ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ: ହାଫିଜ୍‌ ସଇଦ୍‌ଙ୍କ ବିରୋଧରେ ୨୩ ମାମଲା ଦାଏର କଲା ପାକିସ୍ତାନ

ଇସଲାମାବାଦ୍‌,୪।୭: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଜମାତ୍‌-ଉଦ୍‌-ଦାଓ୍ବା ମୁଖ୍ୟ ହାଫିଜ୍‌ ସଇଦ୍‌ଙ୍କ ବିରୋଧରେ ପାକିସ୍ତାନ ସରକାର ୨୩ଟି ମାମଲା ଦାଏର କରିଛନ୍ତି। ଏସବୁ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଅନ୍ତର୍ଗତ ଦାଏର ହୋଇଥିବା କୁହାଯାଉଛି। ତାଙ୍କ ନିର୍ଦ୍ଦେଶରେ ପରିଚାଳିତ ୫ଟି ସଂସ୍ଥା ଦ୍ୱାରା ୧୨ ଥର ଏପରି ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ପାକିସ୍ତାନ ଆତଙ୍କବାଦ ନିରୋଧକ ବିଭାଗ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ଆତଙ୍କବାଦରେ ଅଙ୍କୁଶ ଲଗାଇବା ପାଇଁ ପାକିସ୍ତାନ ସରକାରଙ୍କ ଉପରେ ଅନ୍ତର୍ଜାତୀୟ ଚାପ ପଡ଼ିବା ପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

Share