ଆତ୍ମବିଶ୍ୱାସ ବଢ଼ାଇଦିଏ ଗିଫ୍ଟ ଶାର୍ଟ

ନୟାଗଡ଼ରେ ସମ୍ଭବଙ୍କର ଜନ୍ମ। ପିତା ସୁରେନ୍ଦ୍ରନାଥ ଓ ମା’ କାବେରୀ ସ୍ବାଇଁଙ୍କ ପୁଅ ସମ୍ଭବ ଏବେ ଟ୍ରେଣ୍ଡିଂ ଷ୍ଟାର୍‌ ଭାବେ ପରିଚିତ। ନଜଦିକିୟାଁ, ଫଗୁଣ, ଏ ମନ ମୋ ମନଠାରୁ ଆରମ୍ଭ କରି ଅନେକ ମ୍ୟୁଜିକ ଭଡିଓରେ ନାୟକ ଭାବେ ତାଙ୍କୁ ଦେଖିବାକୁ ମିଳିଛିି। ଏହାଛଡ଼ା ସେ ଦୁଇଟି ଓଡ଼ିଆ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି। ଏବେ ଏକ ବଡ଼ ବ୍ୟାନରରେ ପ୍ରସ୍ତୁତ ହେଉଥିବା ‘ଆସିକ ସରେଣ୍ଡର ହେଲା’ ଚଳଚ୍ଚିତ୍ରରେ ସମ୍ଭବ ହେଉଛନ୍ତି ମୁଖ୍ୟ ନାୟକ। ତାଙ୍କ ଅନୁଭୂତିରୁ କିଛି..

୨୦୧୨ ମସିହାରେ ମନୋରଞ୍ଜନ ଦୁନିଆ ସହିତ ଯୋଡ଼ି ହୋଇଥିଲି। ହେଲେ ଏହା କେମିତି ହୋଇଥିଲା ତାହା ନିଜେ ବି ଜାଣିନି। ପିଲାବେଳୁ ଅଭିନୟ କରିବାର ଇଚ୍ଛା ଥିଲା ହେଲେ ଭାବି ନ ଥିଲି ଯେ ଦିନେ ସତକୁ ସତ ଏଥିରେ ମୋ କ୍ୟାରିୟର କରିବି ବୋଲି। ମ୍ୟୁଜିକ ଭଡିଓ ଯୋଗୁ ଅନେକ ପ୍ରଶଂସା ଓ ପରିଚୟ ପାଇଛି। ଗତ ବର୍ଷର କଥା। ମୋର ଜଣେ ସାଙ୍ଗ ଆଉ ମୁଁ ଭୁବନେଶ୍ୱରର ଏକ ଶପିଂ ମଲ୍‌କୁ ଯାଇଥାଉ। ଗାଡ଼ି ପାର୍କିଂ କରିବା ବେଳେ ଦୁଇ ଜଣ ଝିଅ ଆମକୁ ଦେଖୁଛନ୍ତି ବୋଲି ସନ୍ଦେହ ହୋଇଥିଲା। ଏକଥା ଚିନ୍ତା ନ କରି ଶପିଂ ମଲ୍‌ ଭିତରକୁ ଚାଲିଯାଇଥିଲୁ। ଶପିଂ କରୁଥିବା ବେଳେ ବି ସେମାନେ ଆମକୁ ଦେଖୁଥାନ୍ତି। ଯେହେତୁ ମୁଁ କିଛି ମ୍ୟୁଜିକ ଭିଡିଓରେ ଅଭିନୟ କରିଛି ଏଣୁ ସେମାନେ ମୋତେ ୟୁଟ୍ୟୁବ କିମ୍ବା ଟିଭିରେ ଦେଖିଥିବେ ବୋଲି ମୁଁ ଭାବୁଥାଏ। ସେଇଆ ବି ହେଲା, କିଛି ସମୟ ପରେ ସେମାନେ ସାହସ କରି ମୋ ସହ କଥା ହେଲେ ଓ ସେଲ୍‌ଫି ବି ନେଲେ। ସବୁଠାରୁ ମୁଖ୍ୟ କଥା ଏହା ଯେ, ମୁଁ ଯେଉଁ ଶାର୍ଟଟି ପସନ୍ଦ କରି ଧରି ଥିଲି ସେମାନେ କିଣି କରି ମୋତେ ଗିଫ୍ଟ ଭାବେ ଦେଇଥିଲେ। ବହୁତ ମନା କରିବା ପରେ ବି ସେମାନେ ମୋ ଫ୍ୟାନ୍‌ ବୋଲି କହି ଗିଫ୍ଟଟି ନେବାକୁ ବାଧ୍ୟ କରିଥିଲେ। ସେହି ଶାର୍ଟକୁ ମୁଁ ବହୁତ କମ୍‌ ପିନ୍ଧେ, ହେଲେ ଯେବେ ବି ପିନ୍ଧେ ନିଜ ଭିତରେ ଆତ୍ମବିଶ୍ୱାସ ଭରିଯାଏ। ମୋ କାମକୁ କେହି ପସନ୍ଦ କରନ୍ତି ଓ ମୋତେ ବହୁତ ଆଗକୁ ଯିବାକୁ ହେବ ବୋଲି ଉକ୍ତ ଗିଫ୍ଟ ଶାର୍ଟଟି ମନେ ପକାଇଦିଏ। ଏପରି ଘଟଣା ବି ଘଟିଛି ଉକ୍ତ ଦୁଇ ଯୁବତୀ ଯେଉଁ କଲେଜରେ ଅଧ୍ୟାପକ ଅଛନ୍ତି ସେଠାକୁ ମୁଁ ଅତିଥି ହୋଇ ଯାଇଛି। ସେହି ଉତ୍ସବକୁ ମଧ୍ୟ ସେମାନେ ଗିଫ୍ଟ ଦେଇଥିବା ଶାର୍ଟଟି ପିନ୍ଧିକରି ଯାଇଥିଲି।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରାରେ ସୁଯୋଗ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଗଣବଳାତ୍କାର, ବନ୍ଧା ହେଲେ ଯାତ୍ରାପାର୍ଟିର ୨ ମ୍ୟାନେଜର

ପଟ୍ଟାମୁଣ୍ଡାଇ,୩୦।୫ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଯାତ୍ରାପାର୍ଟିରେ ସୁଯୋଗ ଦେବାର ପ୍ରତିଶ୍ରୁତି ଦେଇ ଚଉଦକୁଲାଟ ଅଞ୍ଚଳର ଜଣେ ଯୁବତୀଙ୍କୁ ମୃଦୁପାନୀୟରେ…

୩ରୁ କୋରାପୁଟରେ ରବିଧାନ କିଣା ଆରମ୍ଭ

ଜୟପୁର,୩୦।୫(ପବନ ପାଣିଗ୍ରାହୀ): କୋରାପୁଟ ଜିଲାରେ ଆସନ୍ତା ଜୁନ ୩ରୁ ଚାଷୀଙ୍କ ଅମଳ ରବିଧାନ କ୍ରୟ ନେଇ ମଣ୍ଡି ଶୁଭାରମ୍ଭ ହେବ। ଏହା ପୂର୍ବରୁ ଶନିବାର ଜୟପୁର ଉପଖଣ୍ଡର…

ଆକ୍ସନ ମୁଡ୍‌ରେ ଦାରିଙ୍ଗବାଡି ପୋଲିସ୍: ସପ୍ତାହରେ ଏକାଧିକ ଗାଡ଼ି ଜବତ, ନିୟମ ଖିଲାପକାରୀଙ୍କ ନିଦ ହଜାଇଲେ…

ଦାରିଙ୍ଗବାଡି, ୩୦।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ ଏବେ ଆକ୍ସନ ମୁଡ୍‌ରେ। ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀ ଏବଂ ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ ପୋଲିସ…

ଆଫଗାନ ଶରଣାର୍ଥୀଙ୍କୁ ନେଇଯାଉଥିବା ଟ୍ରକ୍‌ ଦୁର୍ଘଟଣା, ଆଉ ତା’ପରେ…

କାବୁଲ,୩୦ା୫: ପାକିସ୍ତାନରୁ ଆଫଗାନ୍‌ ଶରଶାର୍ଥୀମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ୍‌ ଶନିବାର ପୂର୍ବ ଆଫଗାନିସ୍ତାନର ଜାତୀୟ ରାଜପଥରେ ଓଲଟିପଡ଼ି ଦୁର୍ଘଟଣଗ୍ରସ୍ତ ହୋଇଛି। ଫଳରେ ୨୨ଜଣଙ୍କ ମୃତ୍ୟୁ ଘଟିବା…

୩ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବକୁମାର

ବେଙ୍ଗାଲୁରୁ,୩୦ା୫: କର୍ନାଟକ ପ୍ରଦେଶ କଂଗ୍ରେସ ସଭାପତି ଡି.କେ. ଶିବକୁମାର ଶନିବାର ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି। ଜୁନ୍‌ ୩ରେ ସେ କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ…

ତୁମୁଡିବନ୍ଧରେ କାଳବୈଶାଖୀର ଭୟଙ୍କର ତାଣ୍ଡବ: ପତ୍ର ଭଳି ଉଡ଼ିଲା ଆଜବେଷ୍ଟସ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ତୁମୁଡିବନ୍ଧ, ୩୦।୫ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ କୋପ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦…

ଫାଇନାଲରେ ପହଞ୍ଚିଲେ ସାତ୍ତ୍ୱିକ-ଚିରାଗ ଯୋଡ଼ି

ସିଙ୍ଗାପୁର,୩୦ା୫: ଭାରତର ତାରକା ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ସିଙ୍ଗାପୁର ଓପନ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ…

ରେସଲିଂ ଫେରିବା ଆଶା ଧୂଳିସାତ

ନୂଆଦିଲ୍ଲୀ,୩୦ା୫- ଅଲିମ୍ପିଆନ ଭିନେଶ ଫୋଗତଙ୍କ ପ୍ରତିଦ୍ୱନ୍ଦ୍ୱିତାମୂଳକ ରେସଲିଂକୁ ଫେରିବା ଆଶା ଧୂଳିସାତ ହୋଇଛି। ଶନିବାର ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ୫୩ କେଜି ସେମିଫାଇନାଲରେ ସେ ମୀନାକ୍ଷୀଙ୍କଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri