Categories: ଜାତୀୟ

ଆଡଓ୍ବାଣୀଙ୍କ ପ୍ରତି ଅନ୍ୟାୟ ମୋତେ ଭାଜପାରୁ ବାହାରିବାକୁ ବାଧ୍ୟ କଲା: ଶତ୍ରୁଘ୍ନ

ପାଟନା,୧୫।୫: ଭାଜପା ଏବେ ଲୋକତନ୍ତ୍ରଠାରୁ ଦୂରେଇବାରେ ଲାଗିଛି ବୋଲି କଂଗ୍ରେସ ସଦସ୍ୟ ଶତ୍ରୁଘ୍ନ ସିହ୍ନା ଅଭିଯୋଗ କରିଛନ୍ତି। ଏଠାରେ ସ୍ବେଚ୍ଛାଚାରୀ ଶାସନ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପୂର୍ବରୁ ଅଟଳ ବିହାରୀ ବାଜପେୟୀଙ୍କ ଶାସନ ସମୟରେ ଏଠାରେ ସ୍ଥିତି ଭିନ୍ନ ଥିଲା। ଭାଜପାର ପ୍ରାଣ ପ୍ରତିଷ୍ଠାତା ଲାଲକୃଷ୍ଣ ଆଡଓ୍ବାଣୀଙ୍କ ଉପରେ ବାରମ୍ବାର ଅନ୍ୟାୟ ମୋତେ ଭାଜପା ଛାଡିବାକୁ ବାଧ୍ୟ କରିଥିଲା ବୋଲି ଶତ୍ରୁଘ୍ନ କହିଛନ୍ତି। ଭାଜପାରେ ୨୦ ବର୍ଷ କାମ କରିବା ମଧ୍ୟରେ ଭିନ୍ନ ଭିନ୍ନ ସ୍ଥିତିର ସାମନା କରିବାକୁ ପଡ଼ିଥିଲା। ତେବେ ବର୍ତ୍ତମାନ ଏଠାରେ କେବଳ ମୋଦିଙ୍କ ଶାସନ ହିଁ ଜାରି ରହିଛି। ଏହା ଭାଜପା ତଥା ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟ୍ର ପାଇଁ ଅନୁକୂଳ ନୁହେଁ ବୋଲି ସେ ଅଭିଯୋଗ କରିଛନ୍ତି।

Share