Categories: ଜାତୀୟ

ଆତଙ୍କବାଦୀଙ୍କ ହିଟ୍‌ଲିଷ୍ଟରେ ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁ

ଶ୍ରୀନଗର,୭।୧୧: ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁ ଏବେ ଆତଙ୍କବାଦୀଙ୍କ ଟାର୍ଗେଟରେ ଅଛନ୍ତି। ତାଙ୍କ ଉପରେ ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ରହିଛି ବୋଲି ଗୁଇନ୍ଦା ବିଭାଗକୁ ସୂଚନା ମିଳିଛି। ଜମ୍ମୁ କଶ୍ମୀରର ମୁଜାଫରାବାଦରେ ଆତଙ୍କବାଦୀମାନେ ଏହି ପ୍ରସଙ୍ଗରେ ଅକ୍ଟୋବର ୨୯ରେ ଏକ ବୈଠକ କରିଥିଲେ। ମୁର୍ମୁ ଅତ୍ୟନ୍ତ ସରଳ ସ୍ବଭାବର ହୋଇଥିବାରୁ ସେ ଲୋକଙ୍କ ସହ ଅତି ସହଜରେ ମିଶିଯାଉଛନ୍ତି। କିନ୍ତୁ ଆତଙ୍କବାଦୀମାନେ ତାଙ୍କ ସରଳତାର  ଫାଇଦା ଉଠାବାକୁ ଚେଷ୍ଟା କରୁଛନ୍ତି। ଯେକୌଣସି ସମୟରେ ସେମାନେ ଛଦ୍ମବେଶରେ ଆସି ଆକ୍ରମଣ କରିପାରନ୍ତି ବୋଲି ଗୁଇନ୍ଦା ବିଭାଗ ପକ୍ଷରୁ କୁହାଯାଇଛି। ନିକଟରେ ଜମ୍ମୁ କଶ୍ମୀରର ବ୍ଲକ ନିର୍ବାଚନରେ ବିଜୟୀ ହୋଇଥିବା ପ୍ରାର୍ଥୀ, ପ୍ରମୁଖ ନେତା ମଧ୍ୟ ଏହି ଆତଙ୍କବାଦୀଙ୍କ ଟାର୍ଗେଟରେ ଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଗତ ଅକ୍ଟୋବର ୩୧ରେ ଓଡ଼ିଆର ଗିରିଶ ଚନ୍ଦ୍ର ମୁର୍ମୁ ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ଭାବେ ଶପଥ ନେଇଥିଲେ।

Share