ଆନ୍ତଃରାଜ୍ୟ ବସ୍‌ ଚଳାଚଳ ନେଇ ନିଆଯାଇନାହିଁ ନିଷ୍ପତ୍ତି

ଭୁବନେଶ୍ୱର,୧୩।୬(ବ୍ୟୁରୋ): ରାଜ୍ୟରେ ଲକ୍‌ଡାଉନ୍‌ ନିୟମ କୋହଳ କରାଯାଇଥିଲେ ସୁଦ୍ଧା ଆନ୍ତଃରାଜ୍ୟ ବସ୍‌ ଚଳାଚଳ ନେଇ ଅନିଶ୍ଚିତତା ଜାରି ରହିଛି। ଏ ନେଇ ଶନିବାର ପ୍ରତିକ୍ରିୟା ରଖି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ଏବେ ସୁଦ୍ଧା ବସ୍‌ ଚଳାଚଳ ନେଇ ନିଷ୍ପତ୍ତି ନିଆଯାଇନାହିଁ। ଏପରିକି କୌଣସି ରାଜ୍ୟ ସହ କଥା ହୋଇନାହୁଁ। ରଥଯାତ୍ରା ପାଇଁ ବସ୍‌ ଚଳାଚଳ ନେଇ କୌଣସି ଆଲୋଚନା ହୋଇନାହିଁ। ସବୁବେଳେ ରଥଯାତ୍ରା ପୂର୍ବରୁ ୨ ଥର ବୈଠକ ବସେ। ଏପର୍ଯ୍ୟନ୍ତ ହୋଇନାହିଁ। ତେବେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ବିଭାଗ କାର୍ଯ୍ୟ କରିବ ବୋଲି ମନ୍ତ୍ରୀ କହିଛନ୍ତି।