବଲ ଚାମ୍ପିୟନଶିପ୍‌ ସ୍ପେଶାଲ ଅଲିମ୍ପିକରେ କେନ୍ଦୁଝର ଜିଲାର ୨ ଜଣ କ୍ରୀଡାବିତ୍‌ଙ୍କୁ ରେଫରି ଭାବେ ଚୟନ କରାଯାଇଥିଲା ା ସେମାନେ ହେଲେ ସଦର ବ୍ଲକ ରାଇକଳା ଗ୍ରାମର କୃଷ୍ଣ ଚନ୍ଦ୍ର ମହାନ୍ତ (୩୫) ଓ ମଧୁପୁର ଗ୍ରାମର ଦୀପକ ମହାନ୍ତ। ମୁଖ୍ୟ ରେଫରୀ ଭାବେ କୃଷ୍ଣଚନ୍ଦ୍ର ଖେଳ ପରିଚାଳନା କରିବାର ଗୌରବ ଅର୍ଜନ କରିଥିଲେ ା ଏହି ଟୁର୍ନାମେଣ୍ଟ ପାଇଁ ସମୁଦାୟ ୬ ଜଣ ରେଫରିଙ୍କୁ ଚୟନ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୨ ଜଣ କେନ୍ଦୁଝର ଜିଲା (ଓଡିଶା)ରୁ ସୁଯୋଗ ପାଇଥିଲେ। କୃଷ୍ଣଚନ୍ଦ୍ରଙ୍କ କହିବା ଅନୁଯାୟୀ, ଉକ୍ତ ଟୁର୍ନାମେଣ୍ଟରେ ଭାରତ, ବାଙ୍ଗଲାଦେଶ, ମ୍ୟାଲେସିଆ, କୋରିଆ, ଇଜିପ୍ଟ, ଫିଲିପାଇନ୍ସ ସମେତ ୧୫ଟି ଦେଶ ଭାଗ ନେଇଥିଲେ। ମାଲେସିଆ ଚାମ୍ପିୟନ, କୋରିଆ ରନର୍ସ ଅପ୍‌ ହୋଇଥିଲା ା ଭାରତ ତୃତୀୟ ଅଧିକାର କରିଥିଲା ା ସମସ୍ତ ମ୍ୟାଚର ମୁଖ୍ୟ ରେଫରି ଥିଲେ କୃଷ୍ଣଚନ୍ଦ୍ର ା ଏପରି କି ଫାଇନାଲ ମ୍ୟାଚ ପରିଚାଳନା କରିବାର ସୁଯୋଗ ତାଙ୍କୁ ମିଳିଥିଲା ା ଏହି ସଫଳତା ପରେ କୃଷ୍ଣଚନ୍ଦ୍ର ବିଶ୍ୱସ୍ତରରେ ହେବାକୁ ଥିବା ସ୍ପେଶାଲ ଅଲିମ୍ପିକ୍ସରେ ଖେଳ ପରିଚାଳନା କରିବା ପାଇଁ ଆଶା ବାନ୍ଧିଛନ୍ତି ା କୃଷ୍ଣଚନ୍ଦ୍ର ପୂର୍ବରୁ କୋରିଆ, ଥାଇଲାଣ୍ଡ, ଅଷ୍ଟ୍ରେଲିଆ, ଭାରତ ଆଦି ଦେଶରେ ଆୟୋଜିତ ମ୍ୟାଚ ପରିଚାଳନା କରିଛନ୍ତି। ୨୦୧୪ରୁ ସେ ସ୍ପେଶାଲ ଅଲିମ୍ପିକ୍ସରେ ଖେଳ ପରିଚାଳନା କରିଆସୁଥିବା କହିଛନ୍ତି।
ପିଲାଦିନରୁ ଫୁଟବଲ ଖେଳ ପ୍ରତି ତାଙ୍କର ଦୁର୍ବଳତା ଥିଲା ା ଭବାନୀପାଟଣାସ୍ଥିତ କଳାହାଣ୍ଡି ସ୍ପୋର୍ଟସ ହଷ୍ଟେଲରୁ କଟକ ସାଇ ହଷ୍ଟେଲରେ ତାଙ୍କର ଛାତ୍ର ଜୀବନ କଟିଥିଲା। ବିଏ ପରେ ସେ ଫୁଟବଲ ଖେଳକୁ ଗୁରୁତ୍ୱ ଦେଇଥିଲେ ା ଓଡ଼ିଶାର ବଡ ବଡ କ୍ଲବ ଯଥା କଟକ ଜୋବ୍ରା ଦୁର୍ଗା, ରାଇଜିଙ୍ଗ ଷ୍ଟାର ଆଦିରୁ ଖେଳିବାର ତାଙ୍କୁ ସୁଯୋଗ ମିଳିଥିଲା ା ୨୦୦୨ରେ ସେ ଓଡ଼ିଶା ଫୁଟବଲ ଟିମର କ୍ୟାପଟେନ ଥିଲେ। ସେଥିପାଇଁ କଟକରେ ତାଙ୍କର ବହୁ ପ୍ରଶଂସକ ଅଛନ୍ତି। ଶ୍ରଦ୍ଧାରେ ଲୋକେ ତାଙ୍କୁ ଦାଦା ବୋଲି ଡାକନ୍ତି। ଏପରି ସେ ଜାତୀୟ ଦଳ ପାଇଁ ଖେଳିବାର ସୁଯୋଗ ପାଇଥିଲେ ା କିନ୍ତୁ କୌଣସି ପ୍ରୋତ୍ସାହନ ବା ଚାକିରି ନ ମିଳିବାରୁ ବାଧ୍ୟ ହୋଇ ଖେଳ ଛାଡି ଘରକୁ ଫେରିଥିଲେ ା ୨୦୧୨ରେ ରେଫରୀ ହେବା ପାଇଁ ସେ ମନୋନୀତ ହୋଇଥିଲେ ା ୨୦୧୩ ରେ ରାଜ୍ୟର ଏକମାତ୍ର ଖେଳାଳି ଭାବେ ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ୍‌ ସ୍ପୋର୍ଟସ (ଏନଆଇଏସ) ରେ ତାଲିମ ଗ୍ରହଣ କରିଥିଲେ ା ଓଡ଼ିଶା ଫୁଟବଲରେ ବହୁ ଟ୍ୟାଲେଣ୍ଟ ଅଛନ୍ତି, କିନ୍ତୁ ସେମାନଙ୍କୁ ସୁଯୋଗ ମିଳୁନାହିଁ ା ସେଥିପାଇଁ ବହୁ ଖେଳାଳି ଫୁଟବଳରୁ ମୁହଁ ଫେରାଉଛନ୍ତି ବୋଲି କୃଷ୍ଣଚନ୍ଦ୍ର କହିଛନ୍ତି ା ଥରେ କନ୍‌ଷ୍ଟେବଳ ଚାକିରିଟିଏ ପାଇଁ ସେ ତତ୍କାଳୀନ ଡିଜିଙ୍କ ସାକ୍ଷାତ କରିଥିଲେ ା ନିଜର ସମସ୍ୟା ଓ ଖେଳ ସାର୍ଟିଫିକେଟ୍‌ ଦେଖାଇ ଚାକିରି ପାଇଁ ଅନୁରୋଧ କରିଥିଲେ ା ତଥାପି ତାଙ୍କୁ ଚାକିରୀଟିଏ ମିଳି ନ ଥିଲା ା ସରକାରୀ,ବେସରକାରୀସ୍ତରରେ ସହାୟତା ମିଳିଲେ ରାଜ୍ୟ ଖେଳାଳିମାନେ ଅଧିକ ଉତ୍ସାହିତ ହେବେ ବୋଲି ସେ କହିଛନ୍ତି ା ସ୍ତ୍ରୀ ଏବଂ ଗୋଟିଏ ପୁଅକୁ ନେଇ ତାଙ୍କ ପରିବାର ା ପୁଅ ଏବେ ଝୁମ୍ପୁରା ସରସ୍ବତୀ ବିଦ୍ୟା ମନ୍ଦିରରେ ପ୍ରଥମ ଶ୍ରେଣୀରେ ପାଠ ପଢ଼ୁଛି। ସେ ବଡ ହେଲେ ଜଣେ ଭଲ ଖେଳାଳି ହେବ ବୋଲି କୃଷ୍ଣଚନ୍ଦ୍ର କହିଛନ୍ତି ା ଖେଳ ନ ଥିଲେ ଗାଁରେ ଚାଷ କରୁଛି ବୋଲି ସେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri