ଆତଙ୍କବାଦୀ ତାଲିମ୍‌ ନେଉଥିବା ମଦ୍ରାସା ସହିତ ଘନିଷ୍ଠତା ବଢ଼ାଇଲା ପାକିସ୍ତାନ

ଇସଲାମାବାଦ୍‌,୨୯।୧୨: ପାକିସ୍ତାନ ସୈନ୍ୟ ବାହିନୀର ଅଧିକାରୀମାନେ ଗତ କିଛିଦିନ ଧରି ଦେଶର କେତେକ ପ୍ରତିବନ୍ଧିତ ମଦ୍ରାସାର ମୁଖ୍ୟଙ୍କ ସହିତ ସାକ୍ଷାତ୍‌ ଜାରି ରଖିଛନ୍ତି। ସୈନ୍ୟବାହିନୀ ମୁଖ୍ୟ ଜେନେରାଲ ଆସିଫ୍‌ ଗଫୁର ଏହି ମର୍ମରେ କେତେକ ମଦ୍ରାସାର ମୌଲାନାଙ୍କ ସହିତ ସାକ୍ଷାତ୍‌ ମଧ୍ୟ କରିଛନ୍ତି। ପ୍ରତିବନ୍ଧିତ ଘୋଷିତ ମଦ୍ରାସାଗୁଡ଼ିକ ସହିତ ପାକିସ୍ତାନ ଘନିଷ୍ଠତା ବଢ଼ାଉଥିବାରୁ ଭାରତ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିବା ପରେ ସୀମାରେ ହାଇ ଆଲର୍ଟ ଜାରି ହୋଇଛି।

Share