Categories: ଗଞ୍ଜାମ

ଆନ୍ତର୍ଜାତିକ ନିଶାଦ୍ରବ୍ୟ ଅପବ୍ୟବହାର, ଅବୈଧ କାରବାର ନିରୋଧ ଦିବସ: ନିଶା ଛାଡିଥିବା ୧୦ ଜଣ ସମ୍ବର୍ନ୍ଧିତ

ଛତ୍ରପୁର,୨୬।୬(ଡି.ଏନ୍‌.ଏ): ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଆନୁକୂଲ୍ୟରେ ବୁଧବାର ଆନ୍ତର୍ଜାତିକ ନିଶାଦ୍ରବ୍ୟ ଅପବ୍ୟବହାର ଏବଂ ଅବୈଧ କାରବାର ନିରୋଧ ଦିବସ ପାଳିତ ହୋଇଯାଇଛି । ଏ ନେଇ ପୂର୍ବାହ୍ନରେ ଛତ୍ରପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟରୁ ଏକ ସଚେତନତା ରାଲି ବାହାରି ସ୍ଥାନୀୟ ସଂସ୍କୃତି ଭବନଠାରେ ପହଞ୍ଚିିଥିଲା । ଏହାକୁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ପରେ ସଂସ୍କୃତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲାପାଳ ଯୋଗଦେଇ କହିଥିଲେ ଯେ, ନିଶାଠାରୁ ଦୂରେଇ ରହିଲେ ଶରୀର ସୁସ୍ଥ ରହିବ । ଏହି ଅବସରରେ ନିଶା ଛାଡିଥିବା ୧୦ ଜଣଙ୍କୁ ଜିଲାପାଳ ସମ୍ବର୍ଦ୍ଧିତ କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଜୟ କୁମାର ପାଣିଗ୍ରାହୀ, ଡା. ବିଭୁ କଲ୍ୟାଣ ସାହୁ, ସମର୍ଥ ଅନୁଷ୍ଠାନର ଅଧ୍ୟକ୍ଷ କେ. ଆନନ୍ଦ ରାଓ, ବ୍ରହ୍ମାକୁମାରୀ ଛତ୍ରପୁର କେନ୍ଦ୍ରର ବିଜୟଲକ୍ଷ୍ମୀ ପ୍ରମୁଖ ଯୋଗଦେଇ ନିଶା ଛାଡ଼ି ଆଧ୍ୟାତ୍ମିକ ଜ୍ଞାନ ଆହରଣ କରିବାକୁ ପରାମର୍ଶ ଦେଇଥିଲେ ।