ଆଣ୍ଟାସିଡ୍‌ ଏବଂ ପାକସ୍ଥଳୀ

ପେଟଜନିତ କିଛି ସମସ୍ୟା ଥିଲେ ଡାକ୍ତର ଆମକୁ କେତେକ ଔଷଧ ବ୍ୟତୀତ ଆଣ୍ଟାସିଡ୍‌ ଖାଇବାକୁ ପରାମର୍ଶ ଦେଇଥାଆନ୍ତି। ହେଲେ ଏହାକୁ ଦୀର୍ଘଦିନ ଧରି ଖାଇଲେ ତାହାର ପ୍ରଭାବ ପାକସ୍ଥଳୀ ଉପରେ ପଡିବାର ଯଥେଷ୍ଟ ଆଶଙ୍କା ରହିଛି ବୋଲି କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି। ପାକସ୍ଥଳୀଜନିତ ସସମ୍ୟା ଉପରେ ତର୍ଜମା କରିବା ସମୟରେ ସେମାନେ କେତେକ ନୂଆ ତଥ୍ୟ ବିଷୟରେ ଅବଗତ ହୋଇଥିଲେ। ସେଗୁଡିକ ମଧ୍ୟରେ ଥିଲା ଆଣ୍ଟାସିଡ୍‌ ବ୍ୟବହାର। ଅଧିକ ଦିନ ଏହାକୁ ଖାଇଲେ ତାହାର କୁପ୍ରଭାବ ପାକସ୍ଥଳୀ ଉପରେ ପଡିବାର ସେମାନେ ଜାଣିବାକୁ ପାଇଥିଲେ।