ଆଧୁନିକୀକରଣ ପରେ ଡାକବିଭାଗର ଗୁରୁତ୍ୱ ବଢ଼ିଛି

ବଲାଙ୍ଗୀର ଅଫିସ, ୩ା୧ – ବଲାଙ୍ଗୀର ଟାଉନ୍‌ ହଲଠାରେ ଗୁରୁବାର ବଲାଙ୍ଗୀର ଡାକ ମଣ୍ଡଳର ୬୧ତମ ପ୍ରତିଷ୍ଠା ଉତ୍ସବ ଏବଂ ମହା ଡାକମେଳା ଅନୁଷ୍ଠିତ ହୋଇଛି ା ମୁଖ୍ୟଅତିଥି ଭାବେ ଯୋଗଦେଇ ବଲାଙ୍ଗୀର ଏମପି ସଙ୍ଗୀତା କୁମାରୀ ସିଂଦେଓ ଡାକସେବାର ଐତିହ୍ୟ, ବର୍ତ୍ତମାନ ଓ ଭବିଷ୍ୟତ ଉପରେ କହିଥିଲେ ା ଇଣ୍ଟରନେଟ୍‌ ଓ ସୋସିଆଲ ମିଡିଆ ଯୁଗରେ ଭାରତୀୟ ଡାକ ବିଭାଗର ଆଧୁନିକୀକରଣ ଓ ଡାକସେବାକୁ ନୂଆ ଜୀବନ ପ୍ରଦାନ କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅବଦାନ ସମ୍ପର୍କରେ କହିଥିଲେ ା ଡାକସେବା ସହ ବ୍ୟାଙ୍କିଙ୍ଗ ସେବାକୁ ଯୋଡିଦେଇ ଡାକ ବିଭାଗକୁ ଆହୁରି ପ୍ରାସଙ୍ଗିକ କରିବା ଦ୍ୱାରା ପୁଣି ଥରେ ଭାରତୀୟ ଡାକ ଲୋକପ୍ରିୟ ହୋଇଛି ବୋଲି କହିଥିଲେ ା ମହାତ୍ମାଗାନ୍ଧୀ ଜାତୀୟ କର୍ମନିଯୁକ୍ତି ଯୋଜନା, ଆଧାର କାର୍ଯ୍ୟକ୍ରମରେ ଡାକ ବିଭାଗର ଉଲ୍ଲେଖନୀୟ ଅବଦାନ ସମ୍ପର୍କରେ ଏମପି ସିଂଦେଓ କହିଥିଲେ ା ଡାକସେବା ସହ ଏବେ ବ୍ୟାଙ୍କ ସେବା ଯୋଡି ହେବା ପରେ ଏହା ଗ୍ରାମୀଣ ଭାରତୀୟ ଲୋକଙ୍କ ଅନ୍ୟ ଏକ ପ୍ରମୁଖ ସେବା ମାଧ୍ୟମ ଭାବେ ଉଭା ହୋଇଛି ବୋଲି କହିଥିଲେ ା ସମ୍ମାନିତ ଅତିଥି ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍‌ ବ୍ୟାଙ୍କର ସହାୟକ ମହାପ୍ରବନ୍ଧକ କନିଷ୍କ ଧୀବର, ସମ୍ବଲପୁର କ୍ଷେତ୍ର ସହାୟକ ଡାକ ନିର୍ଦ୍ଦେଶକ କମଳେନ୍ଦୁ ପଣ୍ଡା ଡାକସେବା ଉପରେ ବକ୍ତବ୍ୟ ରଖିଥିଲେ ା ଏହି ଅବସରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡାକ ଅଧିକାରୀ ଓ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ପେସାରେ ଅଧ୍ୟାପନା, ନିଶାରେ କଳା ସାଧନା

ଲୋଇସିଂହା,୧୨।୧୨(ସୁଶାନ୍ତ ବାରିକ): ପେଶା ତାଙ୍କର ଅଧ୍ୟାପନା, ନିଶା କଳା ସାଧନା କରିବା ା ଏପରି ଜଣେ ବ୍ୟକ୍ତି ହେଉଛନ୍ତି ଅଧ୍ୟାପକ ଡ. ଲିଙ୍ଗରାଜ ମେହେର। ସେ...

ଶୋଇଥିଲେ ମହିଳା, ଘରେ ପଶି ଦଳିଦେଲା ହାତୀ

ବଲାଙ୍ଗୀର,୧୧ା୧୨(ସୁନିଲ କୁମାର ମହାନ୍ତି): ବଙ୍ଗୋମୁଣ୍ଡା ରେଞ୍ଜ ତୁରେକେଲା ଥାନା ଅନ୍ତର୍ଗତ ସାନବାଙ୍କୀ ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳା଼ଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ...

ପାଇପ୍‌ ଫାଟି ରାସ୍ତାରେ ବନ୍ୟା: ଚିନ୍ତାରେ ପଡ଼ାବାସୀ

ଲୋଇସିଂହା,୧୧।୧୨(ସୁଶାନ୍ତ ବାରିକ): ଲୋଇସିଂହାଶକ୍ତି ନଗର ପଡାରେ ପାଇପ ଫାଟି ରାସ୍ତା ଉପରେ ବହୁଛି ପାଣି। ଏ ଦୃଶ୍ୟ ହେଉଛି ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଲୋଇସିଂହା...

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

ପୋଲିସକୁ ଦେଖି ହାଇସ୍ପିଡ୍‌ରେ ନେଉଥିଲେ ଗାଡ଼ି, ସିଧା ଯାଇ ଇଲେକ୍ଟ୍ରି ଖୁଣ୍ଟରେ…

ବଲାଙ୍ଗୀର,୧୦।୧୨(ସୁନିଲ ମହାନ୍ତି): ମଙ୍ଗଳବାର ବିଳମ୍ବିତ ରାତିରେ ଟାଉନଥାନା ପୋଲିସ ପାଟ୍ରୋଲିଂ ସମୟରେ ରେଲୱେ ଷ୍ଟେଶନ ସାଲେପାଲି ଛକ ନିକଟରେ କାରରେଆସି କିଛି ଯୁବକ  ରାସ୍ତାରେ ଯାଉଥିବା...

ଆମରଣ ଅନଶନରେ ଆୟୁଷ ଛାତ୍ରୀଛାତ୍ର : ଦେଲେ ଚେତାବନୀ, ଦାବି ପୂରଣ ନହେବା ଯାଏ…

ବଲାଙ୍ଗୀର, ୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଓ ହସ୍ପିଟାଲ ସମ୍ମୁଖରେ ନିଖିଳ ଓ ଆୟୁଷ ଛାତ୍ର ସଙ୍ଗଠନ ପକ୍ଷରୁ ଜୋରଦାର ଆନ୍ଦୋଳନ...

ବନ୍ଦ ଘରୁ ମିଳିଲା ଇଲେଟ୍ରିସିଆନଙ୍କ ଝୁଲନ୍ତା ମୃତଦେହ: ପୋଲିସ ପହଞ୍ଚି…

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଲୋୟର ସୁକତେଲ ମାଗୁର ବେଡ଼ା କଲୋନୀଠାରେ ଏକ ବନ୍ଦଘରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି l ଯୁବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri