Categories: ଜାତୀୟ

ଆଧୁନିକ ଯୁଗର ଶ୍ରବଣ କୁମାର: ସ୍କୁଟରରେ ବସାଇ ମା’ଙ୍କୁ ବୁଲାଇବେ ୧୭ ତୀର୍ଥସ୍ଥଳ

ତିନସୁକିଆ,୧।୭: ଆସାମ ତିନସୁକିଆର ୪୦ବର୍ଷୀୟ ବ୍ୟକ୍ତି ଡି କ୍ରିଷ୍ଣ କୁମାର ନିଜ ସ୍କୁଟର ସାହାଯ୍ୟରେ ମା’ଙ୍କୁ ୧୭ଟି ତୀର୍ଥସ୍ଥଳ ଭ୍ରମଣ କରିବାକୁ ବାହାରି ପଡିଛନ୍ତି। ପାଖାପାଖି ୪୦ହଜାର ୩୮୦ କିଲୋମିଟର ଭ୍ରମଣ କରିବାର ଲକ୍ଷ୍ୟ ରଖିଛନ୍ତି କ୍ରିଷ୍ଣ କୁମାର। ଏହାସହ ସେ ନେପାଳ ଓ ଭୂଟାନର କିଛି ତୀର୍ଥସ୍ଥଳ ମଧ୍ୟ ଗସ୍ତ କରିବେ। ଏଥିପାଇଁ ପାଖାପାଖି ତାଙ୍କୁ ଦେଢ ବର୍ଷ ସମୟ ଲାଗିବ ବୋଲି ଅନୁମାନ କରାଯାଉଛି। ଆଧୁନିକ ଯୁଗର ଏହି ଶ୍ରବଣ କୁମାର ତାଙ୍କର ୭୦ ବର୍ଷୀୟା ମା’ ଚୁଡରତ୍ନାଙ୍କୁ ବୁଲାଇବାକୁ ବାହାରିଥିବା ବେଳେ ମା’ ତାଙ୍କର ଏଭଳି ପୁଅ ପାଇ ବେଶ୍‌ ଗର୍ବିତ ବୋଲି କହିଛନ୍ତି। ଗତ ଜାନୁୟାରୀ ୧୬, ୨୦୧୮ରୁ ଏମାନେ ଯାତ୍ରା ଆରମ୍ଭ କରିଥିବା ବେଳେ ଇତି ମଧ୍ୟରେ ତାମିଲନାଡୁ, ପଣ୍ଡିଚେରୀ, କର୍ନାଟକ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ଗୋଆ, ଛତିଶଗଡ, ଓଡ଼ିଶା, ଝାଡଖଣ୍ଡ, ବିହାର, ପଶ୍ଚିମବଙ୍ଗ, ସିକ୍କିମ, ନେପାଳ ଓ ଭୂଟାନ ଭ୍ରମଣ କରି ସାରି ଏବେ ଆସମରେ ପହଞ୍ଚିଛନ୍ତି। ଏହାପରେ ସେ ଅରୁଣାଚଳ ପ୍ରଦେଶର ପର୍ଶୁରାମ କୁଣ୍ଡ ଗସ୍ତ କରିବେ।

Share