ଆଦିବାସୀଙ୍କ ଧର୍ମ

ଅନିଲ କୁମାର ବିଶ୍ୱାଳ

ଏବେ ଏକ ନୂଆ ବିବାଦ ମୁଣ୍ଡ ଟେକିଛି । ସାରା ଦେଶରେ ଯେଉଁ ରାଜ୍ୟଗୁଡ଼ିକରେ ଆଦିବାସୀବର୍ଗର ଭାଇ ଭଉଣୀମାନଙ୍କର ସଂଖ୍ୟା ଅଧିକ ଅଛି ଯେମିତି କି ଝାଡ଼ଖଣ୍ଡ, ଛତିଶଗଡ଼, ଓଡ଼ିଶା, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ଆସାମ ଭଳି ରାଜ୍ୟରେ ବିତର୍କ ଆରମ୍ଭ ହୋଇଛି ଆଦିବାସୀମାନଙ୍କର ଧର୍ମକୁ ନେଇ। ଏହା ଯଦିଓ ଏକ ନୂଆ ବିଷୟ ନୁହେଁ କିନ୍ତୁ ଆସୁଥିବା ୨୦୨୧ ଜନଗଣନାର ଠିକ୍‌ ପୂର୍ବରୁ ବିବାଦଟି ଠିଆ କରାଯାଉଛି ଯେ ଆଦିବାସୀମାନଙ୍କର ଧର୍ମ ହିନ୍ଦୁ ନୁହେଁ, ସେଥିପାଇଁ ସେମାନଙ୍କୁ ଅଲଗା ଧର୍ମର ମାନ୍ୟତା ମିଳୁ । ଝାଡ଼ଖଣ୍ଡ ବିଧାନସଭାରେ ଏକ ସଙ୍କଳ୍ପ ଶାସକଦଳ ଦ୍ୱାରା ପାରିତ ହୋଇଛି କି ଆଦିବାସୀମାନଙ୍କର ଧର୍ମକୁ ‘ସରନା’ ଧର୍ମ ବୋଲି କୁହାଯାଉ । ବିଭିନ୍ନ ଖବର କାଗଜରେ ସମ୍ପାଦକୀୟ ଲେଖାଯାଉଛି, ଯାହାର ସାରମର୍ମ ହେଉଛି ଯେ ଆଦିବାସୀ ମାନେ ହିନ୍ଦୁ ନୁହନ୍ତି ।
ସେମାନେ ଅଲଗା ଧର୍ମର ବୋଲି। ସେମାନଙ୍କୁ ହିନ୍ଦୁ ବିରୋଧୀ ପ୍ରମାଣିତ କରିବା ପାଇଁ କିଛି ନିର୍ଦ୍ଦିଷ୍ଟ ବିଚାରର ବୁଦ୍ଧିଜୀବୀମାନେ ଲଗାତର ପ୍ରୟାସ ଅନେକ ଦିନ ଧରି କରିଆସୁଥିଲେ, ଯାହାର ପ୍ରତିଫଳନ ଆସନ୍ତା ଜନଗଣନାର ଠିକ୍‌ ପୂର୍ବରୁ ଦେଖାଯାଉଛି।
ସେମାନଙ୍କର ଦାବି ହେଲା ଆଦିବାସୀମାନଙ୍କୁ ଜନଗଣନାରେ ବାଧ୍ୟତାମୂଳକ ଭାବରେ ହିନ୍ଦୁରେ ଗଣାଯାଉଛି, ଯାହା ସେମାନଙ୍କର ଧାର୍ମିକ ସ୍ବତନ୍ତ୍ରତାକୁ କ୍ଷୁଣ୍ଣ କରୁଛି। ଜନଗଣନା ବେଳେ ବ୍ୟକ୍ତିର ଧର୍ମ ବା ରିଲିଜିଅନର ତଥ୍ୟ ଦେବାର ଯେଉଁ ବ୍ୟବସ୍ଥା ଅଛି ସେଠାରେ ହିନ୍ଦୁ, ଖ୍ରୀଷ୍ଟିଆନ, ମୁସଲିମ, ବୌଦ୍ଧ, ଶିଖ୍‌ ଆଦି ଧର୍ମ ସହିତ ଆଉ ଗୋଟିଏ ବିକଳ୍ପ ଅଛି ତାହା ହେଉଛି ଅନ୍ୟାନ୍ୟ। ସେଠାରେ ଆଦିବାସୀମାନଙ୍କ ପାଇଁ କୌଣସି ବିକଳ୍ପ ନାହିଁ । ଏବେ ସେହି ତାଲିକାରେ ‘ସରନା ଧର୍ମ’କୁ ଯୋଡାଯାଉ ବୋଲି ଦାବି ହେଉଛି ।
ଯେଉଁମାନେ ଏହି ଅଭିଯାନର ମଙ୍ଗ ଧରିଛନ୍ତି ଆଦିବାସୀମାନେ କିପରି ‘ଅନ୍ୟାନ୍ୟ‘ ବିକଳ୍ପଟିରେ ପଞ୍ଜୀକୃତ ହେବେ ସେଥିପାଇଁ ସେମାନେ ଚେଷ୍ଟା ଚଳାଇଛନ୍ତି। ଧରନ୍ତୁ ଦେଶର ୧୦ କୋଟି ଆଦିବାସୀଙ୍କ ଭିତରୁ ଯଦି ୮ କୋଟି ଲୋକ ‘ଅନ୍ୟାନ୍ୟ’ ଧର୍ମରେ ଠିକ୍‌ ଚିହ୍ନ ମାରିଲେ ତା’ହେଲେ ଏହା ଏକ ବିତର୍କ ସୃଷ୍ଟି କରିବ ଯାହା ପରବର୍ତ୍ତୀ ଜନଗଣନା ୨୦୩୧ରେ ସରକାରଙ୍କୁ ବାଧ୍ୟ କରିବ ଏକ ନୂଆ ଧର୍ମର ମାନ୍ୟତା ଦେବା ପାଇଁ । ଏସବୁ କାହିଁକି କରାଯାଉଛି ଓ କିଏ ଏହା ପଛରେ ଅଛି? ଏପରି ହେବା ଫଳରେ ସମଗ୍ର ଦେଶ ଓ ଆଦିବାସୀବର୍ଗର ସମୁଦାୟ ଉପରେ କ’ଣ ପ୍ରଭାବ ପଡିବ ତାହା ଉପରେ ଆଲୋଚନା ହେବାର ଆବଶ୍ୟକତା ରହିଛି। ବାସ୍ତବରେ ଏହି ଅଭିଯାନର ଉଦ୍ଦେଶ୍ୟ କିଛି ଭିନ୍ନ ଅଛି। ପ୍ରଥମତଃ ଆଦିବାସୀମାନଙ୍କୁ ହିନ୍ଦୁମାନଙ୍କଠାରୁ ଅଲଗା କରିବା ବା ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ବାହାନାରେ ବିଭେଦର ପାଚେରି ତିଆରି କରିବା ଓ ଏକ ଭୟଙ୍କର ବର୍ଗ ସଂଘର୍ଷ ସୃଷ୍ଟି କରିବା ପାଇଁ ରାସ୍ତା ପ୍ରଶସ୍ତ କରିବା। ଥରେ ସେମାନେ ହଜାର ହଜାର ବର୍ଷର ସମ୍ପର୍କରୁ କଟିଗଲେ ପରବର୍ତ୍ତୀ ପରିସ୍ଥିତିରେ ଅନ୍ୟ ବିଦେଶୀ ଧର୍ମରେ ପରିବର୍ତ୍ତନ କରିବା ପାଇଁ ସୁଯୋଗ ତିଆରି ହେବ, ଯାହା ସେମାନଙ୍କର ସବୁଠାରୁ ବଡ ଉଦ୍ଦେଶ୍ୟ। ଯେଉଁମାନେ ଆମ ଦେଶରେ ବର୍ତ୍ତମାନ ଏହି ଅଭିଯାନର ମଙ୍ଗ ଧରିଛନ୍ତି ସେମାନେ କେଉଁଠି ନା କେଉଁଠି ବିଦେଶୀ ଷଡ଼ଯନ୍ତ୍ରକାରୀଙ୍କ ମାୟାଜାଲରେ ଫସିଛନ୍ତି ଭଳି ଅନୁଭବ ହୁଏ। ଏହା ଏକ ଲମ୍ବା ସୁପରିକଳ୍ପିତ ଷଡ଼ଯନ୍ତ୍ରର ଅଂଶ ବିଶେଷ।
୨୦୧୧ ଜନଗଣନାରେ ଅନ୍ୟାନ୍ୟ ଧର୍ମରେ ମାତ୍ର ୦.୬୬% ଲୋକ ହିଁ ପଞ୍ଜୀକୃତ ହୋଇଥିଲେ ବା ଘୋଷଣା କରିଥିଲେ। ଯଦି ବନବାସୀମାନେ ନିଜକୁ ହିନ୍ଦୁଠାରୁ ଅଲଗା ଭାବୁଥାନ୍ତେ ତା’ହେଲେ ସେମାନେ ସେତେବେଳେ ଅନ୍ୟାନ୍ୟ ଧର୍ମର ବର୍ଗରେ ନିଜକୁ ଚିହ୍ନଟ କରାଇଥାନ୍ତେ।
ଜଗନ୍ନାଥ ପ୍ରଥମେ କେଉଁଠି ପୂଜା ପାଉଥିଲେ ? ଗୋଟିଏ ବନବାସୀ ରାଜାଙ୍କ ପାଖରେ। ଶବର ରାଜାଙ୍କ ବଂଶଧର ହେଉଛନ୍ତି ଦଇତାପତିମାନେ, ଯାହାଙ୍କର ଶ୍ରୀମନ୍ଦିରର ପୂଜା ପରମ୍ପରାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ରାମାୟଣରେ ରାମଚନ୍ଦ୍ର ଶବରୀ ଘରେ ବସି ଅଇଣ୍ଠା କୋଳି ଖାଇଛନ୍ତି। ବାଲ୍ମୀକି ହେଉଛନ୍ତି ଜନଜାତି ବର୍ଗର ଲୋକ। ସାନ୍ତାଳି, ଭିଲ, ମୁଣ୍ଡା, ମିଜୋ ଆଦି ସମସ୍ତଙ୍କର ସେମାନଙ୍କର ଭାଷାରେ ରାମାୟଣ ରହିଛି। କେବଳ ଜଗନ୍ନାଥ ନୁହନ୍ତି, କେରଳର ଆୟାପା ଭଗବାନ, ସବରିମାଳା, ଆନ୍ଧ୍ରପ୍ରଦେଶର ତିରୁପତି ବାଲାଜି ଭଗବାନ ଆଦି ସମସ୍ତଙ୍କର ବନବାସୀ ସଂସ୍କୃତି ସହିତ ସଂଯୋଗ ରହିଛି । କୋରାପୁଟ ଗୁପ୍ତେଶ୍ୱର ମନ୍ଦିରରେ ସ୍ଥାନୀୟ ବନବାସୀମାନେ ହେଉଛନ୍ତି ପୂଜକ। ଝାଡ଼ଖଣ୍ଡରେ ମା’ ଦେଉରି ଦୁର୍ଗା ମନ୍ଦିରରେ ଆଜି ବି ବନବାସୀମାନେ ହେଉଛନ୍ତି ମୁଖ୍ୟ ପୂଜକ । ବନବାସୀ ପରମ୍ପରାରେ କୁଳ ଦେବତା, ଗ୍ରାମ ଦେବତା, ଗ୍ରାମ ଦେବତାଙ୍କର ମିଳିତ ପୂଜା, ମିଳିମିଶି ପ୍ରସାଦ ଖାଇବା ଆଦି ପରମ୍ପରା ରହିଛି, ଯାହା ସନାତନି ପରମ୍ପରାରେ ରହିଛି। ତେବେ ସେମାନଙ୍କୁ ଅଣ ହିନ୍ଦୁ ବୋଲି କାହିଁକି ଚିତ୍ରଣ କରାଯାଉଛି । ବିଶିଷ୍ଟ ଗବେଷକ ରାଜୀବ ମାଲହୋତ୍ରା ତାଙ୍କ ପୁସ୍ତକ ‘ବ୍ରେକିଙ୍ଗ ଇଣ୍ଡିଆ’ରେ ଏଭଳି ଷଡ଼ଯନ୍ତ୍ର ବିଷୟରେ ଉଲ୍ଲେଖ କରିଛନ୍ତି । ସେ ଯାହା ଯାହା ସବୁ ତାଙ୍କର ପୁସ୍ତକରେ ଲେଖିଥିଲେ ତାହା ସବୁ ଏବେ ଧୀରେ ଧୀରେ ଘଟୁଛି।
ପ୍ରକୃତି ଉପାସନା ସନାତନି ହିନ୍ଦୁ ପରମ୍ପରାର ଏକ ଅଭିନ୍ନ ଅଙ୍ଗ। ତା’ହେଲେ ତାକୁ ପୂଜା କରୁଥିବା ସାଧାରଣ ବର୍ଗର ଲୋକେ କ’ଣ ହିନ୍ଦୁରୁ ଅଲଗା? ଉପାସନା ପଦ୍ଧତି ଅଳ୍ପ ବହୁତ ଅଲଗା ହୋଇପାରେ। ଉପାସନା ପଦ୍ଧତିରେ ଭିନ୍ନତା କେବଳ ସନାତନ ହିନ୍ଦୁ ଧର୍ମରେ ସ୍ବୀକୃତ। ବାକି ଅନ୍ୟ କେଉଁଥିରେ ଏହା ସ୍ବୀକୃତ ନୁହେଁ। ‘ସରନା’ ଏକ ଉପାସନା ପଦ୍ଧତି ହୋଇପାରେ ଯେମିତି ଶୈବ, ଶାକ୍ତ, ବୈଷ୍ଣବ ଅଛନ୍ତି। କିନ୍ତୁ ସେହି ଆଧାରରେ ବନବାସୀମାନଙ୍କୁ ଅଣହିନ୍ଦୁ ଦର୍ଶାଇବାର କୌଣସି ଆଧାର ନାହିଁ ବୋଲି ମନେହୁଏ।
ଏହି ବିବାଦର ମୂଳକୁ ଯିବାକୁ ହେଲେ ଆମକୁ ଫେରିବାକୁ ପଡିବ ୧୮୦୦ ମସିହାକୁ। ବ୍ରିଟିଶ ଐତିହାସିକ ମାକ୍ସ ମୁଲାର ଆର୍ଯ୍ୟ ଆକ୍ରମଣ ସିଦ୍ଧାନ୍ତକୁ ପ୍ରଥମେ ଲେଖିଲେ, ଯାହାକୁ ପରବର୍ତ୍ତୀ ସମୟରେ ବ୍ରିଟିଶମାନେ ଭାରତୀୟମାନଙ୍କ ଭିତରେ ବିଭେଦ ତିଆରି କରିବା ପାଇଁ ଆହୁରି ବଳିଷ୍ଠ କରିଲେ, ସ୍କୁଲ କଲେଜର ଇତିହାସ ବହିରେ ଚଞ୍ଚକତା ପୂର୍ବକ ବିନା ଐତିହାସିକ ପ୍ରମାଣରେ ପୂରାଇ ଦେଲେ। ଆର୍ଯ୍ୟମାନେ କାସ୍ପିଆନ ସାଗର କୂଳରୁ ଭାରତକୁ ଆସିଲେ, ଏଠାକାର ମୂଳ ବାସିନ୍ଦାମାନଙ୍କୁ ବିତାଡିତ କରିଦେଲେ, ଦ୍ରାବିଡମାନଙ୍କୁ ଆକ୍ରମଣ କରି ଦାକ୍ଷିଣାତ୍ୟକୁ ପଠାଇଦେଲେ ଆଦି ମନଗଢ଼ା କାହାଣୀ କହି ଭାରତର ସମାଜରେ ଭିନ୍ନତା ତିଆରି କରାଗଲା; ଯାହାର ପରିଣାମ ଆଜି ଦେଖିବାକୁ ମିଳୁଛି।
ଯେଉଁମାନେ ଏହି ବିଚାରକୁ ଆଗକୁ ନେଉଛନ୍ତି ସେମାନେ ଆମ୍ବେଦକରଙ୍କ ବହି ‘ହୁ ଆର୦ ଶୁଦ୍ର’କୁ ପଢ଼ିବା ଦରକାର । ସେ ଆର୍ଯ୍ୟ-ଅନାର୍ଯ୍ୟ ମତବାଦକୁ ଭ୍ରମାତ୍ମକ ବୋଲି କହିଛନ୍ତି । ଯେଉଁମାନେ ଭାବନ୍ତି ଯେ ଆମ୍ବେଦକର ହିନ୍ଦୁ ବିରୋଧୀ ବୋଲି ସେମାନେ ଜାଣିବା ଉଚିତ ଯେ ଆମ୍ବେଦକର ଯିଏ ଭାରତର ସମ୍ବିଧାନର ଲେଖକ ଥିଲେ ସେ ରାମଙ୍କର ଅଯୋଧ୍ୟା ଫେରିବାର ଚିତ୍ରକୁ ମୂଳ ସମ୍ବିଧାନରେ ରଖିଥିଲେ। ସମ୍ବିଧାନ ସଭାରେ ୧୯୪୮ରେ ସେ ଦାବି ରଖିଥିଲେ କି ସଂସ୍କୃତକୁ ଭାରତର ରାଷ୍ଟ୍ରଭାଷା କରାଯାଉ। ହଁ ସେ ଜାତିପ୍ରଥାର ବିରୋଧ କରି ବୌଦ୍ଧମତକୁ ଗ୍ରହଣ କରିଥିଲେ। କୁସଂସ୍କାର ବିରୋଧରେ ଏହା ତାଙ୍କର ପ୍ରତିବାଦ ଥିଲା । ହେଲେ ଯେଉଁଭଳି ଭାବରେ ଆମ୍ବେଦକରଙ୍କ ଫଟୋ ରଖି ବିଭିନ୍ନ ସଙ୍ଗଠନମାନ ହିନ୍ଦୁ ବିରୋଧରେ ବିତଣ୍ଡା ଯୁକ୍ତି ଦେଉଛନ୍ତି ସେମାନେ ଆମ୍ବେଦକରଙ୍କୁ ଭଲ ଭାବରେ ବୁଝି ନାହାନ୍ତି। ପ୍ରଖ୍ୟାତ ଲେଖକ ମନୋଜ ଦାସ ତାଙ୍କ ପୁସ୍ତକ ‘ଭାରତର ଐତିହ୍ୟ – ଶତକ ପ୍ରଶ୍ନର ଉତ୍ତର’ ବହିରେ ଆର୍ଯ୍ୟ ଆକ୍ରମଣ ଉପବାଦକୁ ପ୍ରତ୍ୟାଖ୍ୟାନ କରିଛନ୍ତି ା ସେହିପରି ଡ୍ରେଭିଡ ଫ୍ରଲେ ମଧ୍ୟ ତାଙ୍କ ଗବେଷଣାରେ ଆର୍ଯ୍ୟ ଆକ୍ରମଣ କଥାକୁ ମିଥ୍ୟା ବୋଲି ସିଦ୍ଧ କରିଛନ୍ତି ା ହରିୟାଣାର ରାଖିଗଡିରେ ମାଟିତଳୁ ମିଳିଥିବା କଙ୍କାଳର ଡିଏନ୍‌ଏରୁ ପ୍ରମାଣ ମିଳିସାରିଛି ଯେ କୌଣସି ମାଇଗ୍ରେଶନ ମଧ୍ୟ ଏସିଆରୁ ଭାରତକୁ ହୋଇ ନ ଥିଲା।
ସମ୍ବିଧାନ ଅନୁସାରେ ହିନ୍ଦୁ କିଏ ? ଭାରତରେ ରହୁଥିବା ଖ୍ରୀଷ୍ଟିୟାନ, ମୁସଲିମ, ପାର୍ସୀ, ଜିଉଙ୍କୁ ଛାଡିଦେଲେ ବାକି ଯେଉଁମାନେ ରହିଲେ ସମସ୍ତେ ହେଉଛନ୍ତି ହିନ୍ଦୁ । ଯେଉଁମାନେ ବ୍ରିଟିଶ ଜନଗଣନାକୁ ଆଧାର କରି ବନବାସୀମାନଙ୍କୁ ଅଣହିନ୍ଦୁ ବୋଲି କହୁଛନ୍ତି ସେମାନେ ସ୍ପଷ୍ଟ କରନ୍ତୁ ସେମାନେ ବ୍ରିଟିଶକୁ ବିଶ୍ୱାସ କରିବେ ନା ନେବା ବାବା ସାହେବ ଆମ୍ବେଦକରଙ୍କ ଦ୍ୱାରା ଲିଖିତ ସମ୍ବିଧାନକୁ।
ଶେଷରେ ଏତିକି କହିବା ସରକାରଙ୍କର ବଡ ଭୂମିକା ଅଛି ବନବାସୀ ସଂସ୍କୃତିର ସୁରକ୍ଷା କରିବା, ସେମାନଙ୍କର ପରମ୍ପରାକୁ ଅକ୍ଷୁଣ୍ଣ ରଖିବାରେ। ସମଗ୍ର ଦେଶର ବି ଦାୟିତ୍ୱ ରହିଛି ଏହି ଷଡ଼ଯନ୍ତ୍ରରୁ ସମସ୍ତ ବନବାସୀ ସମାଜକୁ ବଞ୍ଚାଇବା ପାଇଁ।
ହରିରାଜପୁର,ପୁରୀ
ମୋ: ୮୨୪୯୮୬୮୯୬୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri