Categories: ଜାତୀୟ

ଆଣ୍ଟି ରୋମିଓ ସ୍କ୍ବାର୍ଡ ଗଢିବାକୁ ଚାହୁଁଛନ୍ତି ମନୋଜ

ନୂଆଦିଲ୍ଲୀ,୨୯।୬:ରାଜଧାନୀ ଦିଲ୍ଲୀରେ ଆଣ୍ଟି ରୋମିଓ ସ୍କ୍ବାର୍ଡ ଗଢିବାକୁ ଚାହୁଁଛନ୍ତି ଦିଲ୍ଲୀ ଭାଜପା ମୁଖ୍ୟ ମନୋଜ ତିଓ୍ବାରୀ। ଉତ୍ତର ପ୍ରଦେଶରେ ଯୋଗୀ ଆଦିତ୍ୟନାଥ ଯେମିତି ରୋମିଓଙ୍କୁ ପାନେ ଦେବାକୁ ଆଣ୍ଟି ରୋମିଓ ସ୍କ୍ବାର୍ଡ ଗଢିଛନ୍ତି ଠିକ୍‌ ସେହିପରି ରାଜଧାନୀ ମହିଳାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଚାହୁଁଛନ୍ତି ମନୋଜ। ଷ୍ଟେଟ ଭାଜପା ଓ୍ବାର୍କିଂ କମିଟିର ଉଦ୍‌ଘାଟନ ଉତ୍ସବରେ ଯୋଗ ଦେଇ ମନୋଜ ଏହା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଗତ ଲୋକ ସଭା ନିର୍ବାଚନରେ ରାଜଧାନୀବାସୀ ଭାଜପା ଉପରେ ଶହେ ପ୍ରତିଶତ ଭରସା ରଖି ଆମକୁ ଜିତାଇଛନ୍ତି। ହେଲେ ଗତ ୨୧ ବର୍ଷ ଭିତରେ ଦିଲ୍ଲୀରେ ଯାହା ହୋଇନାହିଁ ତାକୁ ପୂରଣ ନ କରିବା ପର୍ଯ୍ୟନ୍ତ ଆମେ ଉତ୍ସବ ମନାଇ ପାରିବୁ ନାହିଁ। ତେଣୁ ଆମର ପ୍ରଥମ ଲକ୍ଷ୍ୟ ଆଣ୍ଟି ରୋମିଓ ସ୍କ୍ବାର୍ଡ ଗଠନ କରି ରାଜଧାନୀରେ ଥିବା ମହିଳାଙ୍କୁ ସୁରକ୍ଷା ଯୋଗାଇ ଦେବା।

Share