ଆଦିବାସୀ ମହାସଂଘ ପକ୍ଷରୁ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ରାୟଗଡ଼ା ଅଫିସ,୧୫।୧୨: ଆଦିବାସୀ ନେତା ଭାଗୀରଥି ମାଣ୍ଡାଙ୍ଗୀଙ୍କ ହତ୍ୟାକାଣ୍ଡ ଘଟଣାର ସିବିଆଇ ତଦନ୍ତ ଦାବିରେ ରବିବାର ଆଦିବାସୀ ମହାସଂଘ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଭାଗୀରଥି ହତ୍ୟାକାଣ୍ଡକୁ ୯ ବର୍ଷ ବିତି ଯାଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର ଦାବି କରିଛି ଆଦିବାସୀ ମହାସଂଘ। ୨୦୧୦ ଡିସେମ୍ବର ୧ରୁ ଆଦିବାସୀ ନେତା ତଥା ମନ୍ଦିର ଟ୍ରଷ୍ଟ ବୋର୍ଡର ସଭ୍ୟ ମଝିଘରିଆଣୀ ମନ୍ଦିରକୁ ଯାଇ ସେଠାରୁ ନିଖୋଜ ହୋଇଯାଇଥିଲେ। ଏହାର ୧୦ ଦିନ ପରେ ଆନ୍ଧ୍ରପ୍ରଦେଶର ବିରଗଟାମ ନାଗାବଳୀ ନଦୀପଠାରୁ ଅର୍ଦ୍ଧ ଦଗ୍ଧ ହୋଇଥିବା ଭାଗୀରଥିଙ୍କ ମୃତଦେହ ହୋଇଥିଲା। ରବିବାର ଏ ନେଇ ଏକ ଶୋଭାଯାତ୍ରା କରାଯିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଘଟଣାର ସିବିଆଇ ତଦନ୍ତ ଦାବି କରି ସଂଘ ପକ୍ଷରୁ ଏସ୍‌ପି ଶର୍ବଣା ବିବେକଙ୍କ ଜରିଆରେ ଏସ୍‌ପିଙ୍କ ଅନୁପସ୍ଥିତିରେ ଏସ୍‌ଡିପିଓ ତପନ ନାରାୟଣ ରଥଙ୍କୁ ପ୍ରଦାନ କରାଯାଇଛିଆଦିବାସୀ ମହାସଂଘ ପକ୍ଷରୁ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଆଗାମୀ ଦିନରେ ସରକାର ଯଦି କୌଣସି ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ରାଜରାସ୍ତାକୁ ଓହ୍ଲାଇବ ବୋଲି ସଂଘ ଚେତାବନୀ ଦେଇଛି। ଏନେଇ ଏସ୍‌ଡିପିଓ କହିଛନ୍ତି, ଏହି ଦାବିପତ୍ର ମାନ୍ୟବର ରାଷ୍ଟ୍ରପତିଙ୍କୁ ପଠାଯିବ ଯାହା ନିର୍ଦ୍ଦେଶ ରହିବ ସେହି ଭାବରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି କାର୍ଯ୍ୟକ୍ରମରେ ଶତାଧିକ ଲୋକ ଅଂଶଗ୍ରହଣ କରିଥିଲେ। ଭାଜପାର ଜନଜାତି ମୋର୍ଚ୍ଚା ରାଷ୍ଟ୍ରୀୟ ଉପାଧ୍ୟକ୍ଷ କାଳିରାମ ମାଝି, ଆଦିବାସୀ ମହାସଂଘ ସଭାପତି ଆପଲା ସ୍ବାମୀ କାଡ୍ରାକା, ଉପସଭାପତି ବସନ୍ତ ଉଲ୍‌କା ସମ୍ପାଦକ ଜଗନ୍ନାଥ ମାଣ୍ଡାଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।