ଆଦିବାସୀଙ୍କୁ ମିଳୁନି ପିଡିଏସ୍‌ ସାମଗ୍ରୀ

ଯୋଡ଼ା, ୧୪।୧୧(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡ଼ା ବ୍ଲକର ବିଭିନ୍ନ ପଞ୍ଚାୟତରେ ଥିବା ଗରିବ ଲୋକମାନେ ସରକାରଙ୍କ ଖାଦ୍ୟ ଯୋଜନାରେ ବାଦ୍‌ପଡି ଅଭାବ ଅନାଟନରେ ଦିନ ବିତାଉଥିବା ଦେଖିବାକୁ ମିଳିଛି। ରାଶନ କାର୍ଡ ଥାଇ ମଧ୍ୟ କେତେକ ଲୋକ ସାଧାରଣ ବଣ୍ଟନ ସାମଗ୍ରୀ (ପିଡିଏସ)ରୁ ବଞ୍ଚିତ ହେଉଛନ୍ତି। ହିତାଧିକାରୀଙ୍କ ସହିତ ଥିବା ପରିବାରର ଅନ୍ୟ ସଦସ୍ୟମାନଙ୍କର ରାଶନକାର୍ଡ ସହିତ ଆଧାରକାର୍ଡ ସଂଯୋଗ ହୋଇ ନ ପାରିବାରୁ ସେମାନଙ୍କୁ ଚାଉଳ, ଗହମ ଓ କିରୋସିନ୍‌ ମିଳୁନାହିଁ। ରାଶନକାର୍ଡ ସହିତ ଆଧାରକାର୍ଡ ସଂଯୋଗ କରାଯିବାର ନିୟମ ହେବା ପରେ ବହୁ ଗରିବ ଲୋକେ ବ୍ଲକ କାର୍ଯ୍ୟାଳୟକୁ ଦୌଡି ଦୌଡି ନୟାନ୍ତ ହେଉଥିବା ଜଜାଙ୍ଗ ପଞ୍ଚାୟତର ଗୁରୁତୁଆଁ ଗ୍ରାମର ଆଦିବାସୀ ମହିଳା ସୁନୀତା ମୁଣ୍ଡା, ଗୀତା ମୁଣ୍ଡା ଓ ଶାନ୍ତି ମୁଣ୍ଡା ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଯୋଡ଼ା ବ୍ଲକ ଯୋଗାଣ ନିରୀକ୍ଷକଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇନଥିଲେ। ତେଣେ ଯୋଡା ବ୍ଲକକୁ ନୂତନ ବିଡିଓ ବୁଧବାର ଆସିଥିବାରୁ ତାଙ୍କଠାରୁ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନଥିଲା।