ଆତ୍ମଘାତୀ ବିସ୍ଫୋରଣରେ ୧୦ ନିହତ

କାବୁଲ,୬-୯: କାବୁଲରେ ଗୁରୁବାର ଏକ ଆତ୍ମଘାତୀ ବିସ୍ଫୋରଣରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଆଫଗାନିସ୍ତାନରେ ଥିବା ନାଟୋ ସେନା ମୁଖ୍ୟାଳୟ ଏବଂ ଆମେରିକା ଦୂତାବାସ ନିକଟରେ ଏହି ବିସ୍ଫୋରଣ ହୋଇଛି। ବିସ୍ଫୋରଣ ଯୋଗୁ ସେଠାରେ ଥିବା କେତେକ କାର ଏବଂ ଦୋକାନ ଧ୍ୱଂସ ହୋଇଯାଇଛି। ବିସ୍ଫୋରଣ ପାଇଁ ତାଲିବାନ ନିଜକୁ ଦାୟୀ କରିଛି।

Share