Categories: ଜାତୀୟ

ଆତ୍ମସମର୍ପଣ କଲେ ୬୪୪ ଉଗ୍ରପନ୍ଥୀ

ଗୁଆହାଟୀ,୨୪ା୧(ଆଇଏଏନ୍‌ଏସ୍‌):ଆସାମରେ ୮ଟି ବେଆଇନ ସଂଗଠନର ୬୪୪ ଜଣ ଉଗ୍ରପନ୍ଥୀ ଗୁରୁବାର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛନ୍ତି। ଉଲ୍‌ଫା (ସ୍ବାଧୀନ), ଏନ୍‌ଡିଏଫ୍‌ବି, ଆର୍‌ଏନ୍‌ଏଲ୍‌ଏଫ୍‌, କେଏଲ୍‌ଓ, ସିପିଆଇ (ମାଓବାଦୀ), ଏନ୍‌ଏସ୍‌ଏଲ୍‌ଏ, ଏଡିଏଫ୍‌ ଏବଂ ଏନ୍‌ଏଲ୍‌ଏଫ୍‌ବିରୁ ଏତେସଂଖ୍ୟାରେ ଉଗ୍ରପନ୍ଥୀ ଆତ୍ମସମର୍ପଣ କରିବା ଏହା ପ୍ରଥମ ଘଟଣା ହୋଇଥିବାରୁ ପୋଲିସ ଡିଜି ଭାସ୍କରଜ୍ୟୋତି ମହନ୍ତ ଏହାକୁ ଏକ ବିଶେଷ ଦିନ ବୋଲି କହିଛନ୍ତି। ଉଲ୍‌ଫା (ସ୍ବାଧୀନ)ରୁ ୫୦ ଜଣ, ଏନ୍‌ଡିଏଫ୍‌ବିରୁ ୮, ଆଦିବାସୀ ଡ୍ରାଗନ ଫାଇଟର (ଏଡିଏଫ୍‌)ରୁ ୧୭୮ ଜଣ ଆତ୍ମସମର୍ପଣ କରିଛନ୍ତି। ଉଗ୍ରପନ୍ଥୀମାନେ ସରକାରଙ୍କ ପାଖରେ ୧୭୭ଟି ବନ୍ଧୁକ, ବିପୁଳ ପରିମାଣର ଗୁଳିଗୋଳା ଓ ବିସ୍ଫୋରକ ସାମଗ୍ରୀ ଜମା କରିଛନ୍ତି। ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତକୁ ସ୍ବାଗତ କରିବା ସହ ରାଷ୍ଟ୍ର ନିର୍ମାଣରେ ସହଯୋଗ କରିବାକୁ ଆହ୍ବାନ ଦେଇଛନ୍ତି।

Share