ଆଣ୍ଠୁଗଣ୍ଠି ସମସ୍ୟା ଦୂର କରେ ହ୍ବାଇଟ୍‌ ଟି

ମୋଟାପଣ ଓ କୋଲେଷ୍ଟୋରଲ୍‌ ବୃଦ୍ଧିକୁ ନେଇ ଚିନ୍ତିତ ଥିବା ବ୍ୟକ୍ତିଙ୍କ ପାଇଁ ଆସିଛି ନୂଆ ଫର୍ମୁଲା। ହ୍ବାଇଟ୍‌ ଟି’। ଏହା ଆପଣଙ୍କ ସ୍ବାସ୍ଥ୍ୟକୁ ସୁନ୍ଦର, ସତେଜ ରଖିବା ସହ ବିଭିନ୍ନ ପ୍ରକାର ରୋଗରୁ ମଧ୍ୟ ମୁକ୍ତ ରଖିବ। ଏବେ ମନରେ ପ୍ରଶ୍ନ ଉଠୁଥିବ ‘ହ୍ବାଇଟ୍‌ ଟି’ ପ୍ରକୃତରେ କ’ଣ? ଗ୍ରୀନ୍‌ ଟି ଉପତ୍ାଦନ ହେଉଥିବା ଗଛରୁ ହଁି ହ୍ବାଇଟ୍‌ ଟି’ ଆସିଥାଏ। କିନ୍ତୁ ଗ୍ରୀନ୍‌ ଟି ତୁଳନାରେ ହ୍ବାଇଟ୍‌ ଟି’ ବିଶେଷଭାବେ ଲାଭଦାୟକ। ଏହା ଚାରୋଟି ନମୁନାରେ ଉପଲବ୍ଧ ହୋଇଥାଏ, ସିଲୋନ୍‌, ଆଫ୍ରିକାନ୍‌, ଦାର୍ଜିଲିଙ୍ଗ୍‌ ଏବଂ ଆସାମ। ଏହି ଚା’ ଦୁର୍ଲଭ ହେବା ସାଙ୍ଗକୁ ମହଙ୍ଗା ମଧ୍ୟ। ଏଥିରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ତତ୍ତ୍ୱ ରହିଛି, ଯାହା କୋଲେଷ୍ଟୋରଲ୍‌କୁ କମ୍‌ କରିବାରେ ସହାୟକ ହୋଇଥାଏ। ଏହାସହ ଆଣ୍ଠୁଗଣ୍ଠି ଯନ୍ତ୍ରଣା, କ୍ୟାନ୍‌ସର୍‌, କେଶ ଝଡ଼ିବା ସମସ୍ୟା, ରୂପି ସମସ୍ୟା ଏବଂ ରକ୍ତହୀନତା ସମସ୍ୟାରୁ ରକ୍ଷା କରିଥାଏ। ରକ୍ତ ସଞ୍ଚାଳନରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଅନ୍ୟ ଚା’ ତୁଳନାରେ ହ୍ବାଇଟ୍‌ ଟି’ରେ କମ୍‌ ମାତ୍ରାର କଫିନ୍‌ ଥାଏ।