ଆତଙ୍କବାଦୀଙ୍କୁ ପେନସନ୍‌ ଦେଉଛି ପାକିସ୍ତାନ: ଜାତିସଂଘରେ ଭାରତର କଡ଼ା ଜବାବ

ଜେନେଭା,୨୮।୯: ପାକିସ୍ତାନ ଆତଙ୍କବାଦୀଙ୍କୁ ପେନସନ୍‌ ଦେଉଛି। ଏନେଇ ଜାତିସଂଘରେ ଭାରତ ପାକିସ୍ତାନକୁ କଡ଼ା ଜବାବ ଦେଇଛି। ଜାତିସଂଘରେ ଥିବା ଭାରତୀୟ ପ୍ରଥମ ସଚିବ ବିଦିଶା ମିଶ୍ରା ‘ରାଇଟ୍‌ ଟୁ ରିପ୍ଲାଏ’ ଅନ୍ତର୍ଗତ ଏଭଳି ମନ୍ତବ୍ୟ ଦେଇଛନ୍ତି। ପାକିସ୍ତାନ ଜାତିସଂଘର ଦୂରୁପଯୋଗ କରିବା ସହିତ କଶ୍ମୀର ନେଇ ମିଛ କଥା ଉପସ୍ଥାପନା କରିଥିବା ଭାରତ ପକ୍ଷରୁ କୁହାଯାଇଛି। ଏହା ସହିତ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ପରମାଣୁ ବୋମା ନେଇ ଦାୟିତ୍ୱହୀନ ମନ୍ତବ୍ୟ ଦେଇଥିବା ଭାରତ କହିଛି। ପାକିସ୍ତାନ ପୃଥିବୀର ଏକ ମାତ୍ର ଦେଶ ଯେଉଁଠି ଜାତିସଂଘ ପକ୍ଷରୁ ପ୍ରତିବନ୍ଧିତ କରାଯାଇଥିବା ଅଲ୍‌-କାଇଦା ସମେତ ଅନ୍ୟ ଆତଙ୍କବାଦୀ ସଂଗଠନର ସଦସ୍ୟଙ୍କୁ ପେନସନ୍‌ ଦିଆଯାଉଛି। ଏବେ ପାକିସ୍ତାନରେ ୨୫ଟି ଆତଙ୍କବାଦୀ ସଂଗଠନର ୧୩୦ ଆତଙ୍କବାଦୀ ରହିଛନ୍ତିି। ପାକିସ୍ତାନରେ ଅଳ୍ପସଂଖ୍ୟକଙ୍କ ଉପରେ ଅତ୍ୟାଚାର କରାଯାଉଥିବା ଭାରତ ପକ୍ଷରୁ ଜାତିସଂଘରେ ଅଭିଯୋଗ ଅଣାଯାଇଛି।

Share