‘ଆତ୍ମବିଶ୍ୱାସ ଥିଲେ ସଫଳତା ମିଳେ’

ଆରଡ଼ି,୧୯।୩(ଡି.ଏନ.ଏ.)-କଥାରେ ଅଛି ‘ଚାଷ ଅଛି ଯାହାର, କେତେ ସୁଖ ତାହାର’। ପିଲାଦିନୁ ପଢ଼ିଥିବା ଏହି ଉକ୍ତିକୁ ପ୍ରମାଣିତ କରିବାକୁ ସେ ସ୍ବପ୍ନ ଦେଖିଥିଲେ। ବାଧ୍ୟବାଧ୍ୟକତାରେ ଯୁକ୍ତ ୨ ପର୍ଯ୍ୟନ୍ତ ଚାଲିଲା ପାଠପଢ଼ା। ଏହାପରଠାରୁ ଆଉ ପାଠରେ ତାଙ୍କର ମନ ଲାଗିଲାନି। ନିଜର ସ୍ବପ୍ନକୁ ପୂରଣ କରିବା ପାଇଁ ସେ ପ୍ରଥମେ ତାଙ୍କ ବାପାଙ୍କ ଟାଙ୍ଗରା ଭୂଇଁକୁ ଶସ୍ୟଶ୍ୟାମଳା କରାଇବାକୁ ମନ ବଳାଇଥିଲେ। ଆଉ ୫ ବର୍ଷ ଭିତରେ ଜଣେ ସଫଳ ଚାଷୀ ଭାବେ ପରିଚୟ ସୃଷ୍ଟି କରିପାରିଛନ୍ତି। ଚାଷକୁ ଆଦରି ଅକ୍ଳାନ୍ତ ପରିଶ୍ରମ କରି ସଫଳତାର ସ୍ବାଦ ଚାଖିଥିବା ଏହି ଚାଷୀ ହେଲେ ରଞ୍ଜନ ବିଶ୍ୱାଳ(୩୪)। ଘର ଭଦ୍ରକ ଜିଲା ଧାମନଗର ବ୍ଲକ ପାଳସାହି ପଞ୍ଚାୟତ ଅଧୀନ କୁଳସାହି ଗଁାରେ। ଏବେ ଶିକ୍ଷିତ ଯୁବକମାନେ ଚାଷ ପ୍ରତି ବିତସ୍ଫୃହ ହେଉଥିବାବେଳେ ପରିବା ଚାଷ କରି ସ୍ବାବଲମ୍ବୀ ହୋଇଥିବା ରଞ୍ଜନ ସେମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ପରିଶ୍ରମ, ନିଷ୍ଠା ଓ ଆତ୍ମବିଶ୍ୱାସ ବଳରେ ଯେ କେହି ସମାଜରେ ପ୍ରତିଷ୍ଠା ଅର୍ଜନ କରିପାରିବ ବୋଲି ରଞ୍ଜନ କହିଛନ୍ତି।
ମା’, ବାପା, ସ୍ତ୍ରୀ, ପୁଅ, ଝିଅ ଓ ୪ ଭାଇଙ୍କୁ ନେଇ ରଞ୍ଜନଙ୍କର ଯୌଥ ପରିବାର। ପରିବାରର ସମସ୍ତ ସଦସ୍ୟ ବର୍ତ୍ତମାନ ତାଙ୍କ ପ୍ରେରଣାର ଉତ୍ସ। ଏହାକୁ ପାଥେୟ କରି ସେ ଆଗକୁ ମାଡ଼ି ଚାଲିଛନ୍ତି। ଏବେ ସେ ଜଣେ ସଫଳ ପରିବା ଚାଷୀ। ପିତାଙ୍କ ୨ ଏକରରୁ ଅଧିକ ଜମିରେ ସେ ବର୍ଷରେ ୩ ଥର ପରିବା ଫଳାଉଛନ୍ତି। ବର୍ଷାଦିନେ ଭେଣ୍ଡି, ଜହ୍ନି, ଟମାଟୋ, କଖାରୁ, ସାରୁ, ଶୀତଦିନେ ଆଳୁ, ବାଇଗଣ, ଫୁଲକୋବି, ବନ୍ଧାକୋବି, ବିମ୍‌ସ, କଞ୍ଚାଲଙ୍କା, ପୋଟଳ ଏବଂ ଖରାଦିନେ ଝୁଡଙ୍ଗ, କାକୁଡି, ତରଭୁଜ, ପୋଇ, କଲରା ଆଦି ପରିବା ଚାଷ କରନ୍ତି। ଏହି ପରିବା ଚାଷ କରି ସେ କୋଠାଘର କରିପାରିଛନ୍ତି। ସାନଭାଇକୁ ପାଠ ପଢ଼ାଇ ଚାଟାର୍ଡ ଆକାଉଣ୍ଟାଣ୍ଟ କରାଇବାରେ ସକ୍ଷମ ହୋଇଛନ୍ତି। ଏଥିସହିତ ବଡ଼ଭାଇଙ୍କ ପିଲାଙ୍କ ଉଚ୍ଚଶିକ୍ଷା ପାଇଁ ସେ ସହାୟତା କରିଛନ୍ତି। ସେ ଚାଷ କରୁଥିବା ପରିବା କିଣି ନେବା ପାଇଁ ବେପାରୀମାନେ ଆସି ତାଙ୍କ ଦୁଆରେ ପହଞ୍ଚି ଯାଆନ୍ତି। କିଏ ତାଙ୍କୁ ଭାଇ ଡାକନ୍ତି ତ ଆଉ କିଏ ବାବୁ। ଏମିତି ସମସ୍ତଙ୍କ ସହ ସମ୍ପର୍କର ବନ୍ଧନରେ ବାନ୍ଧି ହୋଇଛନ୍ତି ରଞ୍ଜନ। ବିନା ସରକାରୀ ପ୍ରୋତ୍ସାହନରେ ଏକ ମଫସଲ ଅଞ୍ଚଳରେ ରଞ୍ଜନ ପରିବା ଚାଷ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୌଳିକ ସୁବିଧାରୁ ବଞ୍ଚିତ ଡଙ୍ଗରିଆ କନ୍ଧ, ଟଙ୍କିକିଆ ଚାଉଳ ପାଇଁ ଯିବାକୁ ପଡ଼ୁଛି ୧୫ କି.ମି.

ରାୟଗଡ଼ା/କଲ୍ୟାଣସିଂହପୁର,୧୮।୨(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା): ଦେଶ ସ୍ବାଧୀନତାର ୭୮ବର୍ଷ ପୂରିଥିଲେ ମଧ୍ୟ ଏବେ ସୁଦ୍ଧା ରାୟଗଡ଼ା ଜିଲା ନିୟମଗିରି ଅଞ୍ଚଳରେ ପହଞ୍ଚିପାରିନାହିଁ ମୌଳିକ ସୁବିଧା। ବିଶେଷକରି…

କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହେଲା ଯୁକ୍ତ ୨ ପରୀକ୍ଷା

ଭଞ୍ଜନଗର,୧୮ା୨(ବାବୁଲା ପ୍ରଧାନ): ବୁଧବାରଠାରୁ ରାଜ୍ୟରେ +୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବାର୍ଷିକ ପରୀକ୍ଷା ଆରମ୍ଭ ହୋଇଛି। ପ୍ରଥମ ଦିନ ମାତୃଭାଷା ଓଡ଼ିଆ ପରୀକ୍ଷା ଦେଉଛନ୍ତି…

ଭବାନୀପାଟଣା ସହରରେ ଫୁଟିଲା ଗୁଳି

ଭବାନୀପାଟଣା,୧୮ା୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ବିବିସିପଡ଼ା ହନୁମାନ ମନ୍ଦିର ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଗୁଳିକାଣ୍ଡ ହୋଇଛି। ସାମାନ୍ୟ ବଚସାରୁ ଜଣେ ମଦ୍ୟପ…

ହବ୍‌ରୁ ପରୀକ୍ଷା କେନ୍ଦ୍ରକୁ ଗଲା ପ୍ରଶ୍ନପତ୍ର, କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହେବ ପରୀକ୍ଷା

ଭଞ୍ଜନଗର,୧୮ା୨((ବାବୁଲା ପ୍ରଧାନ): ବୁଧବାରଠାରୁ ରାଜ୍ୟରେ +୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବାର୍ଷିକ ପରୀକ୍ଷା ଆରମ୍ଭ ହୋଇଛି। ପ୍ରଥମ ଦିନ ବିଜ୍ଞାନ ଛାତ୍ରୀଛାତ୍ରଙ୍କ ମାତୃଭାଷା ଓଡ଼ିଆ…

ଲାଭ ନେଇଗଲା କଂଗ୍ରେସ

ଭୁବନେଶ୍ୱର,୧୮।୨(ସୁନିତ୍‌ ମିଶ୍ର): ୧୭ଶ ବିଧାନସଭାର ୬ଷ୍ଠ ଅଧିବେଶନ ମଙ୍ଗଳବାର ଆରମ୍ଭ ହୋଇଛି। ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କ ଅଭିଭାଷଣରୁ ଗୃହକାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମ ଦିନ ଥିବାରୁ ଗୃହରେ…

ପ୍ରଣବଙ୍କ ଫାର୍ମ ହାଉସ ଜମି ମାପ ଚୁପ ଆରମ୍ଭ

ଯାଜପୁର/ଧର୍ମଶାଳା/ଚଢ଼େଇଧରା,୧୮।୨(ହର୍ଷବର୍ଦ୍ଧନ ବେହେରା/ବଟକୃଷ୍ଣ ପରିଡ଼ା/ଦିଲୀପ ପରିଡ଼ା): ସରକାରୀ ଜମି ଜବରଦଖଲ ଅଭିଯୋଗ ପରେ ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସରେ ମଙ୍ଗଳବାର ମାପଚୁପ ଆରମ୍ଭ ହୋଇଛି।…

ପାଠ ପଢ଼ାଇଲେ, ଆଡ୍‌ମିଟ୍‌ କାର୍ଡ ଦେଲେନି: ସିବିଏସ୍‌ଇ ୧୦ମ ପରୀକ୍ଷାରୁ ଛାତ୍ର ବଞ୍ଚିତ

ପାରଳାଖେମୁଣ୍ଡି,୧୮ା୨ (ଗିରିଧାରୀ ପରିଚ୍ଛା):ସିବିଏସ୍‌ଇ ମାଟ୍ରିକ ପରୀକ୍ଷା ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ହେଲେ ଏକ ଘରୋଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଗଜପତି ଜିଲା କାଶୀନଗରରେ ଜଣେ ଛାତ୍ର ପରୀକ୍ଷା…

ବୟସ ୮୦ ଟପିଲାଣି, ବୃଦ୍ଧାଙ୍କୁ ମିଳୁନି ବର୍ଦ୍ଧିତ ଭତ୍ତା

ଦାରିଙ୍ଗବାଡ଼ି,୧୮ା୨(ଅରୁଣ ସାହୁ): ବୟସ ୮୦ ଟପିଲାଣି। ହାତରେ ବଙ୍କୁଲି ବାଡ଼ି ଟିଏ ଧରି ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚିଥିଲେ। ଆଉ ଅଭିଯୋଗ ମଧ୍ୟ କଲେ ମଧ୍ୟ ଅନୁଭବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri