ଆତ୍ମସମର୍ପଣ କଲେ ୩୧ ଆଇଏସ୍‌ ଆତଙ୍କବାଦୀ

କାବୁଲ,୧।୧୨: ପୂର୍ବ ନଙ୍ଗାହାରରେ ଆଫଗାନ ସୁରକ୍ଷାକର୍ମୀଙ୍କ ସାମ୍ନାରେ ୩୧ ଇସଲାମିକ ଷ୍ଟେଟ ଆତଙ୍କବାଦୀ ୬୨ ମହିଳା ଓ ଶିଶୁଙ୍କ ସହ ଆତ୍ମସମର୍ପଣ କରିଛନ୍ତି ବୋଲି ଆଫଗାନିସ୍ତାନ ସରକାର ଶନିବାର ସୂଚନା ଦେଇଛନ୍ତି। ଏମାନେ ନିଜେ ନିଜେ ଅଚିନ ଜିଲାରେ ଆସି ସୁରକ୍ଷାକର୍ମୀଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ସରକାର ଏକ ପ୍ରେସ୍‌ ରିଲିଜରେ ଜଣାଇଥିଲେ। ଗତ କିଛି ସପ୍ତାହ ହେବ ଆଇଏସ୍‌ ଆତଙ୍କବାଦୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉଥିବାରୁ ସେମାନେ ଆତ୍ମସମର୍ପଣ କରୁଥିବା କୁହାଯାଉଛି। ସୂଚନାଯୋଗ୍ୟ, ୧୬ ନଭେମ୍ବର ପୂର୍ବରୁ ୨ ସପ୍ତାହ ମଧ୍ୟରେ ପ୍ରାୟ ୨୪୩ ଆତଙ୍କବାଦୀ ନିଜ ପରିବାର ସହ ଆତ୍ମସମର୍ପଣ କରିଥିବା କୁହାଯାଏ।

Share