ଆଡଭାନୀଙ୍କ ସହ ଫଟୋ ଶେୟାର କଲେ ‘ରାମାୟଣ’ର ସୀତା

ରମାନନ୍ଦ ସାଗରଙ୍କ ବହୁଚର୍ଚ୍ଚିତ ଧାରାବାହିକ ରାମାୟଣରେ ଦେବୀ ସୀତାଙ୍କ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ଦୀପିକା ଚିଖଲିଆଙ୍କୁ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ଥାନ୍ତି। ନିଜ ବିଷୟରେ କିଛି ନା କିଛି ତଥ୍ୟ ସେ ନିଶ୍ଚୟ ଶେୟାର୍‌ କରିଥାନ୍ତି। ନିକଟରେ ସେ ଭାଜପାର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କ ସହ ଏକ ପୁରୁଣା ଫଟୋ ଶେୟାର କରିଛନ୍ତି। ଫଟେରେ ସେ ଆଡଭାନୀଙ୍କୁ ନମସ୍କାର କରୁଥିବା ନଜର ଆସିଛନ୍ତି।‘ରାମାୟଣ’ ସିରିୟଲ୍‌ରେ ଲିଡ୍‌ ରୋଲ୍‌ରେ ନଜର ଆସିଥିବା ଦୀପିକା ଭାଜପାରେ ଯୋଗଦେଇ ବଡୋଦରାରୁ ନିର୍ବାଚନ ଲଢି ଜିତିଥିଲେ। ପରେ ସେ ରାଜନୀତି ଛାଡିଦେଇଥିଲେ। ଏବେ ଆଡଭାନୀଙ୍କ ସହ ଫଟୋ ଣେୟାର କରି ପୁରୁଣା ସ୍ମୃତିକୁ ଉଜାଗର କରିଛନ୍ତି।

Share