ଆଧ୍ୟାତ୍ମିକ ପରିବେଶରେ ଝୁମିଲା ଡାଳଗୁମା: ଖେଳିଗଲା ଖୁସିର ଲହରୀ

ଥୁଆମୂଳ ରାମପୁର,୨୭।୨ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କିଆପଦର ପଞ୍ଚାୟତର ଡାଳଗୁମା ଗ୍ରାମରେ ଏକ ଆଧ୍ୟାତ୍ମିକ ଜାଗରଣ ସୃଷ୍ଟି ହୋଇଛି। ବ୍ଲକ ପ୍ରଶାସନର ସି.ଏମ.ଏସ (CMS) ପାଣ୍ଠିରୁ ପ୍ରାୟ ୨୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଭବ୍ୟ ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିରର ବିଗ୍ରହ ପ୍ରତିଷ୍ଠା ଓ ନୂତନ ର୍ନିମିତ ମନ୍ଦିର ପ୍ରତିଷ୍ଠା କର୍ମ ଅତ୍ୟନ୍ତ ଭକ୍ତିମୟ ପରିବେଶରେ ସମ୍ପନ୍ନ ହୋଇଯାଇଛି। ଏହି ମହୋତ୍ସବ ଗତ ବୁଧବାର ଠାରୁ କଳସ ଯାତ୍ରା, ଅଧିବାସ କର୍ମ, ନାମ ଯଜ୍ଞ, ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟ ସହ ଆରମ୍ଭ ହୋଇଥିଲା। ଏହାପରେ ଗୁରୁବାର ଦିନରେ ବିଗ୍ରହ ପ୍ରବେଶ, ପୂର୍ଣ୍ଣାହୁତି ଓ ଘଟ ବିସର୍ଜନ ସହ ଏହି ଉତ୍ସବର ସମାପ୍ତି ହୋଇଛି। ଗୁରୁବାର ମନ୍ଦିର ଗର୍ଭଗୃହରେ ବିଗ୍ରହ ସ୍ଥାପନ ସମୟରେ ଏକ ଭବ୍ୟ ଆଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳିଥିଲା।
ଏହି ଅବସରରେ ଥୁଆମୂଳ ରାମପୁର ବିଡ଼ିଓ ଧ୍ରୁବ ଚରଣ ମୁଦୁଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ତାଙ୍କ ସମେତ ବ୍ଲକ ପ୍ରଶାସନର ବହୁ ପଦାଧିକାରୀ, ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହି ଠାକୁରଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ମନ୍ଦିର ପ୍ରାଙ୍ଗଣରେ ଶାସ୍ତ୍ରୀୟ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ସହ ଶତାଧିକ ଶ୍ରଦ୍ଧାଳୁ ପ୍ରସାଦ ସେବନ କରିଥିଲେ। ସ୍ଥାନୀୟ ଗ୍ରାମବାସୀଙ୍କ ସକ୍ରିୟ ସହଯୋଗରେ ରାଧାକୃଷ୍ଣ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳାଇ ଦେଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଲୋଇସିଂହା ଥାନା ବଢୁଛି ଚୋରି: କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି

ଲୋଇସିଂହା,୨୬।୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅଞ୍ଚଳରେ କ୍ରମାଗତ ଭାବରେ ଚୋରି ବୃଦ୍ଧି ପାଇଛି। ଥାନା ଅନ୍ତର୍ଗତ ଜେଉଁଟିପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିକଟରେ…

୧୪ ମାସ ପରେ ପରିବାର ଲୋକଙ୍କୁ ଫେରିପାଇଲେ ସୋନମତୀ

ଝାରସୁଗୁଡ଼ା,୨୭ା୨(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡ଼ା ଜିଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଉଦ୍ୟମରେ ପ୍ରଶାସନର ‘ସ୍ନେହ ସେତୁ’ ଅଭିଯାନ ମାଧ୍ୟମରେ ଗୁରୁବାର ଅପରାହ୍ନରେ ଜଣେ ଅସହାୟ ମହିଳା ତାଙ୍କ ପରିବାର…

୧୦ଟିକିଆ ହାତୀପଲ ସହ ଯିବାବେଳେ କୂଅରେ ପଡ଼ିଗଲା ଛୁଆ ହାତୀ, ତାପରେ…

କେନ୍ଦୁଝର,୨୭।୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ରେଞ୍ଜ କାଠବାଉଁଶୁଳି ଗାଁରେ ଅଘଟଣ । କୂଅରେ ପଡ଼ି ଚାଲିଗଲା ହାତୀ ଛୁଆର ଜୀବନ । ଗୁରୁବାର ବିଳମ୍ବିତ ରାତିରେ…

ବିବାହ ବାର୍ଷିକୀରେ ଦମ୍ପତି ନେଲେ ବଡ଼ ନିଷ୍ପତ୍ତି: ଅଞ୍ଚଳରେ ଚର୍ଚ୍ଚା

ଭବାନୀପାଟଣା, ୨୭ା୨(ଉତ୍ତମ କୁମାର ଦାଶ):ଜନ୍ମଦିନ, ବିବାହ ବାର୍ଷିକୀ ଭଳି ଜୀବନର ସ୍ବତନ୍ତ୍ର ଦିନକୁ ସ୍ମରଣୀୟ କରିବାକୁ ଲୋକେ ବିଭିନ୍ନ ପଦକ୍ଷେପ ନିଅନ୍ତି ଲୋକେ। ଏଭଳି ଏକ ଘଟଣାକ୍ରମେ…

ସାଇବର ଠକେଇ, ପୁଣି ଜଣେ ଅଭିଯୁକ୍ତ ଗିରଫ

ବରଗଡ଼,୨୭।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ପୋଲିସ ସାଇବର ଠକେଇ ପାଇଁ ଚାଲିଥିବା ଅପରେଶନ କବଚକୁ ଜୋରଦାର କରିଛି। ବୁଧବାର ଜିଲା ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରଥିଲା। ଗୁରୁବାର…

ଅଭିନେତ୍ରୀ ନିକିତା ହତ୍ୟା ମାମଲା: ସ୍ବାମୀ ଲିପନ ସାହୁଙ୍କୁ ଆଜୀବନ ଜେଲ

କଟକ,୨୬।୨(କାର୍ତ୍ତିକ ସାହୁ/ପ୍ରଭୁ କଲ୍ୟାଣ ପାଲ): ବହୁ ଚର୍ଚ୍ଚିତ ଅଭିନେତ୍ରୀ ନିକିତା ହତ୍ୟାକାଣ୍ଡ ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି। କଟକ ତୃତୀୟ ଅତିରିକ୍ତ ଜିଲା ଓ ଦୌରାଜଜ୍‌…

ପ୍ରଧାନାଚାର୍ଯ୍ୟ ଜାନକୀ ବଲ୍ଲଭଙ୍କ ପରଲୋକ

ଦିଗପହଣ୍ଡି,୨୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ରୋହି ଗାଁ ବାସିନ୍ଦା ଜାନକୀ ବଲ୍ଲଭ ବିଷୋୟୀଙ୍କ ୫୭ ବର୍ଷ ବୟସରେ ହୃଦଘାତରେ ପରଲୋକ ଘଟିଛି। ଦିଗପହଣ୍ଡି…

ବଢ଼ିଲା ପିଲା ଚୋରି ସନ୍ଦେହ: ମା’ଙ୍କ ହାବୁଡ଼ରେ ପଡ଼ି ଥାନାକୁ ଗଲେ ବୃଦ୍ଧା

ବାଲେଶ୍ୱର,୨୬।୨(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ଟାଉନ ଥାନା ଅଧୀନ ନୁରୁପୁର ରୋଡ଼ରେ ଗୁରୁବାର ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ରୀ ଅପହରଣ ଉଦ୍ୟମ ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri