ଆନନ୍ଦପୁର ଷ୍ଟାଡିୟମରେ ଖୋଲିଲା ପରିବା ବଜାର

ଆନନ୍ଦପୁର,୩୦।୩(ସ୍ବ.ପ୍ର.)-କରୋନା ଭାଇରସର ସଫଳ ମୁକାବିଲା ପାଇଁ ପ୍ରଶାସନିକସ୍ତରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ପୌରପରିଷଦ ପକ୍ଷରୁ ଆନନ୍ଦପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ବୃଦ୍ଧି ପାଇଥିବା ପରିବା ବଜାରକୁ ନିୟନ୍ତ୍ରଣ କରିବା ପାଇଁ ଏହାକୁ ସାମୁହିକ ଭାବେ ଷ୍ଟାଡିୟମ ପରିସରକୁ ସ୍ଥାନାନ୍ତର କରାଯାଇଛି। ପରିବା ବଜାରକୁ ଆସୁଥିବା ଲୋକମାନେ କରୋନା ଭାଇରସ୍‌ର ମୁକାବିଲା ପାଇଁ କମ୍‌ ସଂଖ୍ୟକ ଲୋକ ମାସ୍କ ବ୍ୟବହାର କରିଥିବାବେଳେ ବହୁ ଲୋକ ବିନା ସୁରକ୍ଷାରେ ବଜାରକୁ ଆସିଥିବା ଦେଖାଯାଇଥିଲା। ଏହା ସହିତ ବଜାରରେ ପଲିଥିନର ବ୍ୟବହାର ବୃଦ୍ଧି ପାଇବା ଘଟଣା ପୌର ଅଧିକାରୀ ହିତାଂଶୁ ଶେଖର ସାମଲଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ସେ ପରିବା ବଜାରରେ ପହଞ୍ଚିି ବ୍ୟବସାୟୀଙ୍କୁ ଚେତାବନୀ ଦେଇଥିଲେ। ତେବେ ସେମାନଙ୍କୁ ମାସ୍କ ସହ କରୋନା ଲାଗି ସତର୍କତା ଅବଲମ୍ବନ କରିବାକୁ ନିଜକୁ ସଚେତନ ହେବାକୁ ପଡ଼ିବ ବୋଲି କୁହାଯାଉଛି।
ଫଟୋ