ଆଡ୍‌ମିନିଷ୍ଟ୍ରେଟିଭ ବ୍ଲକ୍‌, କ୍ୱାର୍ଟର୍ସ ନିର୍ମାଣରେ ଦୁର୍ନୀତି ଗନ୍ଧ

ଭୁବନେଶ୍ୱର,୨୮-୮: ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ଲାଗିଛି ଦୁର୍ନୀତିର ଛିଟା। ଆଡ୍‌ମିନିଷ୍ଟ୍ରେଟିଭ ବ୍ଲକ୍‌ ଓ କ୍ୱାର୍ଟର୍ସ ନିର୍ମାଣକୁ ନେଇ ବ୍ୟାପକ ଅନିୟମିତା ହୋଇଥିବା ପଦାକୁ ଆସିଛି। ଖୋଲା ଟେଣ୍ଡର ନ କରି ବିଏସ୍‌ଏନ୍‌ଏଲ୍‌ ସିଭିଲ ଓ୍ବିଙ୍ଗ୍‌କୁ ମନଇଚ୍ଛା ଠିକା ଦେବା ସହ କାମ କରିବା ପୂର୍ବରୁ ଆଗୁଆ ବିଲ୍‌ ପ୍ରଦାନ କରାଯାଇଛି। ସେହିଭଳି ଇପିଏଫ୍‌ ସଂକ୍ରାନ୍ତ ମାମଲାରେ ମଧ୍ୟ ନନ୍ଦନକାନନର ଲକ୍ଷ ଲକ୍ଷ ଟଙ୍କା ଅର୍ଥ ଅଯଥା ଖର୍ଚ୍ଚ ହେଉଥିବା ଜଣାପଡିଛି। ନନ୍ଦନକାନନ ବୈଠକର ପ୍ରୋସିଡିଂ, ବିଏସ୍‌ଏନ୍‌ଏଲ୍‌ ଓ୍ବେବ୍‌ସାଇଟ୍‌ ଓ ହସ୍ତଗତ କିଛି ତଥ୍ୟକୁ ତର୍ଜମା କଲେ ନନ୍ଦନକାନନରେ ବହୁ କୋଟି ବରବାଦ ହୋଇଥିବା ଜଣାପଡୁଛି।
ଗତ ମେ’ ୧ରେ ନନ୍ଦନକାନନ ସୋସାଇଟିର ୨୬ତମ ଜେନେରାଲ ବଡି ମିଟିଂ ଅନୁଷ୍ଠିତ ହୋଇଥିଲା। ଏହାର ପ୍ରୋସିଡିଂ ଅନୁସାରେ ନନ୍ଦନକାନନର ଆଡମିନିଷ୍ଟ୍ରେଟିଭ ବ୍ଲକ ଏବଂ ୧୬ ଷ୍ଟାଫ କ୍ୱାର୍ଟର୍ସ ପାଇଁ ବିଏସ୍‌ଏନ୍‌ଏଲ୍‌କୁ ୩ କୋଟିରୁ ଅଧିକ ଟଙ୍କା ଦିଆଯାଇଛି। ତେବେ ୨୫ତମ ଜେନେରାଲ ବଡି ମିଟିଂରେ ଅନୁମୋଦନ ଲାଭ କରିଥିବା ପ୍ରକଳ୍ପର ଆକ୍ସନ ଟେକେନ ରିପୋର୍ଟ(ଏଟିଆର୍‌)ରେ ପୃଷ୍ଠା-୧ର ୪ ନମ୍ବର ପଏଣ୍ଟରେ ଉଲ୍ଲେଖ ରହିଛି ଯେ, ରେଞ୍ଜର, ଫରେଷ୍ଟର ଓ ଫରେଷ୍ଟ ଗାର୍ଡଙ୍କ ଆବାସିକ ଗୃହ (ଜି+୨) ବିଏସ୍‌ଏନ୍‌ଏଲ୍‌ ଦ୍ୱାରା ନିର୍ମାଣ ଚାଲିଛି। ସେହିପରି ପୃଷ୍ଠା ୭ ଓ ୮ରେ ଆଡମିନିଷ୍ଟ୍ରେଟିଭ ବ୍ଲକ ନିର୍ମାଣ ପାଇଁ ନନ୍ଦନକାନନ ସୋସାଇଟି ଫଣ୍ଡ୍‌ରୁ ୮କୋଟି ୯ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବ୍ୟୟ ଅଟକଳ ହୋଇଥିବାବେଳେ ୨୦୧୭-୧୮ରେ ବିଏସ୍‌ଏନ୍‌ଏଲ୍‌କୁ ୨କୋଟି ଟଙ୍କା ଦିଆଯାଇଥିବା ଦର୍ଶାଯାଇଛି। ଅନ୍ୟପକ୍ଷରେ ୨୦୧୯-୨୦୨୦ ବାର୍ଷିକ ବଜେଟରେ ବି୫ ଆଇଟମ୍‌ରେ ୧୬ ଷ୍ଟାଫ୍‌ କ୍ୱାର୍ଟର୍ସ (୪ ରେଞ୍ଜ ଅଫିସର, ୪ ଫରେଷ୍ଟର ଓ ୮ ଫରେଷ୍ଟ ଗାର୍ଡ) ନିର୍ମାଣ ପାଇଁ ବିଏସ୍‌ଏନ୍‌ଏଲ୍‌କୁ ୧ କୋଟି ୧୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଦିଆଯାଇଥିବା ଦର୍ଶାଯାଇଛି। ଅର୍ଥାତ୍‌ ଆଡମିନିଷ୍ଟ୍ରେଟିଭ ବ୍ଲକ ଓ ୧୬ ଷ୍ଟାଫ୍‌ କ୍ୱାର୍ଟର୍ସ କାମ ବାବଦକୁ ୨୦୧୯ ମେ’ ୧ ସୁଦ୍ଧା ବିଏସ୍‌ଏନ୍‌ଏଲ୍‌କୁ ୩ କୋଟିରୁ ଅଧିକ ଟଙ୍କା ଦିଆଯାଇଛି। କିନ୍ତୁ ବିଏସ୍‌ଏନ୍‌ଏଲ୍‌ ୱେବ୍‌ସାଇଟରୁ ଭିନ୍ନ ତଥ୍ୟ ଦେଖିବାକୁ ମିଳିଛି। ନନ୍ଦନକାନନ ଆଡମିନିଷ୍ଟ୍ରେଟିଭ୍‌ ବ୍ଲକ୍‌ ନିର୍ମାଣ ପାଇଁ ବିଏସ୍‌ଏନ୍‌ଏଲ୍‌ ଗତ ଏପ୍ରିଲ ୧୧ରେ ମୃତ୍ତିକା ପରୀକ୍ଷା ନିମନ୍ତେ ୧୧ ଲକ୍ଷ ୯ ହଜାର ୨୫୦ ଟଙ୍କାର ଟେଣ୍ଡର ଡାକିଛି। ଅର୍ଥାତ୍‌ କିଛି କାମ ନ ହୋଇ ମଧ୍ୟ ବିଏସ୍‌ଏନ୍‌ଏଲ୍‌କୁ ବର୍ଷେ ତଳୁ ୨ କୋଟି ଟଙ୍କା ଦିଆଯାଇଛି। ସେହିପରି ଗତ ଫେବୃୟାରୀ ୧୪ରେ ୬ ରେଞ୍ଜ ଅଫିସର୍ସ କ୍ୱାର୍ଟର୍ସ ଓ ମାର୍ଚ୍ଚ ୫ରେ ୮ ଫରେଷ୍ଟର ଓ ୧୨ ଗାର୍ଡ କ୍ୱାର୍ଟର୍ସ ନିର୍ମାଣ ପାଇଁ ବିଏସ୍‌ଏନ୍‌ଏଲ ଟେଣ୍ଡର ଆହ୍ବାନ କରିଛି। ଅର୍ଥାତ୍‌ ଉକ୍ତ କାମ ଆରମ୍ଭ ନ ହେବା ପୂର୍ବରୁ ବିଏସ୍‌ଏନ୍‌ଏଲ୍‌କୁ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଦିଆସରିଛି। ଆହୁରି ପୁଣି ୱେବ୍‌ସାଇଟରୁ ୩ ପର୍ଯ୍ୟାୟରେ ମୋଟ ୨୪ ଷ୍ଟାଫ୍‌ କ୍ୱାର୍ଟର୍ସ (୬ ରେଞ୍ଜର, ୬ ଫରେଷ୍ଟର, ୧୨ ଗାର୍ଡ) ପାଇଁ ଟେଣ୍ଡର ଡକାଯାଇଥିବା ତଥ୍ୟ ମିଳୁଛି। କିନ୍ତୁ ନନ୍ଦନକାନନ କର୍ତ୍ତୃପକ୍ଷ ଗତ ମେ’ ଜେନେରାଲ ବଡି ମିଟିଂରେ ୨୪ଟି ବଦଳରେ ୧୬ କ୍ୱାର୍ଟର୍ସ କଥା ଉଲ୍ଲେଖ କରିବା ବଡ଼ ଅନିୟମିତତାର ସୂଚନା ଦେଉଛି।
ଆହୁରି ଆଶ୍ଚର୍ଯ୍ୟର କଥା ହେଲା ୨୦୧୮ ଏପ୍ରିଲ ୨୩ରେ ଜେନେରାଲ ବଡି ମିଟିଂ ପ୍ରୋସିଡିଂ ଅନୁସାରେ, ୧୬ଟି ଷ୍ଟାଫ୍‌ କ୍ବାର୍ଟର୍ସ ଜି+୧ ଫ୍ଲାଟ୍‌ ଭାବେ ଅନୁମତି ମିଳିଥିଲା। କିନ୍ତୁ ୨୦୧୯ ମେ’ ୧ରେ ତାହାକୁ ଜି+୨ ଉଲ୍ଲେଖ କରାଗଲା। ଅର୍ଥାତ୍‌ ଆଉ ଗୋଟିଏ ମହଲା ବଢ଼ାଇ ଦିଆଗଲା। ପୁଣି ଜେନେରାଲ ବଡ଼ି ଆଗରେ କୁହାଯାଇଛି ଯେ, ନନ୍ଦନକାନନର ସମସ୍ତ କର୍ମଚାରୀ ଚିଡ଼ିଆଖାନା ପରିଚାଳନାରେ ବ୍ୟସ୍ତ ରହୁଥିବାରୁ ବିଏସ୍‌ଏନ୍‌ଏଲ୍‌କୁ ଏହି କାମ ଦିଆଯାଇଛି ଓ ଏଥିପାଇଁ ସମସ୍ତେ ସମ୍ମତି ଦେଇଛନ୍ତି। ଏହା ସମ୍ପୂର୍ଣ୍ଣ ଭାବେ ମୁଖ୍ୟମନ୍ତ୍ରୀଙ୍କ ୫-ଟିକୁ ବିରୁଦ୍ଧାଚରଣ କରୁଛି। ନିୟମ ଅନୁସାରେ ନନ୍ଦନକାନନ ଖୋଲା ଟେଣ୍ଡର ଆହ୍ବାନ କରିଥାନ୍ତା। ଯଦି ବିଏସ୍‌ଏନ୍‌ଏଲ୍‌ ସବୁଠାରୁ କମ୍‌ ଟଙ୍କାର ଟେଣ୍ଡର ପକାଇଥାନ୍ତା ତେବେ ଠିକା କାମ ପାଇଥାନ୍ତା। ଏଥିରେ ନନ୍ଦନକାନନକୁ ଲାଭ ମିଳିଥାନ୍ତା। ନଚେତ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ସଂସ୍ଥା ଯଥା ଇଡ୍‌କୋ କିମ୍ବା ପୋଲିସ ହାଉସିଂ କର୍ପୋରେଶନ ରହିଛି। ଏସବୁ ସଂସ୍ଥାକୁ ଟେଣ୍ଡର ନ ଦେଇ ବିଏସ୍‌ଏନ୍‌ଏଲ୍‌କୁ କେଉଁ ସ୍ବାର୍ଥରେ ପୁଣି ଆଗକୁ ବହୁ କୋଟି ଟଙ୍କା ଦିଆଗଲା ତାହାକୁ ନେଇ ନାନା ପ୍ରଶ୍ନ ଉଠୁଛି।
ନନ୍ଦନକାନନ ଅର୍ଥର କିପରି ଦୁରୁପଯୋଗ କରାଯାଉଛି ତାହାର ଆଉ ଏକ ଉଦାହରଣ ରହିଛି। ୧୦ବର୍ଷ ଧରି କାମ କରୁଥିବା କାଜୁଆଲ ଲେବରମାନଙ୍କୁ ଇପିଏଫ ସୁବିଧା ଦିଆଯାଇ ନ ଥିବାରୁ ଇପିଏଫ୍‌ ଓଡ଼ିଶାଙ୍କ ତରଫରୁ ନନ୍ଦନକାନନ ବ୍ୟାଙ୍କ ଆକାଉଣ୍ଟରୁ ୨୮ ଲକ୍ଷ ୬୬ ହଜାର ଟଙ୍କା ଆଟାଚ୍‌ମେଣ୍ଟ କରାଯାଇଛି। ଆଗକୁ ମଧ୍ୟ ଆହୁରି ଆଟାଚ୍‌ମେଣ୍ଟ ହେବାରୁ ଆଶଙ୍କା ରହିଛି। କିନ୍ତୁ ନିୟମ ଅନୁଯାୟୀ ଯେଉଁ ଅଧିକାରୀଙ୍କ ଅବହେଳା ପାଇଁ ଏପରି ହେଲା ସେମାନଙ୍କଠାରୁ ହିଁ ଟଙ୍କା ଭରଣା ହେବା କଥା। ହେଲେ ନନ୍ଦନକାନନ କର୍ତ୍ତୃପକ୍ଷ ଇପିଏଫ୍‌ ସଂଗଠନ ବିରୋଧରେ ହାଇକୋର୍ଟରେ ଅପିଲ କରି ମକଦ୍ଦମା ପରିଚାଳନା ବାବଦକୁ ଟଙ୍କା ଖର୍ଚ୍ଚ କରୁଛନ୍ତି। ଏପରିସ୍ଥଳେ କ୍ରାଇମବ୍ରାଞ୍ଚ ତଦନ୍ତ ସହ ନନ୍ଦନକାନନ ସୋସାଇଟି ପାଣ୍ଠିରୁ ଅଡିଟ୍‌ ଏଜି ଓଡ଼ିଶା କିମ୍ବା ଓଡିଶା ସରକାରଙ୍କ ଅଡିଟରଙ୍କ ଦ୍ୱାରା କରାଗଲେ ପ୍ରକୃତ ଘଟଣା ପଦାକୁ ଆସିବ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।
ଏ ସଂକ୍ରାନ୍ତରେ ନନ୍ଦନକାନନ ଉପନିର୍ଦ୍ଦେଶକ ଜୟନ୍ତ ଦାସଙ୍କୁ ତାଙ୍କ ମୋବାଇଲ ଫୋନ୍‌ ନଂ.୯୪୩୮୯୧୮୫୭୦କୁ ମଙ୍ଗଳବାର ଅପରାହ୍ନ ୨ଟା ୨୮ରେ ଯୋଗାଯୋଗ କରାଯାଇଥିଲା। କିନ୍ତୁ ସେ ଫୋନ୍‌ ଉଠାଇ ନ ଥିଲେ। ନନ୍ଦନକାନନ ନିର୍ଦ୍ଦେଶକ ଶଶି ପଲ୍‌ କୁହନ୍ତି, ଏହା ମୋ ଦାୟିତ୍ୱ ନେବାର ପୂର୍ବର ଘଟଣା। ଅନିୟମିତତା କ’ଣ ହୋଇଛି ଦେଖୁଛି ବୋଲି ସେ କହିଛନ୍ତି।

(ଅସମାପିକା ସାହୁ)


Enter your email to get our daily news in your inbox.

All Right Reserved By Dharitri.Com

ପାନୀୟଜଳ ସମସ୍ୟା ନେଇ ବିଡିଓଙ୍କ ଦ୍ୱାରସ୍ଥ

ଲାଞ୍ଜିଗଡ଼,୧୭ା୪(ରମେଶ ଚନ୍ଦ୍ର ନାୟକ): ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ସିନ୍ଦିଭଟା ଗ୍ରାମରେ ପିଇବା ପାଣି ସମସ୍ୟାକୁ ନେଇ ଶୁକ୍ରବାର ଗ୍ରାମବାସୀ ବିଡିଓଙ୍କ ଦ୍ୱାରସ୍ଥ ହୋଇ ଦାବିପତ୍ର…

ଆଜିଠାରୁ ୨୨ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି

ସୋନପୁର,୧୭।୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ତାତି ଅସମ୍ଭାଳ। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର…

କଳାହାଣ୍ଡିରେ ୧୮ରୁ ୨୧ ସ୍କୁଲ ଛୁଟି : ଜିଲାପାଳ କଲେ ଘୋଷଣା

ଭବାନୀପାଟଣା,୧୭।୪(ଉତ୍ତମ କୁମାର ଦାଶ)-ପ୍ରବଳ ଖରା ଓ ଅସହ୍ୟ ଗରମ କୁ ଦୃଷ୍ଟିରେ ରଖି ଶନିବାର ୧୮ ରୁ ୨୧ ତାରିଖ ପର୍ଯ୍ୟନ୍ତ ଜିଲାର ସମସ୍ତ ସରକାରୀ,ବେସରକାରୀ ସ୍କୁଲ…

ହର୍ମୁଜ ଖୋଲିବା ମାତ୍ରେ କମିଗଲା ପେଟ୍ରୋଲ-ଗ୍ୟାସ ଦର, ଦାମ୍‌ ଜାଣିଲେ…

ନୂଆଦିଲ୍ଲୀ,୧୭।୪: ଇରାନର ବୈଦେଶିକ ମନ୍ତ୍ରୀ ୪୯ ଦିନର ବନ୍ଦ ପରେ ବାଣିଜ୍ୟିକ ଜାହାଜ ପାଇଁ ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ଘୋଷଣା କରିବାର କିଛି ସମୟ ପରେ…

ଗ୍ରୀଷ୍ମ ପ୍ରବାହ: ଶିକ୍ଷାନୁଷ୍ଠାନଗୁଡ଼ିକୁ SOP ଅନୁସରଣ କରିବାକୁ ପରାମର୍ଶ

ବଲାଙ୍ଗୀର,୧୭।୪(ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ଜିଲାର ସମସ୍ତ ଶିକ୍ଷାନୁଷ୍ଠାନର ମୁଖ୍ୟମାନଙ୍କୁ ଓଡ଼ିଶାର ସୱତନ୍ତ୍ର ରିଲିଫ କମିଶନରଙ୍କ SOP ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି । ଗ୍ରୀଷ୍ମ ପ୍ରବାହ ପରିସ୍ଥିତିକୁ…

ଇରାନ ହର୍ମୁଜ ଖୋଲୁ ଖୋଲୁ ଭାରତ ପାଇଁ ଆସିଲା ଖୁସି ଖବର! ରାତାରାତି ପଲଟିଗଲା ବାଜି

ନୂଆଦିଲ୍ଲୀ,୧୭।୪: ଗତ ଦେଢ଼ ମାସ ଧରି ସମଗ୍ର ବିଶ୍ୱ ନିଶ୍ୱାସ ବନ୍ଦ କରି ରଖିଛି। ଫେବୃଆରୀ 28 ତାରିଖରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯେଉଁ ସଂଘର୍ଷ…

ଜନଗଣନା ବେଳେ କାମୁଡିଲା ସାପ

ଭଞ୍ଜନଗର,୧୭।୪(ବାବୁଲା ପ୍ରଧାନ): ଜନଗଣନା ସମୟରେ ଶୁକ୍ରବାର ସର୍ପ ଦଂଶନରେ ଜଣେ ଶିକ୍ଷୟିତ୍ରୀ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଛନ୍ତି। ଯାହାକୁ ନେଇ ଶିକ୍ଷକମାନେ ଚିନ୍ତିତ ହୋଇପଡିଛନ୍ତି। ଏହି ଘଟଣାଟି…

ନିଯୁକ୍ତି ଆଳରେ ନିର୍ଯ୍ୟାତନା ଅଭିଯୋଗ : ତାମିଲନାଡୁରୁ ୧୬ଯୁବତୀ…

ବରଗଡ଼,୧୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅଞ୍ଚଳରୁ ତାମିଲନାଡୁ ତିରପୁରକୁ ଏକ କମ୍ପାନୀରେ ନିଯୁକ୍ତି ଆଳରେ ଯାଇ ସେଠାରେ ବନ୍ଧା ପଡିଥିବା ୧୬ ଯୁବତୀ ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri