ଆଦର୍ଶ ବିଦ୍ୟାର୍ଥୀ ସମ୍ମାନ: ଓଡ଼ିଶାରୁ ଶୁଭସ୍ମିତା

ରାଜନଗର, ୩୦।୯(ବଡି.ଏନ୍‌.ଏ.): ଅନ୍ତର୍ଜାତୀୟ ଶିଶୁ ଶାନ୍ତି ପୁରସ୍କାର ପାଇଁ ଭାରତରୁ ୧୦ ଜଣ ଛାତ୍ରୀଛାତ୍ର ମନୋନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଓଡ଼ିଶାରୁ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ପେଣ୍ଠ ପ୍ରୋଜେକ୍ଟ ପ୍ରାଇମେରୀ ସ୍କୁଲର ୮ମ ଶ୍ରେଣୀ ଛାତ୍ରୀ ଶୁଭସ୍ମିତା ତ୍ରିପାଠୀ ସାମିଲ ହୋଇଛନ୍ତି। ଏହି ସଫଳତା ପାଇଁ ରବିବାର କଟକଠାରେ ଓଡ଼ିଶା ଜୁଡିସିଆଲ ଏକାଡେମୀ ପକ୍ଷରୁ ଶୁଭସ୍ମିତାଙ୍କୁ ସମ୍ବର୍ଦ୍ଧିତ କରାଯାଇ ଆଦର୍ଶ ବିଦ୍ୟାର୍ଥୀ ପୁରସ୍କାର ପ୍ରଦାନ କରାଯାଇଛି। ଉଚ୍ଚବିଦ୍ୟାଳୟର ମୁଖ୍ୟ ବିଚାରପତି ଜେ. ଏସ୍‌ ଜାଭେରୀ, ବିଚାରପତି ସଞ୍ଜୁ ପଣ୍ଡା ପ୍ରମୁଖ ଶୁଭସ୍ମିତାଙ୍କୁ ସମ୍ବର୍ଦ୍ଧିତ କରିଥିବା ଜଣାପଡ଼ିଛି।