ଆଦର୍ଶ ନାଗରିକ ଗଢ଼ି ତୋଳିଥାଏ ଆକାଶ ବାଇଜୁସ୍‌

କଟକ,୩।୨:ଆକାଶ ବାଇଜୁସ୍‌ (କଟକ ସେଣ୍ଟର)ର ଛାତ୍ର ସମ୍ଭବ ମିଶ୍ରଙ୍କୁ ନିକଟରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର (ପିଏମ୍‌ଆର୍‌ବିପି) ସମ୍ମାନରେ ସମ୍ମାନିତ କରାଯାଇଛି। ବିଶେଷକରି କଳା ଓ ସଂସ୍କୃତି କ୍ଷେତ୍ରରେ ଅତୁଳନୀୟ ସଫଳତା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିକଟରେ ସମ୍ଭବଙ୍କୁ ଉକ୍ତ ସମ୍ମାନ ପ୍ରଦାନ କରିଥିଲେ। ଏଥିରେ ଏକ ଲକ୍ଷ ଟଙ୍କାର ନଗଦ ପୁରସ୍କାର ଓ ଏକ ସାର୍ଟିଫିକେଟ୍‌ ମଧ୍ୟ ସାମିଲ ରହିଛି। ଏହି ପରିପ୍ରେକ୍ଷୀରେ ଆକାଶ ବାଇଜୁସ୍‌ର କଟକ ସେଣ୍ଟର ପକ୍ଷରୁ ଗୁରୁବାର ଏକ ସ୍ବତନ୍ତ୍ର ସମ୍ବର୍ଦ୍ଧନା ସଭାର ଆୟୋଜନ କରି ସମ୍ଭବଙ୍କୁ ମାନପାତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା।
ଏ ସମ୍ପର୍କରେ ଆକାଶ ବାଇଜୁସ୍‌ର ଆଞ୍ଚଳିକ ନିର୍ଦ୍ଦେଶକ ଅଜୟ ବାହାଦୁର ସିଂହ କହିଛନ୍ତି, ଆକାଶ ବାଇଜୁସ୍‌ରେ ଛାତ୍ରୀଛାତ୍ରମାନଙ୍କୁ ଆବଶ୍ୟକ ଶିକ୍ଷା ସହ ସେମାନଙ୍କର କ୍ୟାରିୟର ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିବା ବ୍ୟତୀତ ଭବିଷ୍ୟତର ଆଦର୍ଶ ନାଗରିକ ଗଢ଼ି ତୋଳିବା ବା ପରିଣତ ହେବାରେ ସାହାଯ୍ୟ କରିବା ପାଇଁ ଆମେ ଏକ ଦାୟିତ୍ୱକୁ ଅନୁଭବ କରିଛୁ। ଏପରିକି ଆମେ ସମ୍ଭବଙ୍କ ଭଳି ଜଣେ ମେଧାବୀ ଛାତ୍ରଙ୍କ ସହ ଜଡିତ ହୋଇ ଗର୍ବ ଅନୁଭବ କରୁଛୁ। ସେହିଭଳି ଏତେ କମ୍‌ ବୟସରୁ ସେ ଯାହା କରି ଦେଖାଇଛନ୍ତି, ତାହା ବାସ୍ତବରେ ପ୍ରେରଣାଦାୟକ ଓ ପ୍ରଶଂସନୀୟ । ସେହିପରି ଆମେ ତାଙ୍କୁ ଉନ୍ନତ କୋଚିଂ ଓ ଅନ୍ୟାନ୍ୟ ଆବଶ୍ୟକ ଶିକ୍ଷା ସହାୟତା ପ୍ରଦାନ କରି ତାଙ୍କର ଅଧ୍ୟୟନରେ ସହଯୋଗ ପାଇଁ ତାଙ୍କ ସହ ରହିବାକୁ ପ୍ରତିବଦ୍ଧ ରହିଛୁ। ବିଶେଷ କରି ଆମେ ସମ୍ଭବଙ୍କୁ ତାଙ୍କର ଭବିଷ୍ୟତର ପ୍ରୟାସଗୁଡିକ ପାଇଁ ଶୁଭେଚ୍ଛା ମଧ୍ୟ ଜଣାଉଛୁ। ଅନ୍ୟମାନଙ୍କ ମଧ୍ୟରେ ଆକାଶ ବାଇଜୁସ୍‌ର ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

ଭାରତରେ ଷ୍ଟାରଲିଙ୍କ୍ ଇଣ୍ଟରନେଟ ମୂଲ୍ୟ ଘୋଷଣା କଲେ ମସ୍କ: ମାସିକ ଖର୍ଚ୍ଚ ଏତିକି ଟଙ୍କା

ନୂଆଦିଲ୍ଲୀ,୮।୧୨: ଏଲନ୍ ମସ୍କଙ୍କ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଷ୍ଟାରଲିଙ୍କ୍ ଭାରତରେ ଏହାର ମୂଲ୍ୟ ଘୋଷଣା କରିଛି। ଖୁବ୍ ଶୀଘ୍ର ଭାରତରେ ଆରମ୍ଭ ହେବାକୁ ଥିବା ଏହି...

ଡିସେମ୍ବର ୩୧ ସୁଦ୍ଧା ଶେଷ କରନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍‌ ଆଉ ମିଳିବନି ବାରମ୍ବାର ସୁଯୋଗ

ନୂଆଦିଲ୍ଲୀ,୮।୧୨: ଡିସେମ୍ବର ଆରମ୍ଭ ହେବା ସହିତ, ଟିକସ, ଡକ୍ୟୁମେଣ୍ଟ ଏବଂ ସରକାରୀ ଯୋଜନା ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଶେଷ ତାରିଖ ପାଖେଇ ଆସୁଛି।...

Apple ଜାରି କଲା ବଡ଼ ସତର୍କତା: ଏସବୁ ଉପଭୋକ୍ତାଙ୍କ ପାଇଁ ସୁରକ୍ଷିତ ନୁହେଁ ଗୁଗଲ୍ Chrome

ନୂଆଦିଲ୍ଲୀ,୮।୧୨: ଗୁଗୁଲର ସବୁଠାରୁ ଲୋକପ୍ରିୟ ଉତ୍ପାଦ ବିରୋଧରେ ଆପଲ୍ ଏକ ବଡ଼ ସତର୍କତା ଜାରି କରିଛି। ଆପଲ୍ ପକ୍ଷରୁ କୁହାଯାଇଛି ଯେ, iPhone ଏବଂ Mac...

SBI ରେ ଆକାଉଣ୍ଟ ଅଛି କି? ଏହି ଭୁଲ କରୁଥିଲେ କଟିଯିବ ଟଙ୍କା…

ନୂଆଦିଲ୍ଲୀ,୭।୧୨: ଆପଣଙ୍କର ଷ୍ଚେଟ ବ୍ୟାଙ୍କ ଅଫ ଇଣ୍ଡିଆ(SBI) ବ୍ୟାଙ୍କରେ ଖାତା ଅଛି କି? ଆପଣଙ୍କର ATMରୁ ବାରମ୍ୱାର ଟଙ୍କା ଉଠାଇବାର ଅଭ୍ୟାସ ରହିଛି କି? ତେବେ...

ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଏବେ ସେମାନେ ପାଇବେ…

ନୂଆଦିଲ୍ଲୀ,୬।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସାଧାରଣ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରି ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (BSBD) ଆକାଉଣ୍ଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି।...

୪୪% ବଢିବ ଦରମା! ସରକାରଙ୍କ ହାତରୁ ଯିବ ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୬।୧୨: ଅଷ୍ଟମ ବେତନ କମିଶନକୁ ନେଇ ବଡ଼ ଅପଡେଟ୍‌ ଆସିଛି । କେନ୍ଦ୍ର ସରକାର ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କୁ ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri