Categories: ଜାତୀୟ

ଆଦିତ୍ୟନାଥଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟିଂ:ହାର୍ଡ କୌରଙ୍କ ବିରୋଧରେ ଦେଶଦ୍ରୋହ ମାମଲା

ଲକ୍ଷ୍ନୌ,୨୧।୬:ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତଙ୍କ ବିରୋଧରେ ସୋସିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ପୋଷ୍ଟ କରିବା ଅଭିଯୋଗରେ ଗାୟକ ତାରଣ କୌର ଧିଲୋନ ଓରଫ ହାର୍ଡ କୌରଙ୍କୁ ମହଙ୍ଗା ପଡିଛି। ଆର୍‌ଏସ୍‌ଏସ୍‌ର ଶଶାଙ୍କ ଶେଖରଙ୍କ ଅଭିଯୋଗ ଉପରେ ପୋଲିସ କୌରଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଛି। ‘ରେପ୍‌ମ୍ୟାନ ଯୋଗୀ’ ଲେଖି ସେ ଜୁନ୍‌ ୧୮ରେ ଆଦିତ୍ୟନାଥଙ୍କ ଏକ ଫଟୋ ପୋଷ୍ଟ କରିଥିଲେ। ସେହିପରି କୌର ଭାଗବତଙ୍କ ଏକ ଫଟୋ ସେୟାର କରି ଭାରତରେ ସମସ୍ତ ଆତଙ୍କବାଦୀ ଆକ୍ରମଣ ପାଇଁ ତାଙ୍କୁ ଦାୟୀ କରିଥିଲେ।

Share