Categories: ଜାତୀୟ

ଆଣ୍ଡାମାନ ନିକୋବରରେ ଭୂକମ୍ପ ଝଟ୍‌କା

ପୋର୍ଟବ୍ଲେୟାର,୧୦।୬: ବୁଧବାର ସକାଳେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ଉତ୍ତର-ପୂର୍ବରେ ଭୂକମ୍ପ ଝଟ୍‌କା ଲାଗିଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ରେ ଆକଳନ କରାଯାଇଛି।
ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ଆଣ୍ଡାମାନ ଏବଂ ନିକୋବରର ଦିଗ୍‌ଲିପୁର ଠାରୁ ୧୧୦ କିଲୋମିଟର ଉତ୍ତର-ପଶ୍ଚିମ ଦିଗରେ.୧୭ରେ ଏକ ଭୂକମ୍ପ ଘଟିଛି। ସୂଚନାଯୋଗ୍ୟ, ରାଜଧାନୀ ଦିଲ୍ଲୀ-ଏନସିଆରରେ ଗତ ୪୫ ଦିନ ମଧ୍ୟରେ ୧୪ ଥର ଭୂକମ୍ପ ଅନୁଭୂତ ହୋଇଛି। ରାଜଧାନୀ ଦିଲ୍ଲୀ-ଏନସିଆର, ଜାମ୍ମୁ କାଶ୍ମୀର, ଝାଡଖଣ୍ଡ ସମେତ ଦେଶର ଅନେକ ରାଜ୍ୟରେ ଭୂକମ୍ପ ସୃଷ୍ଟି ହୋଇଥିଲା। ଅବଶ୍ୟ ଅଧିକାଂଶ ସ୍ଥାନରେ ଭୂକମ୍ପର ତୀବ୍ରତା ଏତେ ଅଧିକ ନ ଥିଲା।

Share