Categories: ଜାତୀୟ

ଆଦିବାସୀ ନୃତ୍ୟରେ ସାମିଲ ହେଲେ ରାହୁଲ

ରାୟପୁର,୨୭।୧୨: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭିନ୍ନ ରୂପ ଦେଖିବାକୁ ମିଳିଛି। ରାହୁଲ ଏଥର ଆଦିବାସୀଙ୍କ ସହ ମିଶି ପାରମ୍ପରିକ ନୃତ୍ୟ କରୁଥିବା ଦେଖାଯାଇଛି। ଶୁକ୍ରବାର ରାହୁଲ ଛତିଶଗଡ଼ ଗସ୍ତରେ ଥିବା ବେଳେ ସେଠାରେ ରାଷ୍ଟ୍ରୀୟ ଆଦିବାସୀ ନୃତ୍ୟ ମହୋତ୍ସବର ଉଦ୍‌ଘାଟନ ସମୟରେ ସେ ରାୟପୁରର ଆଦିବାସୀଙ୍କ ସହ ମିଶି ନାଚିଥିଲେ। କେବଳ ସେତିକି ନୁହେଁ ସେ ଆଦିବାସୀଙ୍କ ସହ ମିଶି ଢୋଲ ମଧ୍ୟ ବଜାଉଥିବା ଭିଡିଓରେ ଦେଖିବାକୁ ମିଳିଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଓ ପୂର୍ବତନ ଲୋକ ସଭା ସ୍ପିକର ମିରା କୁମାର ମଧ୍ୟ ନଜର ଆସିଥିଲେ। ଆଦିବାସୀଙ୍କ ସ୍ବତନ୍ତ୍ର ଧରଣର ପଗଡରେ ରାହୁଲ ଭିନ୍ନ ବେଶରେ ନଜର ଆସିବା ସହ କଂଗ୍ରେସର ଆଉ କେତେ ଜଣ ମନ୍ତ୍ରୀ ମଧ୍ୟ ମଞ୍ଚ ଉପରେ ନଜର ଆସିଥିଲେ।

Share