ଆଧାର ନ ଥିଲେ ଚାଉଳ ନାହିଁ

ଭୁବନେଶ୍ୱର,୯ା୭(ବ୍ୟୁରୋ): ବ୍ୟକ୍ତିର ସମସ୍ତ ବ୍ୟକ୍ତିଗତ ପଞ୍ଜିକା ଆଧାର କାର୍ଡରେ ଲିପିବଦ୍ଧ ହୋଇ ରହିଛି। ଏହାକୁ କୌଣସି ପରିସ୍ଥିତିରେ କୌଣସି ଜନକଲ୍ୟାଣକାରୀ ଯୋଜନାରେ ଦେବାକୁ ବାଧ୍ୟତାମୂଳକ କରାଯାଇପାରିବ ନାହିଁ। ଏ କଥା ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ଏହା ସତ୍ତ୍ୱେ ଆଧାର କାର୍ଡକୁ ପରୋକ୍ଷରେ ବାଧ୍ୟତାମୂଳକ କରିବାକୁ କେନ୍ଦ୍ର ସରକାର ଏକପ୍ରକାର ଜିଦ୍‌ରେ ଅଟଳ ରହିଛନ୍ତି। ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାର ଆଣିଥିବା ବଜେଟରେ ମଧ୍ୟ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି। ପାନ୍‌ ଭଳି ଆଧାର ମାଧ୍ୟମରେ ଆୟକର ରିଟର୍ନ ଦେବା ବ୍ୟବସ୍ଥାକୁ କେନ୍ଦ୍ର ସରକାର କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। କେବଳ ସେତିକି ନୁହେଁ କେନ୍ଦ୍ରୀୟ ଯୋଜନା ଏବଂ କେନ୍ଦ୍ର ପ୍ରବର୍ତ୍ତିତ ସମସ୍ତ ଯୋଜନାରେ ମଧ୍ୟ ଆଧାରକୁ ବାଧ୍ୟତାମୂଳକ କରିବାକୁ ଚେଷ୍ଟା ଚାଲିଛି। ଏପରିକି ସମଗ୍ର ଦେଶରେ କାର୍ଯ୍ୟକାରୀ ହେଉଥିବା ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ) ସମ୍ପର୍କିତ ଯୋଜନାରେ ଆଧାର କାର୍ଡକୁ କଡ଼ାକଡ଼ି ଲାଗୁ କରିବାକୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜାଲ୍‌ ରାଶନ କାର୍ଡଧାରୀଙ୍କୁ ଚିହ୍ନଟ କରାଯାଇ ଯୋଜନାରେ ସ୍ବଚ୍ଛତା ବଜାୟ ରଖିବାକୁ ଏଭଳି ପଦକ୍ଷେପ ନିଆଯାଉଥିବା କୁହାଯାଉଥିଲେ ମଧ୍ୟ ଏଥିଯୋଗୁ ବ୍ୟକ୍ତିଗତ ନିରାପତ୍ତା ବିପନ୍ନ ହେବା ନେଇ ଆଶଙ୍କା ପ୍ରକାଶ ପାଇଲାଣି। ମିଳିଥିବା ସୂଚନା ଅନୁଯାୟୀ ଏନ୍‌ଏଫ୍‌ଏସ୍‌ଏରେ ୧୦୦ ପ୍ରତିଶତ ଆଧାର ସଂଯୋଗ ହୋଇ ନ ଥିଲେ କେନ୍ଦ୍ର ସରକାର ଏଣିକି କଡା ଆଭିମୁଖ୍ୟ ଗ୍ରହଣ କରିବେ। ଖୋଲାଖୋଲି କିଛି କୁହାଯାଇ ନ ଥିଲେ ମଧ୍ୟ ଏ ବାବଦରେ ରାଜ୍ୟକୁ ମିଳୁଥିବା ଅନୁଦାନକୁ ମଧ୍ୟ ବନ୍ଦ କରିବାକୁ ଆଶଙ୍କା ରହିଛି। ଗତ ୪ ବର୍ଷ ଧରି ରାଜ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ଶତ ପ୍ରତିଶତ ରାଶନ କାର୍ଡଧାରୀଙ୍କୁ ଆଧାର ସଂଯୋଗ କରାଯାଇ ପାରିନାହିଁ। ଆସନ୍ତା ଦୁଇ ମାସ ମଧ୍ୟରେ ଏନ୍‌ଏଫ୍‌ଏସ୍‌ଏରେ ସାମିଲ ହୋଇଥିବା ସମସ୍ତ ହିତାଧିକାରୀଙ୍କୁ ଆଧାର ସହ ସଂଯୋଗ କରାଯିବ। କେନ୍ଦ୍ର ସରକାରଙ୍କ ତାଗିଦ୍‌ ପରେ ରାଜ୍ୟ ସରକାର ମଧ୍ୟ ଆଣ୍ଠୁଗଣ୍ଠି ଛିଣ୍ଡାଇ ଅଗଷ୍ଟ ୩୧ ସୁଦ୍ଧା ରାଶନ କାର୍ଡଧାରୀଙ୍କୁ ଆଧାର ସହ ଯୋଡିବାକୁ ଲକ୍ଷ୍ୟ ରଖିଛନ୍ତି। ଏ ନେଇ ସମସ୍ତ ଜିଲାର ଯୋଗାଣ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ଟାର୍ଗେଟ ପୂରଣ କରିବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସଚିବ ଜିଲାପାଳଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ କାର୍ଯ୍ୟର ଅଗ୍ରଗତି ନେଇ ବାରମ୍ବାର ସମୀକ୍ଷା କରୁଛନ୍ତି। ୨୦୧୯ ଜୁନ୍‌ ୬ ପୂର୍ବରୁ ଏହି ଯୋଜନାରେ ୭୯ ପ୍ରତିଶତ ହିତାଧିକାରୀଙ୍କ ଆଧାର ସଂଯୋଗ ଥିବା ବେଳେ ୨୪ ଦିନ ମଧ୍ୟରେ ଅର୍ଥାତ୍‌ ଜୁଲାଇ ପହିଲା ସୁଦ୍ଧା ୮୨.୪ ପ୍ରତିଶତ ଏନ୍‌ଏଫ୍‌ଏସ୍‌ଏ କାର୍ଡ ଧାରୀଙ୍କୁ ଆଧାର ସହ ଯୋଡା ଯାଇଛି। ଅଗଷ୍ଟ ୩୧ ସୁଦ୍ଧା ଆହୁରି ୪ ଲକ୍ଷ ୨୦ ହଜାର ପରିବାର ଅର୍ଥାତ ୫୬ ଲକ୍ଷ ଲୋକଙ୍କୁ ଆଧାର ସହ ଲିଙ୍କ୍‌ କରିବାକୁ ଯୋଗାଣ ଅଧିକାରୀଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି। ଏହି ଟାର୍ଗେଟ ହାସଲ ନ କଲେ ଯୋଗାଣ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି। ଏପରିକି କର୍ତ୍ତବ୍ୟରେ ଅବହେଳା କରିଥିବାରୁ ଯୋଗାଣ ବିଭାଗ ୬ ଜଣ ଯୋଗାଣ ଅଧିକାରୀଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ସେମାନେ ହେଲେ ଯାଜପୁର ଜିଲାର ବଡଚଣା, ଗଜପତି ଜିଲାର ନୂଆଗଡ଼, ରାୟଗଡ଼ା ଜିଲାର ଚନ୍ଦ୍ରପୁର, କୋରାପୁଟ ଜିଲାର ନନ୍ଦପୁର, ବୈପାରୀଗୁଡ଼ା ଏବଂ ପୁରୀ ଜିଲାର ପୁରୀ ମ୍ୟୁନିସିପାଲିଟି ଯୋଗାଣ ଅଧିକାରୀ। ଡିଲରମାନେ ଆଧାର କାର୍ଡ ତାଲିକା ନ ଦେଲେ ଚାଉଳ ଉଠାଇ ପାରିବେ ନାହିଁ ବୋଲି କୁହାଯାଇଛି।
ଯୋଗାଣ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ୮୬ ଲକ୍ଷ ୮୧ ହଜାର ୧୬୬ ପରିବାରର ୩ କୋଟି ୨୨ ଲକ୍ଷ ୧୬ ହଜାର ୨୯୫ ଜଣ ଲୋକଙ୍କୁ ଏନ୍‌ଏଫ୍‌ଏସ୍‌ଏରେ ସାମିଲ କରାଯାଇଛି। ସେମାନଙ୍କ ମଧ୍ୟରେ ଅନ୍ତ୍ୟୋଦୟ ଅନ୍ନପୂର୍ଣ୍ଣା ଯୋଜନାରେ ୧,୨୬,୨୫୮୨ ପରିବାର, ପ୍ରାୟରିଟି ହାଉସହୋଲ୍ଡରେ ୭୪,୧୮,୫୮୪ ପରିବାରଙ୍କୁ ସାମିଲ କରାଯାଇଛି। ଜୁଲାଇ ପହିଲା ସୁଦ୍ଧା ୮୨.୪ ପ୍ରତିଶତ ଲୋକଙ୍କୁ ରାଶନ କାର୍ଡ ସହିତ ଆଧାର ସଂଯୋଗ କରାଯାଇଛି। ଅବଶିଷ୍ଟ ୫୬ ଲକ୍ଷ ୭୩ ହଜାର ୭୪୪ ଜଣ ଲୋକଙ୍କୁ ଅଗଷ୍ଟ ଶେଷ ସୁଦ୍ଧା ଏହି ଯୋଜନାରେ ଆଧାର ସଂଯୋଗ କରାଯିବ। ଜାଲ୍‌ ରାଶନ କାର୍ଡଗୁଡ଼ିକୁ ଡାଟା ବେସରୁ ହଟାଇବାରେ ଅଧାର ସହାୟକ ହେବ। ଏହାଦ୍ୱାରା ପ୍ରକୃତ ହିତାଧିକାରୀଙ୍କୁ ଚାଉଳ ମିଳିବା ସହିତ ଯୋଜନାର ସ୍ବଚ୍ଛତା ରକ୍ଷା କରାଯାଇ ପାରିବ ବୋଲି ଯୋଗାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନରେ ଖୁସି ଖବର: ପ୍ରଥମଥର ମା’ ହେଲା ସିଂହୀ ମାୟା, ଦୁଇ ଶାବକରୁ…

ବାରଙ୍ଗ,୭ା୯(ଲିଙ୍ଗରାଜ ରାଉତ): ନନ୍ଦନକାନନ ପାଇଁ ଏକ ଖୁସି ଖବର। ସିଂହୀ ମାୟା ପ୍ରଥମ କରି ମା’ ହୋଇଛି। ୧୧୨ ଦିନର ଗର୍ଭଧାରଣ ପରେ ସୋମବାର ଭୋର୍‌ରେ ସିଂହୀ…

ପୁଣି ମାଡ଼ିଆସୁଛି ବଡ଼ ବର୍ଷା: ୯ରୁ ଅତିପ୍ରବଳ ବର୍ଷା

ଭୁବନେଶ୍ୱର, ୭ା୯: ରାଜ୍ୟକୁ ପୁଣି ମାଡ଼ିଆସୁଛି ବଡ଼ ବର୍ଷା। ଆଜି ଓ ଆସନ୍ତାକାଲି ବିଭିନ୍ନ ଜିଲାରେ ଘଡ଼ଘଡ଼ି, ବିଜୁଳି ସହ ବର୍ଷା ହେବ। ଏହାପରେ ୯ ତାରିଖରୁ…

ଖଣି ନିଲାମକୁ ନେଇ ତେଜୁଛି ବିରୋଧ, ଆନ୍ଦୋଳନ ଚେତାବନୀ ଦେଇ ଅଞ୍ଚଳବାସୀ କହିଲେ…

ଥୁଆମୂଳ ରାମପୁର,୭।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ବନ୍ୟପ୍ରାଣୀ ଅଭୟାରଣ୍ୟ ଅନ୍ତର୍ଗତ ଖଣ୍ଡୁଆଳମାଳି ପାହାଡ଼ କର୍ଲାପାଟ ବକ୍ସାଇଟ ବ୍ଲକକୁ ନେଇ ବିରୋଧ ତେଜୁଛି। ଆନୁମାନିକ ୨୪.୮…

PCB ଛାଡିବା ପରେ ପାକିସ୍ତାନ କ୍ରିକେଟର ଚିଠା ଖୋଲିଲେ ମିସବା, ହେଲାଣି ଚର୍ଚ୍ଚା

ଇସଲାମାବାଦ,୭।୯: ପାକିସ୍ତାନ କ୍ରିକେଟରେ କ’ଣ ଘଟୁଛି? ଦଳ ଏବଂ ଚୟନ କମିଟି ପରିବର୍ତ୍ତନ କରିବା ଦ୍ୱାରା ପାକିସ୍ତାନ କ୍ରିକେଟ ଦଳର ବର୍ତ୍ତମାନ ଏବଂ ଭବିଷ୍ୟତ ପରିବର୍ତ୍ତନ ହେବ…

ଓଜନ କମାଇବାର ସହଜ ଉପାୟ

ଆମ ଶରୀରର ଓଜନ ସନ୍ତୁଳିତ ରହିବା ନିହାତି ଦରକାର। ହେଲେ ଏହାର ଏକ ସରଳ ଉପାୟ ରହିଛି। ଏହାକୁ ଜଣେ ଅତି ସହଜରେ ଆପଣେଇ ପାରିବ। ତାହା…

ଆଜି ରାଜ୍ୟ କ୍ୟାବିନେଟ୍‌: ୯ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଅପରାହ୍ନ ୫ଟାରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି…

ଗୋ’ ଚାଲାଣବେଳେ ଫାଟିଲା ପିକ୍‌ଅପ୍‌ ଟାୟାର, ୩ ବଳଦ ମୃତ

ଜଗନ୍ନାଥପ୍ରସାଦ,୭ା୯(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ରବିବାର ମଧ୍ୟରାତ୍ରିରେ ବେଆଇନ ଗୋ-ଚାଲାଣ ବେଳେ ଏକ ବଡ଼ ଦୁର୍ଘଟଣା ଘଟିଛି। ଜିରାବାଡ଼ି ଗ୍ରାମ ନିକଟରେ…

ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ICC ଏକ ଯୋଜନା ପ୍ରସ୍ତୁତ କରିଛି

ନୂଆଦିଲ୍ଲୀ,୭।୯: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୀର୍ଘ ସମୟ ଧରି କୌଣସି ଦ୍ୱିପାକ୍ଷିକ କିମ୍ବା ତ୍ରି-ସିରିଜ ଖେଳାଯାଇ ନାହିଁ। ଭାରତ ଏପରି କାର୍ଯ୍ୟକ୍ରମକୁ ନିରନ୍ତର ମନା କରିଆସିଛି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri