ଆତଙ୍କବାଦୀଙ୍କ ଶତ୍ରୁଙ୍କୁ ମାରିବାକୁ କରୋନାକୁ ଈଶ୍ୱର ପଠାଇଛନ୍ତି: ଆଇଏସ୍‌

ବାଗଦାଦ,୩୦।୫: ସାରା ବିଶ୍ୱ କରୋନା ଭାଇରସ କବଳରେ ପଡି ଛଟପଟ ହେଉଥିବା ବେଳେ ଏବେ ଏହାକୁ ନେଇ ଖୁସି ବ୍ୟକ୍ତ କରିଛି ଆତଙ୍କବାଦୀ ସଙ୍ଗଠନ ଇସ୍‌ଲାମିକ ଷ୍ଟେଟ(ଆଇଏସ୍‌)। ଆଇଏସ୍‌ କହିଛି ଆତଙ୍କବାଦୀଙ୍କ ଶତ୍ରୁଙ୍କୁ ମାରିବା ପାଇଁ ଭଗବାନ ପୃଥିବୀକୁ କରୋନା ଭାଇରସକୁ ପଠାଇଛନ୍ତି। ଏହା ଭଗବାନଙ୍କ ଦଣ୍ଡ ବୋଲି କହିଛି ଆଇଏସ୍‌। ଏହାକୁ ନେଇ ଆଇଏସ୍‌ ପକ୍ଷରୁ ଏକ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ କରାଯାଇଥିବା ଜଣାପଡିଛି। ଏହା ଅବୁ ହମଜା ଅଲ କୁରୈଶିଙ୍କ ପକ୍ଷରୁ ଅପଲୋଡ କରାଯାଇଥିବା କୁହାଯାଉଥିବା ବେଳେ ସେ ନିଜକୁ ଆଇଏସ୍‌ର ପ୍ରବକ୍ତା ବୋଲି ପରିଚୟ ଦେଇଥାଆନ୍ତି। ଏହି ଭିଡିଓରେ କୁହାଯାଇଛି କି ଏବେ ଆକ୍ରମଣକାରୀ ଜାଣିପାରିବେ ଯେ ପ୍ରକୃତରେ କାହାର ବିଜୟ ହେଉଛି। ଏଥିରେ ଆହୁରି ମଧ୍ୟ କୁହାଯାଇଛି କି ଈଶ୍ୱର ତାଙ୍କ ଇଚ୍ଛାରେ ଆତଙ୍କବାଦକୁ ବିରୋଧ କରୁଥିବା ବ୍ୟକ୍ତି ଓ ତାଙ୍କ ସମର୍ଥକଙ୍କୁ ଦଣ୍ଡ ଦେବାକୁ ଏଭଳି ନିଷ୍ପତ୍ତି ନେଇଛନ୍ତି। ଯାହାକୁ ଖାଲି ଆଖିରେ ଦେଖି ହେବ ନାହିଁ।

Share